www.samajalive.in
Sunday, December 7, 2025
14.1 C
Bhubaneswar

ଓଲଟିଲା କପା ବୋଝେଇ ଟ୍ରକ ; ୨ ମୃତ

କଲ୍ୟାସିଂହପୁର : ରାୟଗଡା ଜିଲାର କଲ୍ୟାଣସିଂହପୁର ତ୍ରିକାଳପାଡୁ ନିକଟରେ ଏକ କପା ବୋଝେଇ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି ବୁଧବାର ଜଣାପଡ଼ିଛି। କପା ବୋଝେଇ ଟ୍ରାକ୍ଟର ଓଲଟି ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଦୁର୍ଘଟଣାରେ ଚାଳକ (ଶଶିରାଓ ମିଣିଆକା) ସମେତ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଛି ବୋଲି ଜଣାପଡ଼ିଛି।
ସୂଚନା ଯୋଗ୍ୟ, ଗତକାଲି ବିଳମ୍ବିତ  ରାତିରେ କଲ୍ୟାଣସିଂହପୁର ବେଲକଣା ଗାଁର କେ.ପ୍ରସାଦ ନିଜ ଟ୍ରାକ୍ଟର ଧରି ପୋମଡା ଛକଠାରେ ଖୁଚୁରା ଚାଷୀଙ୍କ କପା କିଣି ଟ୍ରାକ୍ଟରରେ ଲୋଡ କରି ରାତ୍ର ସମୟରେ ନିଜ ଗାଁକୁ ନେଉଥିବା ବେଳେ ଶିକରପାଇ ନିକଟ କ୍ରିକାଲ ପାଡୁ ବୁଲାଣିରେ ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟି ପଡିପଡିଥିଲା। ଫଳରେ ଘଟଣାସ୍ଥଳରେ ଚାଳକ ଶଶିରାଓ ମିଣିଆକାଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଶ୍ରମିକ ଗୁରୁତର ହୋଇଥିବାରୁ ନିକଟ ଗାଁ ଲୋକ ପହଁଞ୍ଚିବା ପରେ ଗୁରୁତର ଦୁଇଜଣକୁ ଉଧାର କରି ଆମ୍ବୁଲାନ୍ସ ଯୋଗେ ରାୟଗଡା ଜିଲା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତୀ କରଥିଲେ । ସେଠାରେ ଡାକ୍ତର ଚିକିତ୍ସା କରବା ପରେ ଅନ୍ୟ ଏକ ମହିଳା ଶ୍ରମିକ ସୁବର୍ଣା କରଡିଆଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଶ୍ରମିକ କୁନେଇ କରଡିଆ ଗୁରୁତ୍ତର ଅବସ୍ଥାରେ ରହିଛନ୍ତି। ଖବରପାଇ କଲ୍ୟାଣସିଂହପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି । ଉକ୍ତ ଟ୍ରାକ୍ଟରରେ ଚାଳକ ସହ ଚାରିଜଣ ଶ୍ରମିକ ବସିଥିଲେ । ଅନ୍ୟ ଦୁଇଜଣ ଶ୍ରମିକ ଭଲଥିବା ଜଣାପଡିଛି ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories