www.samajalive.in
Saturday, December 6, 2025
17.1 C
Bhubaneswar

ସ୍ୱୟଂ ସହାୟିକା ଗୋଷ୍ଠୀ ତାଲିମ ଶିବିର

ମୋହନା : ଗଜପତି ଜିଲ୍ଲା  ମୋହନା ବ୍ଳକ ମାଣିକପୁର ପଞ୍ଚାୟତ ଅନ୍ତର୍ଗତ ମା’ତାରିଣୀ ସଂଗଠନ କାର୍ଯ୍ୟାଳୟ ପରିସରରେ ସକାଳ ସ୍ଵେଛାସେବୀ ଅନୁଷ୍ଠାନ ଓ ନାର୍ବାଡ଼ର ସହାୟତାରେ ୫ଟି ଗ୍ରାମର ୧୨ଟି ଦଳର ୭୦ ଜଣ ସଭ୍ୟାଙ୍କୁ ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ ଶିବିରରେ ମୁଖ୍ୟଅତିଥି ଭାବେ ନାର୍ବାଡ଼ର ମୁଖ୍ୟ ଅଧିକାରୀ ସୁନାମ ସୌରଭ ସାହୁ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥିଭାବେ ଚାନ୍ଦିପୁଟ ଇଣ୍ଡିଆନ୍ ବ୍ୟାଙ୍କ ଶାଖା ପରିଚାଳକ ଆଶିଷ ତ୍ରିପାଠୀ , ମୋହନା ବ୍ଲକ କୃଷି ଅଧିକାରୀ ସନ୍ଦିପ ସାହୁ, ସୁରେନ୍ଦ୍ର ସାହୁ, ଉଦ୍ୟାନ ବିଭାଗର ଗୋପୀନାଥ ସାହୁ, ଓଡ଼ିଶା ଜୀବନ ଜୀବିକାର ଏମବିକେ ଯମୁନା ପୂଜାରୀ ପ୍ରମୁଖ ଯୋଗଦେଇଥିଲେ।
ଶିବିରରେ ଯୋଗଦେଇଥିବା ଅଂଶଗ୍ରହଣକାରୀମାନେ ନିଜର କାର୍ଯ୍ୟଦକ୍ଷତା,ବିଭାଗ ପକ୍ଷରୁ ହେଉଥିବା ଯୋଜନା, ରିହାତି ଦରରେ ଛତୁ ଚାଷ, ଘାସ ଚାଷ, ବଳରାମ ଯୋଜନା, କୃଷି ଯନ୍ତ୍ରପାତି ପାଇପାରିବେ ଓ ଚାଷୀ ପଞ୍ଜିକରଣ ହୋଇପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ପ୍ରଧାନମନ୍ତ୍ରୀ ଧନ-ଜନ ଯୋଜନା ସଂପର୍କରେ ତପ୍ତପାଣି ଉତ୍ପାଦନ କମ୍ପାନୀର ସିଇଓ ଅଜିତ କୁମାର ସାହୁ ବୁଝାଇଥିଲେ। ସକାଳ ଅନୁଷ୍ଠାନର ସମ୍ପାଦକ ନଗେନ୍ଦ୍ର କୁମାର ନନ୍ଦୀ ଶିବିରକୁ ପରିଚାଳନା କରିଥିଲେ। ପ୍ରକଳ୍ପ ସଂଯୋଜକ ସନ୍ତୋଷ କୁମାର ଗୌଡ ଧନ୍ୟବାଦ ଅର୍ପଣ କରିଥିଲେ। ପଞ୍ଚାୟତ ସଂଯୋଜକ ଯୋଗେନ୍ଦ୍ର ସ୍ଵାଇଁ, ଦିନବନ୍ଧୁ ପ୍ରଧାନ, ସତ୍ୟବାନ, ନିରଞ୍ଜନ ପ୍ରମୁଖ ସହଯୋଗ କରିଥିଲେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories