www.samajalive.in
Saturday, December 6, 2025
26.1 C
Bhubaneswar

ସାହିତ୍ୟିକ ଅକ୍ଷୟ କର୍ଣ୍ଣ ହେଲେ ଓଡିଶା ସଂସ୍କୃତି କଳା ପରିଷଦର ରାଜ୍ୟ ସଂଯୋଜକ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ପାରମ୍ପରିକ ଲୋକ କଳା ସଂଘର କନ୍ଧମାଳ ଜିଲା ସଭାପତି ତଥା କବି, ଲେଖକ ଓ ସାହିତ୍ୟିକ ଅକ୍ଷୟ କର୍ଣ୍ଣ ରାଜ୍ୟ ସଂସ୍କୃତି କଳା ପରିଷଦର ରାଜ୍ୟ ସଂଯୋଜକ ଭାବେ ମନୋନିତ ହୋଇଛନ୍ତି। ତାଙ୍କର ନିଜ ଘର ଫିରିଙ୍ଗିଆ ବ୍ଳକରେ। ଦୀର୍ଘବର୍ଷ ଧରି କନ୍ଧମାଳ ଜିଲ୍ଲାର ଲୋକ କଳା ଓ ପାରମ୍ପରିକ କଳାକୁ ବିଭିନ୍ନ ସ୍ଥାନରେ ପହଞ୍ଚାଇବାରେ ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁୂତ୍ୱପୂର୍ଣ୍ଣ। ତାଙ୍କର ଲିଖିତ ଶିଶୁ ସାହିତ୍ୟ, କନ୍ଧମାଳର ଲୋକ କଳା ସମ୍ବନ୍ଧରେ ଅନେକ ପୁସ୍ତକ ରାଜ୍ୟ ସ୍ତରରେ ପୁରସ୍କୃତ ମଧ୍ୟ ହୋଇଛି। ସମାଜସେବା ଦିଗରେ ମଧ୍ୟ ସେ ସୁନାମ ଅର୍ଜନ କରିବା ସହ ରାଜ୍ୟର ବିଭିନ୍ନ ଅନୁଷ୍ଠାନମାନଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି। ଜଣେ ଦକ୍ଷ କଳା ସଂଙ୍ଗଠକ ଭାବରେ କନ୍ଧମାଳ ଜିଲ୍ଲାରେ ତାଙ୍କର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଗତ ୧୦ ତାରିଖ ଭୁବନେଶ୍ୱର ଠାରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ବାସଭବନ ପରିସରରେ ରାଜ୍ୟ ସଂସ୍କୃତି କଳାପରିଷଦର ଏକ ବୈଠକ ସହ ନୁତନ କର୍ମକର୍ତା ଚୟନ ନେଇ ଏକ ବୈଠକ ଅନୁଷ୍ଟିତ ହୋଇଥିଲା। ରାଜ୍ୟ ଅଧକ୍ଷ ଲକ୍ଷ୍ମିଧର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀ କର୍ଣ୍ଣଙ୍କୁ ସର୍ବ ସମ୍ମତି କ୍ରମେ ରାଜ୍ୟ ସଂଯୋଜକ ଭାବେ ଦାୟିତ୍ୱ ଦିଆଯାଇଛି। ଏହି ଅବସରରେ ଓଡିଶା ସଂସ୍କୃତି କଳା ପରିଷଦର ବହୁ ସଦସ୍ୟ ଉପସ୍ଥିତ ଥିଲେ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories