www.samajalive.in
Tuesday, December 9, 2025
26.1 C
Bhubaneswar

ସାକ୍ଷୀ ଦେଲେ ୧୪ ଜଣ; ନାବାଳକ ପୁତ୍ର ହନ୍ତା ପିିତାକୁ ଆଜୀବନ କାରାବାସ

ରାଉରକେଲା: ପୁତ୍ର ହତ୍ୟାକାରୀ ପିତାକୁ କୋର୍ଟ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିତ ଅପରାଧୀ ପିତାଙ୍କଠାରୁ ୫ ହଜାର ଟଙ୍କା ଜରିମାନା ଆଦାୟ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ସେ ଆଉ ଅଧିକ ଏକ ବର୍ଷ ସଶ୍ରମ କାରାଦଣ୍ଡ ଭୋଗ କରିବାକୁ ବିଚାରପତି ରାୟ ଦେଇଛନ୍ତି। ଗତ ୨୪/୬/୨୦୧୯ରେ ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ଆର୍‌ଏସ୍‌ କଲୋନୀରେ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟିଥିଲା। ଅଭିଯୋଗ ଅନୁସାରେ ହୋଣ୍ଡା ଓରାମ (୪୨) କଲୋନୀରେ ପରିବାର ସହିତ ରହୁଥିଲେ। ଘଟଣା ଦିନ ଭୋର୍‌ ସମୟରେ ହୋଣ୍ଡା ଓ ତାଙ୍କର ପାଞ୍ଚ ବର୍ଷର ପୁଅ ଅନୁଗ୍ରହ ଓରମ (୫) ଘରେ ଶୋଇଥିଲେ। ହୋଣ୍ଡାଙ୍କ ପତ୍ନୀ ସକାଳୁ ଉଠିପଡ଼ି ଶୌଚ ଚାଲି ଯାଇଥିଲେ। କିଛି ସମୟ ପରେ ତାଙ୍କ ପତ୍ନୀ ଘରକୁ ଫେରି ଆସିଥିଲେ। ଘରେ ପହଞ୍ଚିଲା ବେଳକୁ ହୋଣ୍ଡା ଖଟରେ ନଥିଲେ। ଅନୁଗ୍ରହ ମଧ୍ୟ ଦେଖାଯାଉନଥିଲା। ପରେ ଅନୁଗ୍ରହର ରକ୍ତ ଜୁଡ଼ୁବୁଡ଼ୁ ଶବ ଖଟୁ ତଳୁ ମିଳିଥିଲା। ଅନୁଗ୍ରହଙ୍କ ତଣ୍ଟିରେ ଏକ କଟା ଦାଗ ରହିଥିଲା।

ଏସବୁ ଦୃଶ୍ୟ ଦେଖି ଅନୁଗ୍ରହର ମା’ କାନ୍ଦ ବୋବାଳି ଛାଡ଼ି ଥିଲେ। କାନ୍ଦ ବୋବାଳି ଶୁଣି ପଡ଼ିଶା ସୋମା ଓରାମ ଓ ତାଙ୍କ ପତ୍ନୀ ସେଠାରେ ପହଞ୍ଚିଥିଲେ। ଏସବୁ ଘଟଣା ଜାଣିବା ପରେ ସୋମା ବନ୍ଧମୁଣ୍ଡା ଥାନାରେ ହୋଣ୍ଡାଙ୍କ ବିରୋଧରେ ଏତଲା ଦେଇଥିଲେ। ପୁଲିସ ଏକ ହତ୍ୟା ମାମଲା (ନଂ.୧୧୦/୨୦୧୯) ରୁଜୁ କରି ବିଭିନ୍ନ ଆଡ଼େ ଖୋଜାଖୋଜି କରି ହୋଣ୍ଡାକୁ ଗିରଫ କରିଥିଲା। ପୁଲିସ ଘଟଣାର ଅନୁସନ୍ଧାନ କରି ହୋଣ୍ଡା ହିଁ ହତ୍ୟାକାରୀ ଦର୍ଶାଇ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଥିଲା। ଏହି ମମାଲା ରାଉରକେଲା ପ୍ରଥମ ଅତିରିକ୍ତ ଜିଲା ଦୌରାଜଜ୍‌ ଦୀପକ କୁମାରଙ୍କ କୋର୍ଟରେ ବିଚାରାଧୀନ ରହିଥିଲା। କୋର୍ଟରେ ୧୪ ଜଣ ସାକ୍ଷ୍ୟ ପ୍ରଦାନ କରିଥିଲେ। ଏହା ସହିତ କୋର୍ଟ ୨୧ଟି ବିଭିନ୍ନ ଦସ୍ତାବିଜ ନିରୀକ୍ଷଣ କରିଥିଲେ। ତେବେ ହତ୍ୟାକାଣ୍ଡର କେହି ପ୍ରତ୍ୟେକ୍ଷଦର୍ଶୀ ନଥିଲେ ମଧ୍ୟ ପୂର୍ବରୁ ପୁଅକୁ ନେଇ ଝଗଡ଼ା, ପତ୍ନୀର ଚରିତ୍ର ସନ୍ଦେହ ନେଇ ଗଣ୍ଡଗୋଳ ଘଟଣାରୁ ହୋଣ୍ଡା ହିଁ ହତ୍ୟାକାରୀ ବୋଲି କୋର୍ଟ ଅନୁଭବ କରିଥିଲେ। ତେଣୁ ବିଚାରପତି ଦୀପକ କୁମାର ହୋଣ୍ଡାଙ୍କୁ ଦୋଷୀ ଘୋଷଣା କରିଥିଲେ। ଦୋଷୀ ହୋଣ୍ଡାକୁ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିିତ କରିଥିଲେ। ଏହା ସହିତ ତା’ଠାରୁ ୫ ହଜାର ଜରିମାନା ଆଦାୟ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ହୋଣ୍ଡା ଆଉ ଅଧିକ ଏକ ବର୍ଷ ସଶ୍ରମ ଜେଲ ଦଣ୍ଡ ଭୋଗିବ ବୋଲି ବିଚାରପତି ତାଙ୍କ ରାୟରେ ସ୍ପଷ୍ଟ କରି ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରୋସିକ୍ୟୁଟର ସତ୍ୟନାରାୟଣ ମହାପାତ୍ର ମୋକଦ୍ଦମା ପରିଚାଳନା କରୁଥିଲେ।

Hot this week

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

Related Articles

Popular Categories