www.samajalive.in
Monday, December 8, 2025
14.1 C
Bhubaneswar

ଟ୍ରାକ୍ଟର ମାଲିକ ସଂଘ ରାଲିରେ ଯୋଗ ଦେଲେ ତିନି ଦଳର ପ୍ରମୁଖ ନେତା

ନବରଙ୍ଗପୁର : ନବରଙ୍ଗପୁର ଟ୍ରାକ୍ଟର ମାଲିକ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଏକ ରାଲି ର ଆୟୋଜନ କରାଯାଇଥିବା ବେଳେ ଏହି ରାଲିରେ ତିନି ଦଳର ପ୍ରମୁଖ ନେତା ସାମିଲ ହୋଇ ରାଲିକୁ ସମର୍ଥନ ଜଣାଇଛନ୍ତି। ସଂଘ ପକ୍ଷରୁ ୪ ଦଫା ଦାବି ନେଇ ଆଜି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଜିଲ୍ଲାରେ ପ୍ରଥମଥର ପାଇଁ ୨୫୦ ରୁ ଉର୍ଦ୍ଧ୍ୱ ଟ୍ରାକ୍ଟର ଏକ ବିଶାଳ ଶୋଭାଯାତ୍ରା ସ୍ଥାନୀୟ ଚାମୁରିଆଗୁଦା ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ଟ୍ରାକ୍ଟର ମାଲିକ ସଂଘର ସଭାପତି କାହୁଁ ଦାସ , ଉପସଭାପତି ଲାଲୁ ତ୍ରିପାଠୀ ଙ୍କ ନେତୃତ୍ୱରେ ଆୟୋଜିତ ବିଶାଳ ଟ୍ରାକ୍ଟର ଶୋଭାଯାତ୍ରାରେ କଂଗ୍ରେସ ର ପୂର୍ବତନ ସାଂସଦ ପ୍ରଦୀପ ମାଝୀ , ଜିଲ୍ଲା ସଭାପତି ମୁନା ତ୍ରିପାଠୀ , ବିଜେପିର ପୂର୍ବତନ ସାଂସଦ ତଥା ରାଜ୍ୟ ବିଜେପି ଉପସଭାପତି ବଳଭଦ୍ର ମାଝୀ ,ବିଜେପି ଜିଲ୍ଲା ସଭାପତି ଜଗଦିଶ ବିଷୋୟୀ , ଅଭିବକ୍ତ କୋରାପୁଟ ଜୋନ୍ ବିଜେଡ଼ି  ଯୁବ ମୋର୍ଚ୍ଚା ସଭାପତି ତାପସ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ ।  ନବରଙ୍ଗପୁର ଜିଲ୍ଲାରେ ଦିନକୁ ଦିନ ବାଲି ମାଫିଆଙ୍କ ରାଜୁତି ବଡ଼ିବାରେ ଲାଗୁଛି । ଜିଲ୍ଲାରେ ତହସିଲଦାର ଓ ବାଲି ମାଫିଆଙ୍କ ମଧୁଚନ୍ଦ୍ରିକାରେ ମାଫିଆ ମାନେ ଖୁଲମ୍ ଖୁଲା ଆନ୍ତ ରାଜ୍ୟ ବାଲି ଚାଲାଣ କରୁଥିବା ନେଇ ସର୍ବଦଳୀୟ ନେତାଗଣ ବର୍ଷୀ ଥିଲେ । ଖଣି ଓ ଶିଳ୍ପ ବିହୀନ ଜିଲ୍ଲା ନବରଙ୍ଗପୁର ଠାରେ ଆଖୁ , ମକା ଓ ଧାନ ଚାଷ କୁ ଛାଡ଼ିଦେଲେ ପ୍ରକୃତି ଅନ୍ୟ ଉତ୍ପାଦନରେ ସହାୟକ ହୋଇପାରୁନାହିଁ । ଜିଲ୍ଲାରେ ହଜାର ହଜାର ଯୁବକ  ବେକାର । ଏହି ବେକାରୀ ଯୁବକ ମାନେ ଟ୍ରାକ୍ଟର ବ୍ୟବସାୟକୁ ଆୟର ପନ୍ଥା ଆପଣାଇଛନ୍ତି । ବାଲି ,ପଥର ସହ ଧାନ ବୁହାଇବା ଓ ଅମଳ କରିବା କାର୍ଯ୍ୟରେ ଲଗାଇ ରୋଜଗାର କରିଥାନ୍ତି । ନିଲାମ ହୋଇଥିବା ଘାଟରୁ ବାଲି ଓ ପଥର ଆଣି ସ୍ଥାନୀୟ ଲୋକ ଓ ଠିକାଦାର (ସରକାରୀ ଓ ବେସରକାରୀ କାମ ପାଇଁ ) ଙ୍କୁ ବିକ୍ରି କରୁଥିବା ବେଳେ ତହସିଲଦାର ଓ ଆର୍‌ଆଇ ମାନଙ୍କ ଚାପର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ।

ଏପଟେ ଟ୍ରାକ୍ଟର ମାଲିକ ମାନେ ବଞ୍ଚିବାର ଆଶା ଛାଡ଼ିଦେଲେନି । ବାଲି ଟ୍ରାକ୍ଟର ପିଛା ୩୦୦ ଟଙ୍କା ମିଳୁ ଥିବା ବାଲି ବର୍ତ୍ତମାନ ୪ ହଜାରରୁ ୫ ହଜାର ପଡୁଛି। ଯାଦ୍ୱାରା କି ସ୍ଥାନୀୟ ଲୋକେ ଘର ନିର୍ମାଣ , ସରକାର ଯୋଜନା ରେ ନିର୍ମାଣ ଆବାସ ଯୋଜନା , ଟେଣ୍ଡର ପ୍ରାପ୍ତ ଠିକାଦାର ଙ୍କୁ ବାଲି ପାଇଁ ଅଧିକ ଟଙ୍କା ଦେଇ କିଣିବାକୁ ହେବ ତେବେ ଜିଲ୍ଲାରେ ବିକାଶ ବନ୍ଦ ସହ କୁଲି ମଜୁରୀ ବନ୍ଦ ଭଳି ବହୁ ଆର୍ଥିକ ପରିସ୍ଥିତି ଆଗକୁ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଅଭିଯୋଗ କରିଛନ୍ତି ।  ଟ୍ରାକ୍ଟର ଡ୍ରାଇଭର ମାନଙ୍କୁ ଟ୍ରେନିଂ କେମ୍ପ କରି ଡ୍ରାଇଭିଂ  ଲାଇସେନ୍ସ ପ୍ରଦାନ , ଜିଲ୍ଲାରୁ ବାହାର ରାଜ୍ୟକୁ ବାଲି ଚାଲାଣ ଉପରେ ରୋକ ଲଗାଇବା , ସ୍ଥାନୀୟ ଟ୍ରାକ୍ଟରକୁ ୩୫ ଟଙ୍କା ସି ଏମ୍ ପିଛା ୩ ସି ଏମ୍ ବାଲିର ରୋୟାଲଟି କାଟିବା ସହ ବାଲି ଘାଟ ଓ ଖଦାନ ଗୁଡିକରେ ରୋୟାଲଟି କାଉଣ୍ଟର ଖୋଲିବା ,  ବାଲି ଉଠା କୁଲିଙ୍କୁ ଲେବର କାର୍ଡ ଦେଇ ଜନ ଜୀବନ ସୁରକ୍ଷିତ କରାଯାଉ ବୋଲି ଦାବି ପତ୍ରରେ ଉଲ୍ଲେଖ କରାଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଡ଼ ଅଜିତ୍ କୁମାର ମିଶ୍ରଙ୍କ ସହ ସର୍ବଦଳୀୟ ନେତା ଓ ଟ୍ରାକ୍ଟର ମାଲିକ ସଂଘର କର୍ମକର୍ତ୍ତା ଆଲୋଚନା କରିଥିଲେ । ଟ୍ରାକ୍ଟର ଡ୍ରାଇଭର ମାନଙ୍କ ଲାଇସେନ୍ସ ନେଇ ଏଆର୍‌ଟିଓ ସହ ଆଲୋଚନା କରିବା ସହ ବାହାର ରାଜ୍ୟକୁ ବାଲି ଚାଲାଣ ଉପରେ ରୋକ ଲଗାଇବା ପାଇଁ ଏକ ଏନ ଫୋର୍ସ ମେଣ୍ଟ ଦଳ ଗଠନ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର କହିଥିଲେ । ଜିଲ୍ଲା ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସର୍ବଦଳୀୟ ନେତା ମାନେ ଦାବି କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ କଂଗ୍ରେସ ଯୁବ ମୋର୍ଚ୍ଚା ସଭାପତି ଅଖିଳ ଭତ୍ରା , ବିଜେଡ଼ି ନଗର ସଭାପତି ପ୍ରମୋଦ ରଥ , କଂଗ୍ରେସ ନଗର ସଭାପତି ଉତ୍ତମ ତ୍ରିପାଠୀ , ବରିଷ୍ଠ କଂଗ୍ରେସ ନେତା ଦିଲୀପ ବେହେରା , ବୃନ୍ଦା ତ୍ରିପାଠୀ , ଟ୍ରାକ୍ଟର ମାଲିକ ସଂଘ ର ସମ୍ପାଦକ ସାନୁଜ ତ୍ରିପାଠୀ ସମେତ ଭୀମ ହରିଜନ , ବାଲାଜୀ ତ୍ରିପାଠୀ , ବାବୁଲି ପାଣିଗ୍ରାହୀ ସହ ଶତାଧିକ ଡ୍ରାଇଭର ଓ ଶ୍ରମିକ ଯୋଗ ଦେଇଥିଲେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories