www.samajalive.in
Friday, December 12, 2025
15.1 C
Bhubaneswar

ସମ୍ବଲପୁର ବିଜେଡିରେ ଫାଟ: ଯୁବ – ଛାତ୍ର ସମ୍ମିଳନୀ ପୂର୍ବରୁ ହାଇଜାକ ନେତା !!

ସମ୍ବଲପୁର: ବିଜୁ ଜନତା ଦଳ ତାର ସଙ୍ଗଠନକୁ ତ୍ରୁଣମୂଳ ସ୍ତରରୁ ମଜବୁତ କରିବା ପାଇଁ ବିଗତ ଦିନରେ ଦଳ ମଧ୍ୟରେ ଅନେକ ପ୍ରକାରର ସାଙ୍ଗଠନିକ ଅଦଳବଦଳ କରିଛି। ଏହି କ୍ରମରେ ବିଜୁ ଯୁବ ଜନତା ଓ ଛାତ୍ର ଦଳ ଭଳି ସଙ୍ଗଠନ ଗୁଡିକରେ ଅନେକ ପରିବର୍ତ୍ତନ କରାଯାଇ ତ୍ରୁଣମୂଳ ସ୍ତରରୁ ଉଦୟୀମାନ ଯୁବ ନେତା ମାନଙ୍କୁ ବିଭିନ୍ନ ପଦପଦବୀରେ ଅବସ୍ଥାପିତ କରାଯାଇଛି। ପଶ୍ଚିମ ଓଡିଶାର ରାଜନୀତିରେ ସମ୍ବଲପୁର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ବହନ କରୁଥିବାରୁ ସୋମବାର ପ୍ରଥମ ଥର ପାଇଁ ବିଜୁ ଯୁବ ଜନତା ଓ ଛାତ୍ର ଜନତା ଦଳରେ ନବ ନିଯୁକ୍ତି ପରେ ସମ୍ବଲପୁର ଠାରେ ବିଜେଡି ପକ୍ଷରୁ ଏକ ଯୁବ – ଛାତ୍ର ନେତୃତ୍ୱ ସମ୍ମିଳନୀ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରାଜ୍ୟ ସମ୍ପାଦିକ ତଥା ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ମୁଖ୍ୟ ସଂଯୋଜିକାର ଗୁରୁଦାୟିତ୍ୱ ବହନ କରିଥିବା ବେଳେ ଏଥିରେ ଦଳର ସମ୍ବଲପୁର କେନ୍ଦ୍ରିତ ପ୍ରାୟତଃ ସମସ୍ତ ନେତା ଓ ଯୁବ ନେତା ମାନେ ସାମିଲ ହୋଇଥିଲେ। ବିଜେଡି ପକ୍ଷରୁ ଯୁବ ଓ ଛାତ୍ର ସଙ୍ଗଠନକୁ ଜିଲାରେ ଆହୁରୀ ମଜବୁତ କରିବା ପାଇଁ ଆୟୋଜିତ କରାଯାଇଥିଲା।

ତେବେ ଏହି ସମ୍ମିଳନୀ ଆରମ୍ଭ ପୂର୍ବରୁ ହିଁ ଦଳରେ ଚାଲିଥିବା ଗୋଷ୍ଠୀ ବିବାଦ ପଦାରେ ପଡ଼ିଯାଇଥିଲା। ଗୋଷ୍ଠୀ ବିବାଦରେ ଜର୍ଜରିତ ସମ୍ବଲପୁର ବିଜେଡିର ଅନେକ ନେତା ମାନଙ୍କୁ ଏହି ସମ୍ମିଳନୀକୁ ଡକାଯାଇ ନ ଥିଲା। ଏହି କ୍ରମରେ ସମ୍ମିଳନୀକୁ ରାଜ୍ୟ ସମ୍ପାଦକ ଶୈଳେଶ ଦାନୀକୁ ଆମନ୍ତ୍ରଣ କରାଯାଇ ନ ଥିବା ବେଳେ ସେ ତାଙ୍କର ପାତିଆରା ଜାହିର କରିବାରେ ସଫଳ ହୋଇଥିଲେ। ସମ୍ମିଳନୀରେ ଯୋଗ ଦେବା ପାଇଁ ଝାରସୁଗୁଡା ପଟରୁ ଆସୁଥିବା ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ବ୍ୟୋମକେଶ ରାୟ, ବିଜୁ ଜନତା ଦଳ ଯୁବ ବ୍ୟାପାର ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତ ରାୟ ଓ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ସହରର ଉପକଣ୍ଠସ୍ଥ ମାଝୀପାଲି ଠାରେ ୱେଲକମ ରିର୍ସଟ ଠାରେ ଯୁବ ନେତା ଶୈଳେଶ ଦାନୀଙ୍କ ତରଫରୁ ଭବ୍ୟ ସ୍ୱାଗତ କରାଯାଇଥିଲା। ରିସୋର୍ଟ ଠାରେ ଭବ୍ୟ ସ୍ୱାଗତ ସହିତ ବିଳାସ ପୂର୍ଣ୍ଣ ଆତିଥ୍ୟ ପ୍ରଦାନ କରାଯାଇଥିଲା। ଏହି ଯୁବ ନେତା ମାନଙ୍କୁ ଭାଲୁପାଲି ଛକରେ ଯୁବ – ଛାତ୍ର ସମ୍ମିଳନୀ ଆୟୋଜନ କରୁଥିବା ଗୋଷ୍ଠୀ ଦଳବଳ ସହିତ ଅପେକ୍ଷା କରିଥିବା ବେଳେ ତା ପୂର୍ବରୁ ମାଝିପାଲି ଠାରେ ରାଜ୍ୟ ସମ୍ପାଦକ ୨ ଶହରୁ ଅଧିକ କର୍ମୀଙ୍କୁ ନେଇ ଗାଜାବାଜା ସହିତ ଭବ୍ୟ ସ୍ୱାଗତ କରିଥିଲେ। ଯୁବ ନେତା ମାନେ ରିସର୍ଟରେ ବିଳାସପୂର୍ଣ୍ଣ ଆତିଥ୍ୟ ଗ୍ରହଣ କରି ଟିକଏ ଆରାମ କରି ସମ୍ମିଳନୀକୁ ଆସିବାରୁ ପ୍ରାୟ ୨ ଘଣ୍ଟା ଧରି ବିଳମ୍ବ ହୋଇଯାଇଥିଲା। ସମ୍ମିଳନୀକୁ ପ୍ରାୟତଃ ସମ୍ବଲପୁରର ସମସ୍ତ ବିଜେଡି ନେତା ମାନଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ରାଜ୍ୟ ସମ୍ପାଦକ ଶୈଳେଶ ଦାନୀ ଡକାଯାଇ ନ ଥିଲା। ଏଣୁ ସେ ନେତା ମାନଙ୍କୁ ପୂର୍ବରୁ ହାଇଜାକ କରି ନିଜର ପାତିଆରା ଜାହିର କରିଥିବାରୁ ଦଳ ମଧ୍ୟରେ ଚାଲିଥିବା ଗୋଷ୍ଠୀ ବିବାଦ ପଦାରେ ପଡ଼ିଯାଇଛି। ଏହା ସହିତ ଏହି ସମ୍ମିଳନୀରେ ଯୁବ ନେତା ସଞ୍ଜିତ ମହାନ୍ତି, ଡ. ପ୍ରମୋଦ ରଥ ଭଳି ନେତାଙ୍କୁ ମଧ୍ୟ ଦେଖା ମିଳି ନ ଥିଲା।

- Advertisement -

ଏହି ସମ୍ମିଳନୀରେ ବିଧାୟକ ଇଂ ରୋହିତ ପୂଜାରୀ, କିଶୋର ନାଏକ, ଜିଲା ବିଜେଡି ପର୍ଯ୍ୟବେକ୍ଷକ ଇଂ ନଳିନୀକାନ୍ତ ପ୍ରଧାନ, ଜିଲା ସଭାପତି ସିଦ୍ଧାର୍ଥ ଦାସ, ଜିଲା ଯୁବ ବିଜେଡି ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ରଙ୍କ ସମେତ ଅନେକ ତୁଙ୍ଗ ନେତା ଓ ଯୁବ ନେତା ସମ୍ମିଳନୀ ସ୍ଥଳରେ ମୁଖ୍ୟ ଅତିଥି ମାନଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିବା ବେଳେ ଶୈଳେଶ ଦାନୀ ସମସ୍ତଙ୍କ ସମ୍ମୁଖରେ ନିଜର ପାତିଆରା ଜାହିର କରି ଦଳରେ ଥିବା ତାଙ୍କର କାଟତି କେତେ ଅଛି ତାହା ଦେଖାଇବାରେ ସଫଳ ହୋଇଛନ୍ତି ରାଜନୈତିକ ବିଶ୍ଲେଷକ ମାନେ ମତ ଦେଉଛନ୍ତି। ପୂର୍ବରୁ ବିଜେଡିର ପ୍ରତିଷ୍ଠା ଦିବସ ସମେତ ଅନେକ କାର୍ଯ୍ୟକ୍ରମ ଗୁଡିକରେ ମଧ୍ୟ ଦଳୀୟ ନେତା ମାନେ ନିଜ ମଧ୍ୟରେ ରହିଥିବା ମତଭେଦକୁ ଭୁଲାଇ ଏକାଠି ହୋଇ ପାରୁ ନ ଥିବାର ନଜୀର ରହିଥିବା ବେଳେ ଏହା ଦଳର ଭାବମୂର୍ତ୍ତିକୁ ପଶ୍ଚିମ ଓଡିଶାରେ ଧୁମିଳ କରୁଛି। ଶତ ଚେଷ୍ଟା ସତ୍ୱେ ବିଜେଡି ଦଳରେ ଗୋଷ୍ଠୀ ବିବାଦ ଚରମ ସୀମାରେ ପହୁଞ୍ôଚ ସାରିଥିବାରୁ ଆଗାମୀ ଦିନରେ ହେବାକୁ ଥିବା ପଞ୍ଚାୟତ ଓ ନଗର ନିଗମ ନିର୍ବାଚନ ଉପରେ ଏହାର ସ୍ପଷ୍ଟ କୁପ୍ରଭାବ ପଡ଼ିବ ବୋଲି ରାଜନୈତିକ ବିଶେଷଜ୍ଞ ମାନେ ମତ ପ୍ରକାଶ କରୁଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories