www.samajalive.in
Sunday, December 14, 2025
14.1 C
Bhubaneswar

ଆମ୍ବେଦକର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଟଂ, ସମଲେଶ୍ୱରୀ ଗ୍ୟାଲେକ୍ସି ବିଜୟୀ

ହରଭଙ୍ଗା: ହରଭଙ୍ଗାସ୍ଥିତ ହାଇସ୍କୁଲ ଖେଳ ପଡିଆରେ ଗତ ୭ ତାରିଖରୁ ଆରମ୍ଭ ହୋଇଛି ଜିଲ୍ଲାସ୍ତରୀୟ ୨୪ତମ ଆମ୍ବେଦକର କ୍ରିକେଟ ଟୁର୍ଣ୍ଣାମେଂଟ। ଶୁକ୍ରବାର ସମଲେଶ୍ୱରୀ ଗେଲେକ୍ସି ସମ୍ବଲପୁର ସହିତ ମହାବୀର କ୍ଲବ ରାମଗଡ ସହିତ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ସମ୍ବଲପୁର ଟିମ ୭ ଉଇକେଟରେ ବିଜୟୀ ହୋଇଛି। ନିର୍ଦ୍ଧାରିତ ୨୦ ଓଭର ମ୍ୟାଚରେ ମହାବୀର କ୍ଲବ ରାମଗଡ ପ୍ରଥମେ ବ୍ୟାଟିଂ କରି ୧୩୫ ରନ କରିଥିଲା।

ଦ୍ୱିତୀୟ ଇନିଂସରେ ୧୩୬ରନର ବିଜୟ ଲକ୍ଷ୍ୟ ନେଇ ସମ୍ବଲପୁର ଟିମ ପଡିଆକୁ ଓହ୍ଲାଇଥିଲା। ମାତ୍ର ୧୧ ଓଭର ୪ଟି ବଲରେ ୩ ଉଇକେଟ ହରାଇ ଏହି ଲକ୍ଷ୍ୟ ସମ୍ବଲପୁର ଟିମ ହାସଲ କରିଥିଲା। ସମଲେଶ୍ୱରୀ ଗେଲେକ୍ସିର ଓପନିଂ ବ୍ୟାଟସମ୍ୟାନ ବିବେକାନନ୍ଦ ପଣ୍ଡା ସର୍ବାଧିକ ୬୧ ରନ କରି ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ। ଏହି କ୍ରିକେଟ ଟୁର୍ଣ୍ଣାମେଂଟରେ ୧୬ଟି ଦଳ ଭାଗ ନେଇଥିବା ଜଣାପଡିଛି। ଫାଇନାଲରେ ବିଜୟୀ ଦଳ ପାଇଁ ୧୮ ହଜାର ଟଙ୍କା ଏବଂ ରନରସ ଅପ ଦଳକୁ ୧୨ ହଜାର ଟଙ୍କା ପୁରସ୍କାର ରାଶି ରହିଥିବା ଆୟୋଜକ କମିଟି ସଭାପତି ବିକାଶ ବେହେରା ଓ ସଂପାଦକ ସମ୍ବାରୁ ନାଏକ ସୂଚନା ଦେଇଛନ୍ତି। ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଟୁର୍ଣ୍ଣାମେଟ ଚାଲିବ ବୋଲି ଜଣାପଡିଛି।

Hot this week

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

Related Articles

Popular Categories