www.samajalive.in
Sunday, December 7, 2025
23.1 C
Bhubaneswar

ସୈନିକଙ୍କ ପାଇଁ ଡିଆରଡିଓ ତିଆରି କଲା ‘ହିମ ତାପକ’

ନୂଆଦିଲ୍ଲୀ: ପୂର୍ବ ଲଦାଖର ସୀମାରେ ମୁତୟନ ଭାରତୀୟ ସୈନିକଙ୍କ ପାଇଁ କେତେକ ସ୍ବତନ୍ତ୍ର ଉପକରଣ ତିଆରି କରିଛି ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ପରିଷଦ (ଡିଆରଡିଓ)। ଲଦାଖରେ ଅନୁଭୂତ ହେଉଥିବା ପ୍ରବଳ ଶୀତରୁ ସୈନିକମାନଙ୍କୁ କିପରି ରକ୍ଷା କରାଯାଇପାରିବ ସେଥିପାଇଁ ଡିଆରଡିଓ ସ୍ବତନ୍ତ୍ର ଧ୍ୟାନ ଦେଇଛି। ପ୍ରଥମ ପର୍ୟ୍ୟାୟରେ ଭାରତୀୟ ସୈନିକଙ୍କୁ ଶୀତରୁ ରକ୍ଷା କରିବା ଲାଗି ସ୍ବତନ୍ତ୍ର ଆଶ୍ରୟସ୍ଥଳ ତିଆରି କରିଥିଲା। ଏବେ ହିମ-ତାପକ ନାମରେ ଏକ ଉପକରଣ ତିଆରି କରିଛି ଡିଆରଡିଓ। ଏହି ଉପକରଣ ଭାରତୀୟ ଯବାନଙ୍କୁ ଅତ୍ୟନ୍ତ ଶୀତ ପ୍ରକୋପରୁ ରକ୍ଷା କରିବ।

 

- Advertisement -

ଡିଆରଡିଓ ନିର୍ଦେଶକ ରାଜୀବ ବର୍ସନେ କହିଛନ୍ତି ଯେ ହିମ୍‌-ତାପକ ସ୍ପେଶ ହିଟିଂ ଡିଭାଇସ (ବୁଖାରି)କୁ ଲାଦାଖ, ସିଆଚେନ୍‌ ଓ ଅନ୍ୟ ପର୍ବତ ଶିଖରରେ ମୁତୟନ ଯବାନଙ୍କ ଉଦ୍ଦେଶ୍ୟରେ ତିଆରି କରାଯାଇଛି। ଏହିସବୁ ଅଞ୍ଚଳରେ ପ୍ରାୟ ୫୦ହଜାର ଯବାନ ମୁତୟନ ଅଛନ୍ତି। ଏହାକୁ କ୍ରୟ ଲାଗି ସେନା ପକ୍ଷରୁ ୪୨୦ କୋଟି ଟଙ୍କାର ଅଗ୍ରୀମ ଅର୍ଡର ମିଳିଛି। ଏହାକୁ ବ୍ୟବହାର ଦ୍ବାରା କାର୍ବନ ମନୋକ୍ସାଇଡ୍ ବିଷକ୍ରିୟା ଓ ବ୍ୟାକବ୍ଲାଷ୍ଟ ଯୋଗୁଁ ଯବାନଙ୍କ ମୃତ୍ୟୁହେବ ନାହିଁ। ସେହିପରି ଡିଆରଡିଓ ପକ୍ଷରୁ ଆଲୋକାଲ କ୍ରିମ ପ୍ରସ୍ତୁତ କରାଯାଇଛି। ଏହାର ବ୍ୟବହାର କଲେ ଯବାନଙ୍କୁ ବରଫ ଜନିତ ଆଘାତରୁ ଉପସମ ମିଳିବ। ବରଫ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଦୂର ପାଇଁ ସୋଲାର ସ୍ନୋ ମେଲଟର ଓ ଫ୍ଲେକ୍ସିବଲ ୱାଟର ବଟଲ ବିକଶିତ କରାଯାଇଛି। ଏହି ଉପକରଣ ପ୍ରତି ଘଣ୍ଟାରେ ୫/୭ ଲିଟର ପିଇବା ପାଣି ଉପଲବ୍ଧ କରାଇପାରିବ। ଏହାଦ୍ବାରା ‘ଶୂନ୍ୟ’ରୁ କମ୍‌ ତାପମାତ୍ରା ଥିବା ଅଞ୍ଚଳରେ ମୁତୟନ ଯବାନଙ୍କୁ ପିଇବା ପାଣି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।
ଅନ୍ୟପକ୍ଷରେ ଚଳିତ ଶୀତରେ ଯବାନଙ୍କ ପାଇଁ ସ୍ବତନ୍ତ୍ର ଆଶ୍ରୟସ୍ଥଳର ବ୍ୟବସ୍ଥା କରାଯାଇଛି। ଏହି ସ୍ବତନ୍ତ୍ର ବ୍ୟବସ୍ଥା ଅଧୀନ‌ରେ ବିଯୁକ୍ତ ୪୦ ଡିଗ୍ରି ତାପମାତ୍ରାରେ ବି ଭାରତୀୟ ସେନା ଲଦାଖ୍‌ରେ ରହିପାରିବେ ଏବଂ ଚୀନ୍‌ ପକ୍ଷଙ୍କୁ ସାମ୍ନା କରିପାରିବେ। ସମଗ୍ର ପୂର୍ବ ଲଦାଖ୍‌ରେ ମୁତୟନ ଯବାନଙ୍କ ପାଇଁ ଆଶ୍ରୟସ୍ଥଳ ପ୍ରସ୍ତୁତ ହୋଇଛି। ପ୍ରବଳ ଥଣ୍ଡା ଏବଂ ବରଫ ଝଡ଼ରୁ ଯବାନଙ୍କୁ ସୁରକ୍ଷା ଦେବାପାଇଁ ଅତ୍ୟାଧୁନିକ ମୋଡୁଲାର ସେଲ୍ଟର ବ୍ୟବସ୍ଥା ହୋଇଛି। ବିଦ୍ୟୁତ୍‌, ଜଳ, ଗରମ କରାଯିବା ସୁବିଧା, ସ୍ବାସ୍ଥ୍ୟ ଏବଂ ସ୍ବଚ୍ଛତା ଦିଗରେ ବିଶେଷ ଗୁରୁତ୍ବାରୋପ କରାଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories