www.samajalive.in
Thursday, December 11, 2025
13.1 C
Bhubaneswar

ବୁଧବାର ରାଶିଫଳ ( ୧୩-୦୧-୨୦୨୧ )

ମେଷ: ଦ୍ବିଜା ନକ୍ଷତ୍ର ଜାତ ବ୍ୟକ୍ତି ବିଜୟୀ ସ୍ବଭାବର ହେବେ। ଜଣେ ମହାନ୍‌ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ। ସତ୍ୟ ନିଷ୍ଠ ହେବେ। ପ୍ରବଳ ପ୍ରତାପୀ ହୋଇପାରନ୍ତି। ଅଶ୍ବିନୀ ଓ କୃର୍ତ୍ତିକା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ସାମାନ୍ୟ ଶୁଭଫଳ।

ବୃଷ: ରୋହିଣୀ ଓ ମୃଗଶିରା ନକ୍ଷତ୍ର ଜାତ ବ୍ୟକ୍ତି ଅସୁସ୍ଥତା ଅନୁଭବ କରିପାରନ୍ତି। ଋଣ କାତର ହେବେ। ଅନଟନର ସମ୍ମୁଖୀନ ହୋଇପାରନ୍ତି। ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି। ଶୋକାତୁର ହେବା ଆଶା କରାଯାଏ।

- Advertisement -

ମିଥୁନ: ମୃଗଶିରା ଓ ପୁନର୍ବସୁ ନକ୍ଷତ୍ର ଜାତ ବ୍ୟକ୍ତି ଆତୁରିତ ହୋଇପାରନ୍ତି। ଗୁଣହୀନ ହେଲେ ବି ମାୟାମତିଯୁକ୍ତ ହେବେ। ମୂଲ୍ୟବାନ୍‌ ଧାତୁଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି। ଆର୍ଦ୍ରା ନକ୍ଷତ୍ର ଜାତବ୍ୟକ୍ତି ସାମାନ୍ୟ ଶୁଭଫଳ ପ୍ରାପ୍ତ ହେବେ।

କର୍କଟ: ପୁନର୍ବସୁ ଓ ଅଶ୍ଳେଷା ନକ୍ଷତ୍ର ଜାତ ବ୍ୟକ୍ତି ରାଜତୁଲ୍ୟ ହେବେ। କର୍ମକ୍ଷେତ୍ରରେ ଉତ୍ସାହି ହେବେ। ପରୋପକାରୀ ହୋଇପାରନ୍ତି। ମଣି-ଭୂଷଣ ପ୍ରାପ୍ତ ହେବେ। ବହୁବିଧ ଧନର ଅଧିକାରୀ ହେବେ। ପୁଷ୍ୟାନକ୍ଷତ୍ରର ସାମାନ୍ୟ ଫଳ।

ସିଂହ: ପୂର୍ବା ଫାଲ୍‌ଗୁନୀ ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ହିଂସା ମାର୍ଗରେ ମନ ବଳାଇଲେ ବି ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ହେବେ। ପୁଣ୍ୟ ଓ ଧନକ୍ଷୟ ହୋଇପାରେ। ବହୁ କଷ୍ଟ ସହି ମଧ୍ୟ ଶତ୍ରୁନାଶ କରିବାରେ ପାରଙ୍ଗମ ହେବେ। ମଘା ଓ ଉତ୍ତରା ଫାଲ୍‌ଗୁନୀର ସାମାନ୍ୟ ଫଳ।

କନ୍ୟା: ହସ୍ତା ଓ ଚିତ୍ରା ନକ୍ଷତ୍ର ଜାତ ବ୍ୟକ୍ତି ଶତ୍ରୁନାଶ, ଧନଭୋଗୀ ହେବେ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ତେଜୀୟାନ୍‌ ହେବେ। ବନ୍ଧୁ ବିୟୋଗ ସହିତ ବାହୁରେ ପୀଡ଼ା ଉପୁଜି ପାରେ। ପ୍ରିୟ ଭାଷୀ ଓ ଧନ ଯାନବାହନଯୁକ୍ତ ହେବେ। ସୁବର୍ଣ୍ଣ ସମ୍ପଦର ଅଧିକାରୀ ହେବେ।

ତୁଳା: ଚିତ୍ରା ଓ ବିଶାଖା ନକ୍ଷତ୍ର ଜାତ ବ୍ୟକ୍ତି ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। କୀର୍ତ୍ତିମାନ୍‌ ହେବେ। ଗୁରୁ ଓ ବନ୍ଧୁ ବାନ୍ଧବଙ୍କ ପ୍ରତି ଅନୁରକ୍ତି ରହିବ। ପତ୍ନୀଙ୍କ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ୍‌ ହେବାକୁ ପଡ଼ିବ। ମଧୁର କଥାରେ ସମସ୍ତଙ୍କ ପ୍ରିୟଭାଜନ ହେବେ।

ବିଛା: ବିଶାଖା ଓ ଜ୍ୟୋଷ୍ଠା ନକ୍ଷତ୍ର ଜାତ ବ୍ୟକ୍ତି ସ୍ବଳ୍ପ ଧନର ଅଧିକାରୀ ହେବେ। ନିଜ ପରିବାର ପ୍ରତି ଅନୁରକ୍ତି ରହିବ। ଶାସ୍ତ୍ର ସମ୍ମତ କାର୍ଯ୍ୟ କରିପାରନ୍ତି। ପରଂ ବ୍ରହ୍ମଙ୍କ ଶରଣାଗତ ହେବେ। ଅନୁରାଧା ନକ୍ଷତ୍ରର ଶତ୍ରୁ ବୃଦ୍ଧି; ମାତ୍ର ଅନିଷ୍ଟ ନାହିଁ।

ଧନୁ: ପୂର୍ବାଷାଢ଼ା ନକ୍ଷତ୍ର ଜାତ ବ୍ୟକ୍ତି ସୁଖୀ ହେବା ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଧାର୍ମିକ ଓ ତେଜସ୍ବୀ ହେବେ। କୀର୍ତ୍ତିମାନ୍‌ ହେବେ। ସମ୍ମାନିତ ହୋଇପାରନ୍ତି। ମୂଳା ଓ ଉତ୍ତରାଷାଢ଼ା ନକ୍ଷତ୍ରର ସାମାନ୍ୟ ଶୁଭ।

ମକର: ଶବଣା ଓ ଧନିଷ୍ଠା ନକ୍ଷତ୍ର ଜାତବ୍ୟକ୍ତି ସୁଭାଷୀ ଓ ଉତ୍ତମ ବିଦ୍ୟାଯୁକ୍ତ ହୋଇପାରନ୍ତି। ଭୋଗ ବିଳାସରେ ସମୟ ବିତାଇବେ। କର୍ମଚଞ୍ଚଳ ରହିବେ। ମୂଲ୍ୟବାନ୍‌ ଦ୍ରବ୍ୟଲାଭ ହୋଇପାରେ। ଉତ୍ତରାଷାଢ଼ାର ସାମାନ୍ୟ ଶୁଭଫଳ।

କୁମ୍ଭ: ଧନିଷ୍ଠା ଓ ପୂର୍ବଭ୍ରାଦ୍ର ନକ୍ଷତ୍ର ଜାତ ବ୍ୟକ୍ତି ଜ୍ଞାନାନୁରକ୍ତ ହୋଇପାରନ୍ତି। ଶ୍ରେଷ୍ଠ ଆସନରେ ଆସୀନ ହେବାର ସୂଚନା ମିଳୁଛି। ସାଧୁ ସଙ୍ଗୀ ହେବେ। ଶତଭିକ୍ଷା ନକ୍ଷତ୍ରର ସାମାନ୍ୟ ଶୁଭଫଳ।

ମୀନ: ସାଧୁ ସେବାରେ ନିଜକୁ ନିୟୋଜିତ କରିପାରନ୍ତି। ପ୍ରଭୂତ ବିତ୍ତର ଅଧିକାରୀ ହେବେ। ଉଦାର ସ୍ବଭାବର ହେବେ। ବିଦ୍ୟାବାନ୍‌ ହୋଇପାରନ୍ତି। ଉପରୋକ୍ତ ଫଳ ପୂର୍ବଭାତ୍ର ଓ ରେବତୀ ନକ୍ଷତ୍ରର। ଉତ୍ତର ଭାଦ୍ରର ସାମାନ୍ୟ ଶୁଭ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories