www.samajalive.in
Sunday, December 7, 2025
15.1 C
Bhubaneswar

ଶୁଭାରମ୍ଭ ହେଲା ୫୧ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ

ବିଶିଷ୍ଟ ଅଭିନେତା ତଥା ନିର୍ଦ୍ଦେଶକ ବିଶ୍ୱଜିତ୍ ଚାଟାର୍ଜୀଙ୍କୁ ବର୍ଷର ଶ୍ରେଷ୍ଠ ଭାରତୀୟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ପୁରସ୍କାର

ପଣଜୀ : ଗୋଆରେ ୫୧ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଶୁଭାରମ୍ଭ ହୋଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଏହି ମହୋତ୍ସବର ଉଦଘାଟନ କରିଛନ୍ତି।  ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ମଧ୍ୟ  ଉତ୍ସବରେ ଉପସ୍ଥିତି ଥିଲେ। ପ୍ରତିବର୍ଷ ଭଳି ପଣଜୀ ସହରରେ ଚଳଚ୍ଚିତ୍ର ଉତ୍ସବ ଅନୁଷ୍ଠିତ ହେଉଛି।କୋଭିଡ୍‍-୧୯ ନାଇଣ୍ଟିନ୍‍ ଯୋଗୁଁ ଚଳିତବର୍ଷର ଚଳଚ୍ଚିତ୍ର ଉତ୍ସବରେ ଉଭୟ ଭର୍ଚୁଆଲ୍‍ ଓ ବ୍ୟକ୍ତିଗତ ଭାବେ ଉପସ୍ଥିତ ହୋଇ ଅଂଶଗ୍ରହଣକାରୀମାନେ ଏଥିରେ ଭାଗ ନେଉଛନ୍ତି। ଚଳଚ୍ଚିତ୍ର ଉତ୍ସବରେ ୨୦୦ରୁ ଊର୍ଦ୍ଧ୍ବ ଚଳଚ୍ଚିତ୍ରର ପ୍ରଦର୍ଶନ ହେବ। ଇଟାଲୀର ‘ଭିଟ୍ଟୋରିଓ ଷ୍ଟୋରାରୋ’ଙ୍କୁ ଲାଇଫ୍‍ ଟାଇମ୍‍ ଆଚିଭ୍‍ମେଣ୍ଟ ପୁରସ୍କାରେ ସମ୍ମାନିତ କରାଯିବ।

- Advertisement -
Image Source : PIB

ଏହି ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ସମାରୋହ (ଆଇଏଫଏଫଆଇ)ଅବସରରେ ହିନ୍ଦୀ ଓ ବଙ୍ଗଳା ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା, ନିର୍ମାତା, ନିର୍ଦ୍ଦେଶକ ତଥା ଗାୟକ ଶ୍ରୀ ବିଶ୍ୱଜିତ୍ ଚ୍ଚାଟାର୍ଜୀଙ୍କୁ ବର୍ଷର ଶ୍ରେଷ୍ଠ ଭାରତୀୟ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ପୁରସ୍କାରରେ ସମ୍ମାନିତ କରାଯିବ।  କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡ଼େକର ଏହି ମହୋତ୍ସବର ଉଦଘାଟନୀ ସମାରୋହ ଅବସରରେ ପୁରସ୍କାର ଘୋଷଣା କରିଛନ୍ତି। ଏହି ପୁରସ୍କାର ତାଙ୍କୁ ମାର୍ଚ୍ଚ ୨୦୨୧ରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହ ଅବସରରେ ଦିଆଯିବ।
‘ବିସ ସାଲ ବାଦ’ ଚଳଚ୍ଚିତ୍ରରେ କୁମାର ବିଜୟ ସିଂହ ଭୂମିକା, ‘କୋହରା’ରେ ରାଜା ଅମିତ କୁମାର ସିଂ, ‘ଏପ୍ରିଲ ଫୁଲ୍’ରେ ଅଶୋକା, ‘ମେରେ ସନମ’ରେ ରମେଶ କୁମାର, ‘ନାଇଟ ଇନ ଲଣ୍ଡନ’ରେ ଜୀବନ, ‘ଦୋ କଲିୟାଁ’ରେ ଶେଖର ଏବଂ ‘କିସ୍ମତ’ ଚଳଚ୍ଚିତ୍ରରେ ଭିକ୍କି ଭୂମିକାରେ ଅଭିନୟ ପାଇଁ ବିଶ୍ୱଜିତ୍ ଚ୍ଚାଟାର୍ଜୀ ବିଶେଷ ପ୍ରସିଦ୍ଧି ହାସଲ କରିଛନ୍ତି। ଆଶା ପାରେଖ, ୱାହିଦା ରେହମାନ, ମୁମତାଜ, ମାଲା ସିହ୍ନା ଓ ରାଜଶ୍ରୀଙ୍କ ବିଶିଷ୍ଟ ଅଭିନେତ୍ରୀଙ୍କ ସହିତ ତାଙ୍କ ଯୋଡ଼ି ବେଶ ଲୋକପ୍ରିୟ ହୋଇଥିଲା। ତାଙ୍କ ଅଭିନୀତ ପ୍ରସିଦ୍ଧ ବଙ୍ଗଳା ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ରହିଛି ଚୌରଙ୍ଘୀ (୧୯୬୮) ଏବଂ ଉତ୍ତମ କୁମାରଙ୍କ ସହିତ ଗଡ଼ ନସୀମପୁର ଓ କୁହେଲି । ଏହାପରେ ଶ୍ରୀମାନ ପୃଥ୍ବୀରାଜ (୧୯୭୩), ଜୟ ବାବା ତାରକନାଥ (୧୯୭୭) ଏବଂ ଅମର ଗୀତୀ (୧୯୮୩) ଭଳି ଲୋକପ୍ରିୟ ଚଳଚ୍ଚିତ୍ରରେ ମଧ୍ୟ ସେ ଅଭିନୟ କରିଥିଲେ। ୧୯୭୫ରେ ବିଶ୍ୱଜିତ୍ ନିଜ ଅଭିନୟ କରିଥିବା ଚଳଚ୍ଚିତ୍ର ‘କେହତେ ହୈ ମୁଝକୋ ରାଜା’ର ପ୍ରଯୋଜନା ଏବଂ ନିର୍ଦ୍ଦେଶନା ଦାୟିତ୍ବ ସମ୍ଭାଳିଥିଲେ। ଅଭିନୟ ଓ ନିର୍ଦ୍ଦେଶନା ବ୍ୟତୀତ ସେ ଜଣେ ଗାୟକ ଓ ନିର୍ମାତା ମଧ୍ୟ ରହିଆସିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories