www.samajalive.in
Tuesday, December 9, 2025
23.1 C
Bhubaneswar

ଗୋପାଳପୁର ବିଧାୟକଙ୍କ ନାଁରେ ପୁଣି ଏକ ମାମଲା

ଗୋପାଳପୁର: ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ନାମରେ ଗୋଳନ୍ଥରା ଥାନାରେ ଆଉ ଏକ ମାମଲା ରୁଜୁ ହୋଇଛି। ଟାଟା ମୋଟର୍ସରେ ନିଯୁକ୍ତି ଦେବା ନାମରେ ଟଙ୍କା ନେଇ ଠକେଇ କରିଥିବା ଅଭିଯୋଗରେ ତାଙ୍କ ନାଁରେ ଏହି ମାମଲା ରୁଜୁ ହୋଇଛି। ଏହି ନୂଆ ମାମଲା ସହ ଗୋଳନ୍ଥରା ଥାନାରେ ବିଧାୟକଙ୍କ ନାମରେ ଏହା ତୃତୀୟ ମାମଲା। ଅଭିଯୋଗ ଅନୁଯାୟୀ ଗୋଳନ୍ଥରା ଥାନା ଅନ୍ତର୍ଗତ କେଲୁଆପଲ୍ଲୀର ପ୍ରଭାତ କୁମାର ନାୟକ ତାଙ୍କ ଭାଇଙ୍କ ଚାକିରି କରାଇବା ପାଇଁ ବିଧାୟକ ଡ. ପାଣିଗ୍ରାହୀଙ୍କୁ ୩ଲକ୍ଷ ଟଙ୍କା ଦେଇଥିଲେ। ଭାଇଙ୍କୁ ନିଯୁକ୍ତି ନମିଳିବା ଫଳରେ ସେ ଠକେଇର ଶିକାର ହୋଇଥିବା ନେଇ ପ୍ରଭାତ ଗୋଳନ୍ଥରା ଥାନାରେ ଗତ ୧୨ ତାରିଖରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ଗୋଳନ୍ଥରା ପୁଲିସ୍ କେଶ୍ ନଂ ୭/୨୧ରେ ଆଇପିସିର ଧାରା ୪୧୯/୪୨୦/୪୬୭/୪୬୮/ ୪୬୯/୪୭୧/୧୨୦(ବି)/୬୬(ସି),୬୬(ଡି) ଓ ୩୪ ଆଇଟି ଆକ୍ଟରେ ମାମଲା ରୁଜୁ କରିଛି। ଏହା ପୂର୍ବରୁ ଗତ ଡିସେମ୍ବର ମାସରେ ଅନୁରୂପ ଭାବେ ବିଧାୟକଙ୍କ ନାମରେ ୨ ଟି ଠକେଇ ମାମଲା ରୁଜୁ ହୋଇସାରିଛି। ଗୁଣପୁର ଗ୍ରାମର ଲକ୍ଷ୍ମୀନାରାୟଣ ନାଏକଙ୍କ ପୁଅକୁ ଟାଟାରେ ଚାକିରି ଦେବା ପାଇଁ ବିଧାୟକ ପ୍ରଦୀପଙ୍କୁ ୬ଲକ୍ଷ ଟଙ୍କା ଅଗ୍ରୀମ ଦେଇଥିବାବେଳେ ନିଯୁକ୍ତି ନମିଳିବା ଯୋଗୁ ସେ ଗୋଳନ୍ଥରା ଥାନାରେ ଏକ ମାମଲା ରୁଜୁ କରିଥିଲେ। ସେହିପରି ଚିକରଡା ଗ୍ରାମର ପ୍ରଶାନ୍ତ କୁମାର କର ଟାଟାରେ ନିଯୁକ୍ତି ପାଇଁ ପ୍ରଦୀପଙ୍କୁ ଲକ୍ଷ ଟଙ୍କା ଦେଇଥିବା ବେଳେ ସେ ମଧ୍ୟ ଠକେଇ ର ଶିକାର ହୋଇଥିବା ନେଇ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତି କରି ପୁଲିସ ପକ୍ଷରୁ ଆଇପିସିର ଧାରା ୪୨୦/୩୪ ଅନୁସାରେ କେଶ୍ ନଂ ୩୭୪/୨୦ ଏବଂ ୩୮୪/୨୦ ଅନୁସାରେ ମାମଲା ରୁଜୁ ହୋଇଥିଲା। ଗୋପାଳପୁର ବିଧାୟକଙ୍କ ବିରୋଧରେ ଚାକିରି ନାମରେ ଠକେଇ ନେଇ ଥାନାରେ ମାମଲା ସଂଖ୍ୟା ୩ ରେ ପହଞ୍ଚିଥିବାରୁ ତାଙ୍କ ପାଇଁ ଅଡୁଆ ବଢିବା ଅନୁମାନ କରାଯାଉଛି।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories