www.samajalive.in
Sunday, December 7, 2025
18.1 C
Bhubaneswar

ଶିକ୍ଷାଜ୍ୟୋତି ସମ୍ମାନ ସମାବେଶ; ମାନପତ୍ର ସହିତ ପ୍ରତ୍ୟେକ ବିଦ୍ୟାର୍ଥୀଙ୍କୁ ପ୍ରଦାନ କରାଗଲା ମୋବାଇଲ

ଗୁରୁଡିଝାଟିଆ: କୃତୀ ବିଦ୍ୟାର୍ଥୀମାନେ ଶକ୍ତିର ଉତ୍ସ। ସେମାନେ ସମାଜ, ଦେଶ ଓ ଜାତିକୁ ନିଜ ପ୍ରତିଭାରେ ଆଲୋକିତ କରିଥାନ୍ତି। ଅନ୍ୟପାଇଁ ପ୍ରେରଣାର ରାସ୍ତା ଦେଖାଇ ସମୃଦ୍ଧ ଦେଶ ଗଠନରେ ସହାୟକ ହୋଇଥାନ୍ତି। ବାସ୍ତବରେ କୃତୀ ବିଦ୍ୟାର୍ଥୀମାନେ ମାନବଜାତିକୁ ଦିଗଦର୍ଶନ ଦେବାର ସ୍ପୁଲିଙ୍ଗ ପ୍ରଦାନ କରିଥାନ୍ତି ବୋଲି ଖୁଣ୍ଟୁଣୀ ସ୍ଥିତ ରାଧାନାଥରଥ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଶିକ୍ଷାଜ୍ୟୋତି ସମ୍ମାନ ସମାବେଶ ୨୦୨୦ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ ତଥା ଖାଦ୍ୟଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟଅତିଥି ଭାବରେ ଯୋଗଦେଇ ଉପରୋକ୍ତ ମତପ୍ରକାଶ କରିଥିଲେ। ଆଠଗଡ ଫୋରମ ଅଫ ଏକାଡେମିକ ପକ୍ଷରୁ ଆୟୋଜିତ ଶିକ୍ଷାଜ୍ୟୋତି ସମ୍ମାନ ସମାବେଶରେ ମୁଖ୍ୟ ଅତିଥି ଶ୍ରୀ ସ୍ୱାଇଁ କହିଥିଲେ ଶିକ୍ଷା ହିଁ ଜୀବନର ମାନଦଣ୍ଡ। ଆଜି ବୈଶ୍ୱିକ ମହାମାରୀ ବିଜ୍ଞାନର ଜୟଯାତ୍ରା ପାଇଁ ବୈଜ୍ଞାନିକମାନଙ୍କ ଅକ୍ଲାନ୍ତ ଉଦ୍ୟମ ପାଇଁ ନିୟନ୍ତ୍ରିତ ହୋଇଛି ଓ ଏହାର ଟୀକା ମଧ୍ୟ ଉଦଭାବନ ହୋଇପାରିଛି। କୃତୀ ବିଦ୍ୟାର୍ଥୀମାନେ ଅନ୍ୟମାନଙ୍କ ପାଇଁ ନୂତନ ରାସ୍ତା ପ୍ରସ୍ତୁତ କରିବା ଆବଶ୍ୟକ।

ଶିକ୍ଷାଜ୍ୟୋତି ସମ୍ମାନ ଗ୍ରହଣ କରି ବହୁ ମେଧାବୀ ଦେଶ ତଥା ଅନ୍ତର୍ଜାତିୟ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିବା ବାସ୍ତବରେ ମୋ ଜୀବନର ସର୍ବଶ୍ରେଷ୍ଠ ସଫଳତା ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିବା ସହିତ ଭାବବିହ୍ୱଳିତ ହୋଇଯାଇଥିଲେ। ଏହି ଅବସରରେ ଗତବର୍ଷ ମାଟ୍ରିକ, +୨ ଓ +୩ ଶ୍ରେଣୀରେ ସର୍ବୋଚ୍ଚ ନମ୍ବର ରଖିଥିବା କୃତୀ ବିଦ୍ୟାର୍ଥୀମାନଙ୍କୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପୁପ୍ପଗୁଚ୍ଛ, ମାନପତ୍ର ଓ ଆଣ୍ଡରଏଡ ମୋବାଇଲସେଟ ଦେଇ ସେମାନଙ୍କ ସଫଳତା କାମନା କରି ରାଜ୍ୟ,ଦେଶ ଓ ଆଠଗଡର ନାମ ରଖିବା ପାଇଁ କହିଥିଲେ। ଫୋରମ ଅଫ ଏକାଡେମିକର ସଭାପତି ପ୍ରଫେସର ଦାମୋଦର ମହାପାତ୍ର ଉତ୍ସବରେ ଅଧ୍ୟକ୍ଷତା କରି ଶିକ୍ଷାଜ୍ୟୋତି ସମ୍ମାନ ସମଗ୍ର ରାଜ୍ୟରେ ଶିକ୍ଷାକ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଛି। ଯାହାକି ବହୁ ମେଧାବୀଙ୍କୁ ନୂତନ ଭାବରେ ଗଢିତୋଳିବାରେ ସହାୟକ ହୋଇଛି ବୋଲି କହିବା ସହିତ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କୁ ବାସ୍ତବରେ ଜଣେ ଶିକ୍ଷାବିତ୍‍ ଭାବରେ ଚିତ୍ରଣ କରିବାରେ ପଛାଇନଥିଲେ। ଆଠଗଡ ଏନଏସିର ପୂର୍ବତନ ଉପାଧ୍ୟକ୍ଷ ଲଳିତ୍‍ ମୋହନ ନାୟକ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଉତ୍ସବର ଆଭିମୁଖ୍ୟ, ଉପକାରିତା ସଂପର୍କରେ ଆଲୋକପାତ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଫୋରମ ଅଫ ଏକାଡେମିକର ସଂପାଦକ ଡଃ ଶଶିଭୂଷଣ ମିଶ୍ର ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଫୋରମ ଅଫ ଏକାଡେମିକ ର ସଂଯୋଜକ ତଥା ଗୁରୁଡିଝାଟିଆ ମହାବିଦ୍ୟାଳୟ ଶିକ୍ଷାବିଭାଗର ମୁଖ୍ୟ ଡଃ ରାମଚନ୍ଦ୍ରସାହୁ ଧନ୍ୟବାଦ ଅର୍ପଣ କରିଥିଲେ। କୋଭିଡ ନିୟମ ଅନୁଯାୟୀ ଆଜିର ଏହି ଉତ୍ସବ ନିରାଡମ୍ବର ଭାବରେ ପାଳନ କରାଯାଇଥିଲା।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories