www.samajalive.in
Sunday, December 14, 2025
23.1 C
Bhubaneswar

ରୁଷ୍‍ରେ ହେଲିକପ୍ଟର ଦୁର୍ଘଟଣା: ୧୮ ମୃତ

ମସ୍କୋ : ରୁଷିଆରେ ଶନିବାର ଏକ ହେଲିକପ୍ଟର ଦୁର୍ଘଟଣାରେ ୧୮ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩ ଜଣ ହେଲିକପ୍ଟର କର୍ମଚାରୀ ଏବଂ ୧୫ ଜଣ ଯାତ୍ରୀ ଅନ୍ତର୍ଭୁକ୍ତ। ରୁଷିଆର ଜାତୀୟ ଏୟାରଲାଇନ୍‍ ଉଟେର ଦ୍ୱାରା ପରିଚାଳିତ ଏମ୍‍ଆଇ-୮ ହେଲିକପ୍ଟରଟି ଉତ୍ତର ସାଇବେରିଆର କ୍ରାସନୋୟାର୍ସ୍କ ସ୍ଥିତ ଏକ ଇନ୍ଧନ ଷ୍ଟେସନ ଅଭିମୁଖେ ବାହାରିଥିଲା। ଉଡ଼ାଣ ଆରମ୍ଭ କରିବା ପରେପରେ ଏହା ଅନ୍ୟ ଏକ ହେଲିକପ୍ଟର ସହିତ ଧକ୍କା ହୋଇଥିଲା। ଦ୍ୱିତୀୟ ହେଲିକପ୍ଟରଟି ସୁରକ୍ଷିତ ଭାବେ ଅବତରଣ କରିଥିବା ବେଳେ ଏମ୍‍ଆଇ ହେଲିକପ୍ଟରଟି ଆକାଶମାର୍ଗରୁ ଖସି ପଡି ଧ୍ୱଂସ ହୋଇଯାଇଥିଲା। ଫଳରେ ଏଥିରେ ଥିବା ସମସ୍ତ ଲୋକ ପ୍ରାଣ ହରାଇଥିଲେ। ମସ୍କୋ ସମୟ ପୂର୍ବାହ୍ଣ ପ୍ରାୟ ୫ଟା ୪୩ରେ ଏହି ଦୁର୍ଘଟଣା ଘଟିଥିଲା। ଏହା ଦ୍ୱିତୀୟ ହେଲିକପ୍ଟର ସହିତ ପିଟି ହେବାର କାରଣ ଜଣାପଡି ନ ଥିବା ରୁଷ୍‍ ପରିବହନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories