www.samajalive.in
Thursday, December 11, 2025
16.1 C
Bhubaneswar

୬୦୦ ଜିଲ୍ଲାରେ ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ପ୍ରଶିକ୍ଷଣ

ନୂଆଦିଲ୍ଲୀ : ଶୁକ୍ରବାର  ଦେଶର ୬୦୦ଟି ଜିଲ୍ଲାରେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ ହୋଇଛି। ଦକ୍ଷତା ବିକାଶ ଓ ଔଦ୍ୟୋଗିକତା ମନ୍ତ୍ରୀ ଡକ୍ଟର ମହେନ୍ଦ୍ରନାଥ ପାଣ୍ଡେ ଏହି କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। କୌଶଳ ବିକାଶ ମନ୍ତ୍ରାଳୟ ଦ୍ୱାରା ଆରମ୍ଭ ହୋଇଥିବ ଥିବା ଏହି କାର୍ଯ୍ୟକ୍ରମରେ କୋଭିଡ୍‍ ଏବଂ ନବୋନ୍ମେଷ ସଂପର୍କିତ କୌଶଳର ଶୁଭାରମ୍ଭ କରାଯାଇଛି।

ଏହି ଯୋଜନାରେ ୮ଲକ୍ଷ ଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣ ଦିଆଯିବ, ଯେଉଁଥିରେ ୯୪୮ କୋଟି ଟଙ୍କା ଖର୍ଚ୍ଚ ହେବ। ୭୨୯ଟି ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର, ପ୍ୟାନେଲରେ ସ୍ଥାନ ପାଇଥିବା ଅଣ-ପିଏମକେକେ ତାଲିମ କେନ୍ଦ୍ର ଓ ୨୦୦ରୁ ଅଧିକ ଆଇଟିଆଇ ସ୍କିଲ୍‍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା କାର୍ଯ୍ୟକାରୀ କରିବେ। ପୂର୍ବରୁ ଏହି ଯୋଜନାର ଦୁଇଟି ପର୍ଯ୍ୟାୟରେ ଯେଉଁ ସଫଳତା ଅର୍ଜନ କରାଯାଇଛି, ସେ ସଂପର୍କରେ ମଧ୍ୟ ପ୍ରାର୍ଥୀମାନଙ୍କୁ ଶିକ୍ଷା ଦିଆଯିବ।

- Advertisement -

ଏହା ମାଧ୍ୟମରେ ଦକ୍ଷ ପେସାଦାରମାନଙ୍କୁ ସୃଷ୍ଟି କରାଯିବ। ପ୍ରଥମ ପର୍ଯ୍ୟାୟ ଓ ଦ୍ୱିତୀୟ ପର୍ଯ୍ୟାୟ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାକୁ ଭିତ୍ତିକରି ମନ୍ତ୍ରଣାଳୟ ତୃତୀୟ ପର୍ଯ୍ୟାୟ ଯୋଜନାରେ ଅନେକ ନୂଆ ନୂଆ ବିଷୟକୁ ସ୍ଥାନ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୫ ଜୁଲାଇ ୧୫ ତାରିଖରେ ସ୍କିଲ୍‍ ଇଣ୍ଡିଆ ମିଶନ୍‍ର ଶୁଭାରମ୍ଭ କରିଥିଲେ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories