www.samajalive.in
Saturday, December 6, 2025
16.1 C
Bhubaneswar

ଭର୍ଚୁଆଲ୍‌ ଟୁର୍‌ରେ ରାଜ୍ୟ ଜନଜାତି ସଂଗ୍ରହାଳୟ, ଏଥର ପର୍ଯ୍ୟଟକ ପାଇଁ ଆକର୍ଷଣ ସାଜିବ ଲାଞ୍ଜିଆ ସଉରାଙ୍କ ପୋଷାକ

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଅଗଷ୍ଟ ୨ ତାରିଖଠାରୁ ପ୍ରତ୍ୟେକ ରବିବାର ଦିନ ରାଜ୍ୟ ଜନଜାତି ସଂଗ୍ରହାଳୟକୁ ପର୍ଯ୍ୟଟକମାନଙ୍କ ପାଇଁ ଭର୍ଚୁଆଲ୍‌ ଟୁରର ବ୍ୟବସ୍ଥା କରାଯାଇଛି। ଜାନୁଆରୀ ୧୭ ତାରିଖ ଅର୍ଥାତ୍‌ ଆସନ୍ତାକାଲି(ରବିବାର) ଦର୍ଶକମାନେ ଭିଡ଼ିଓ ଯୋଗେ ଲାଞ୍ଜିଆ ସଉରାଙ୍କ ପୋଷାକ ସଂପର୍କରେ ଜାଣିପାରିବେ ବୋଲି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି।


ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା କହିଛନ୍ତି ଯେ ଓଡ଼ିଶାର ଗଜପତି ଓ ରାୟଗଡ଼ା ଜିଲ୍ଲାରେ ଲାଞ୍ଜିଆ ସଉରା ଜନଜାତି ସଂପ୍ରଦାୟ ମୁଖ୍ୟତଃ ବସବାସ କରିଥାନ୍ତି । ଏହି ଜନଜାତି ପୁରୁଷମାନେ ସେମାନଙ୍କର ନିଆରା ପୋଷାକ ଯୋଗୁଁ ଚିହ୍ନା ପଡ଼ନ୍ତି। ସେମାନେ ସୂତା ଲୁଗା ସହ ସେମାନଙ୍କର ଧଳା ଲିଓନ କପଡ଼ାରେ ନାଲି ଧଡ଼ି ‘ଆର୍‌ସି ଓଲେକାନ’ ପରିଧାନ କରିଥାନ୍ତି। ପୃଷ୍ଠଭାଗ ଲୁଗା ଲାଞ୍ଜ କିମ୍ବା ଲାଞ୍ଜିଆ ଭଳି ପରିଧାନ କରାଯାଇଥାଏ। ଏହି ସଂପ୍ରଦାୟ ବସ୍ତ୍ର ଝୁଲାଇ ପରିଧାନ କରୁଥିବାରୁ ସେମାନଙ୍କୁ ଲାଞ୍ଜିଆ ସଉରା ନାମରେ ନାମିତ କରାଯାଇଛି। ସ୍ଥାନୀୟ ବଜାରରୁ ଏହି ସଂପ୍ରଦାୟର ପୁରୁଷମାନେ ଅଳ୍ପ ଅଳଙ୍କାର ପିନ୍ଧିଥା’ନ୍ତି । ଉତ୍ସବ ପାଳନ ସମୟରେ ସେମାନେ ମୁଣ୍ଡରେ ଧଳାପର ଗୁଚ୍ଛ ଓ ସୂତୁଲିରେ ଘଣ୍ଟି ବାନ୍ଧି ନାଲି ବସ୍ତ୍ରର ଉପରେ ଶରୀରର ଉପର ଭାଗରେ ସଜେଇ ହୋଇଥାନ୍ତି। ମହିଳାମାନଙ୍କର ଧଳା ସୂତା ସ୍କାର୍ଟ ଆଣ୍ଠୁ ପର୍ଯ୍ୟନ୍ତ ଲମ୍ବିଥାଏ। ଲାଞ୍ଜିଆ ସଉରା ମହିଳାମାନେ ଶରୀରର ଉପର ଭାଗକୁ ଆଉ ଏକ ବସ୍ତ୍ର କିମ୍ବା ନୂତନ ବ୍ଲାଉଜ୍‌ ବ୍ୟବହାର କରିଥାନ୍ତି। ଏହି ସାଧାରଣ ପୋଷାକରେ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ଲାଞ୍ଜିଆ ସଉରା ଜନଜାତି ମହିଳାମାନେ କାଠରେ ତିଆରି କାନ ପ୍ଲଗ୍‌ ପିନ୍ଧିଥାନ୍ତି। ଏହା ସେମାନଙ୍କୁ ଶବ୍ଦରୁ ସୁରକ୍ଷା ଦେଇଥାଏ। ସେମାନେ ମୁଣ୍ଡରେ ଏକ ବନ୍‌ପିନ୍‌ ପରିଧାନ କରିଥା’ନ୍ତି ଓ ତାହାକୁ ଅସ୍ତ୍ର ଭାବେ ମଧ୍ୟ ବ୍ୟବହୃତ କରାଯାଇଥାଏ। ସୌନ୍ଦର୍ଯ୍ୟ ବୃଦ୍ଧି ନିମନ୍ତେ ସେମାନେ ଅନେକ ଚେନ୍‌ ବ୍ୟବହାର କରିଥାନ୍ତି। ଲାଞ୍ଜିଆ ସଉରା ଜନଜାତି ମହିଳାମାନେ ହାର ଓ ଆଙ୍କଲେଟ୍‌ ପରିଧାନ କରିଥାନ୍ତି। ବହୁ ପୂର୍ବରୁ ସେମାନେ ମଧ୍ୟରେ ମୁହଁରେ ଚିତା କୁଟାଉଥିଲେ ବୋଲି ପ୍ରଫେସର ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories