www.samajalive.in
Sunday, December 14, 2025
14.1 C
Bhubaneswar

ଅତାବିରା ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳିତ

ରେଙ୍ଗାଲି କ୍ୟାମ୍ପ: ଅତାବିରା ମହାବିଦ୍ୟାଳୟରେ ପ୍ରାଧ୍ୟାପକ ଅଶ୍ଵିନୀ କୁମାର ପ୍ରଧାନଙ୍କ ସଭାପତିତ୍ବରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପୂର୍ବତନ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଅତାବିରା ଅତିରିକ୍ତ ତହସିଲଦାର ସୂର୍ଯ୍ୟନାରାୟଣ ମିଶ୍ର ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଯୁବ ରେଡକ୍ରସ୍ ପରାମର୍ଶଦାତା ପରମାନନ୍ଦ ରଥ ପରିଚାଳନା କରିଥିଲେ। ଇତିହାସ ବିଭାଗର ପ୍ରଧ୍ୟାପକ ତ୍ରିଲୋଚନ ପ୍ରଧାନ ସ୍ବାମୀ ବିବେକାନନ୍ଦଙ୍କ ଜୀବନୀ ଓ ସାମ୍ପ୍ରତିକ ପରିସ୍ଥିତିରେ ଯୁବକମାନେ କିପରି ପ୍ରେରଣାର ଉତ୍ସ ହୋଇପାରିବ ସେ ଉପରେ ଆଲୋକପାତ କରିଥିଲେ।

ଏହି ଅବସରରେ ଯୁବ ଛାତ୍ର ସମାଜ ଅନ୍ତର୍ନିହିତ ପ୍ରତିଭାକୁ ଉଦ୍ଭାଷିତ କରିବା ଉଦ୍ଦେଶ୍ୟରେ ଅନେକଗୁଡ଼ିଏ ପ୍ରତିଯୋଗୀତା କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ରହିଥିବା ଛାତ୍ରଛାତ୍ରୀମାନେ ହେଲେ ଇଂରାଜୀ ପ୍ରବନ୍ଧରେ ମହେନ୍ଦ୍ର ସାହୁ, ତନୁଶ୍ରୀ ପ୍ରଧାନ ଓ ହ୍ନିକିତା ସାହୁ, ଓଡ଼ିଆ ପ୍ରବନ୍ଧରେ ନିକିତା ସାହୁ, ଅଦ୍ୟାଶା ଦାଶ ଓ ତନୁସ୍ରୀ ପ୍ରଧାନ, ଅଳ୍ପନା ରେ, ତାନୁଶ୍ରୀ ପ୍ରଧାନ, ନିକିତା ସାହୁ ଓ ପ୍ରତିଭା ଭୋଷାଗର୍, ପୋଷ୍ଟର ପ୍ରତିଯୋଗୀତାରେ ନିକିତା ସାହୁ, ଅଦ୍ୟାସା ଦାଶ ଓ ମମତା ମିର୍ଦ୍ଧା, ବକୃତାରେ ନିକିତା ସାହୁ, ସୁରଥ ନାଗ ଓ ଆଦ୍ୟାଷା ଦାଶ। ଶେଷରେ ଅଧ୍ୟାପିକା ତଥା ଯୁବ ରେଡକ୍ରସ୍ ପରାମର୍ଶଦାତ୍ରି ମୋନିକା ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories