www.samajalive.in
Tuesday, December 9, 2025
16.1 C
Bhubaneswar

ଦେଶ ଗଠନ ଦିଗରେ ନୂଆ ଜାତୀୟ ଶିକ୍ଷାନୀତି ଏକ ବଳିଷ୍ଠ ପଦକ୍ଷେପ – ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ନୂଆ ଜାତୀୟ ଶିକ୍ଷାନୀତିରେ ଉତ୍ତମ ବ୍ୟକ୍ତିତ୍ୱ ଗଠନ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ସେ କହିଛନ୍ତି, ଦେଶରେ ଉତ୍ତମ ବ୍ୟକ୍ତି ରହିଲେ ଆମେ ଏକ ଉତ୍ତମ ଦେଶ ଗଠନ କରିପାରିବା। ସେ କହିଛନ୍ତି ନୂଆ ଶିକ୍ଷାନୀତିରେ ଯୁବ ସମାଜର ବୁଝାମଣା, ନିଷ୍ପତ୍ତି ଓ ବିଶ୍ୱାସକୁ ଅଗ୍ରାଧିକାର ଦିଆଯାଇଛି। ଦ୍ୱିତୀୟ ରାଷ୍ଟ୍ରୀୟ ଯୁବ ସଂସଦ ମହୋତ୍ସବର ଉଦ୍‍ଯାପନୀ ସମାରୋହରେ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ନୂଆ ଜାତୀୟ ଶିକ୍ଷାନୀତି ଦେଶଗଠନ ଦିଗରେ ଏକ ଅଗ୍ରୀମ ପଦକ୍ଷେପ ଓ ସରକାର ଏହା ମାଧ୍ୟମରେ ଏକ ବାତାବରଣ ସୃଷ୍ଟି କରୁଛନ୍ତି ଯାହା ଯୁବକମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବ।

- Advertisement -

ସ୍ୱାମୀ ବିବେକାନନ୍ଦଙ୍କ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ୱାମିଜୀ ସର୍ବଦା ଶାରିରୀକ ଓ ମାନସିକ ଶକ୍ତି ଉପରେ ଗୁରୁତ୍ୱ ଦେଇ
ଆସୁଥିଲେ ଓ ଲୌହର ମାଂସପେଶୀ ଏବଂ ଇସ୍ପାତର ସ୍ନାୟୁ ବିଷୟରେ କହୁଥିଲେ। ସେ କହିଛନ୍ତି, ସ୍ୱାମୀ ବିବେକାନନ୍ଦଙ୍କ ବାଣୀ ଦ୍ୱାରା ଅନୁପ୍ରାଣୀତ ହୋଇ ସରକାର ଭାରତର ଯୁବ ସମାଜର ମାନସିକ ଓ ଶାରିରୀକ ଫିଟନେସ ପ୍ରତି ଅଧିକ ଧ୍ୟାନ କେନ୍ଦ୍ରୀଭୂତ କରୁଛନ୍ତି। ଶ୍ରୀ ମୋଦି କହିଛନ୍ତି ସମୟ ଆଗେଇ ଚାଲିଛି, ଦେଶ ସ୍ୱାଧୀନ ହୋଇଛି କିନ୍ତୁ ଆଜି ବି ସ୍ୱାମୀଜୀଙ୍କର ପ୍ରଭାବ ଆମେ ଉପଲବ୍ଧି କରିପାରୁଛେ। ଆଧ୍ୟାତ୍ମିକତା, ରାଷ୍ଟ୍ରବାଦ ଓ ଦେଶଗଠନ ଉପରେ ସ୍ୱାମୀଜୀ ଯାହା କହିଛନ୍ତି ଓ ଲୋକମାନଙ୍କ ସେବା ଏବଂ ବିଶ୍ୱର ସେବା ସଂକ୍ରାନ୍ତରେ ତାଙ୍କର ଚିନ୍ତାଧାରା ଆଜି ବି ଲୋକମାନଙ୍କୁ ଅନୁପ୍ରାଣିତ କରୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ୱାମୀ ବିବେକାନନ୍ଦ ଆମକୁ ଆଉ ଏକ ଅମୂଲ୍ୟ ସମ୍ପଦ ଦେଇଯାଇଛନ୍ତି। ତାହା ହେଉଛି ମାନବିକତା ଓ ଅନୁଷ୍ଠାନର ଗଠନ। ସେ କହିଛନ୍ତି ଦେଶରୁ ଜନସାଧାରଣ ସ୍ୱାମୀଜୀଙ୍କ ବାଣୀରେ ପ୍ରଭାବିତ ହୋଇ ଅନେକ ଅନୁଷ୍ଠାନ ଗଢ଼ିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଏହିସବୁ ଅନୁଷ୍ଠାନଗୁଡ଼ିକରୁ ବାହାରୁଥିବା ବ୍ୟକ୍ତିମାନେ ସ୍ୱାମୀଜୀଙ୍କର ପଥ ଅନୁସରଣ କରୁଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆମର ସ୍ୱାଧୀନତା ସଂଗ୍ରାମୀମାନେ ମଧ୍ୟ ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ ଓ ତାଙ୍କର କାର୍ଯ୍ୟ ଦେଶର ଲକ୍ଷଲକ୍ଷ ଯୁବକଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରାଇବାରେ ମୁଖ୍ୟ ଭୂମିକା ନେଇଥିଲା। ଶ୍ରୀ ମୋଦି କହିଛନ୍ତି ଦେଶର ଜଣେ ଯୁବକ ଯଦି ରାଜନୀତିରେ ପ୍ରବେଶ କରୁଥିଲେ ତେବେ ସେହି ଯୁବକ ନଷ୍ଟ ପଥରେ ଅଗ୍ରସର ହେଉଥିଲେ ବୋଲି ପୂର୍ବରୁ ଦେଶରେ ଏକ ବିଶ୍ୱାସ ରହିଥିଲା। ସେ କହିଛନ୍ତି ସବୁ ବିଷୟର ପରିବର୍ତ୍ତନ ହୋଇପାରିବ କିନ୍ତୁ ରାଜନୀତିର କୌଣସି ପରିବର୍ତ୍ତନ ହୋଇପାରିବ ନାହିଁ ବୋଲି ଦେଶର ଜନସାଧାରଣଙ୍କର ଏକ ବିଶ୍ୱାସ ରହିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଆଜି କିନ୍ତୁ ସାଧୁ ଲୋକମାନେ ରାଜନୀତିରେ ପ୍ରବେଶ କରୁଛନ୍ତି। ଆଜିର ରାଜନୀତିରେ ପ୍ରବେଶ କରିବା ପାଇଁ ସାଧୁତା ଓ ଉତ୍ତମ କାର୍ଯ୍ୟ ସମ୍ପାଦନା ଏକ ବାଧ୍ୟତାମୂଳକ ସର୍ତ୍ତ ହୋଇସାରିଛି।

ଏହି ଅବସରରେ ଲୋକସଭା ବାଚସ୍ପତି ଓମ୍‍ ବିର୍ଲା, ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଓ ଯୁବ ଏବଂ କ୍ରୀଡ଼ା ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏହି ଅବସରରେ ଉଦବୋଧନ ଦେଇଛନ୍ତି। ଉତ୍ସବର ୩ ଜଣ ବିଜେତା ସେମାନଙ୍କର ମତ ଉପସ୍ଥାପନ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories