www.samajalive.in
Wednesday, December 10, 2025
18.1 C
Bhubaneswar

ସିଫା ଜଳକୃଷି ଗବେଷଣାର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

ପିପିଲି : କେନ୍ଦ୍ର ମତ୍ସ୍ୟ,ପଶୁସଂପଦ ଓ ଗୋପାଳନ ତଥା ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ବିଭାଗ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଆଜି କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା)କୁ ପରିଦର୍ଶନରେ ଆସି ସେଠାରେ ଜଳକୃଷି ଉପରେ ଚାଲିଥିବା ବିଭିନ୍ନ ଗବେଷଣା ଗୁଡିକର ସମୀକ୍ଷା କରିଛନ୍ତି । ଗ୍ରାମାଞ୍ଚଳର ବେକାର ଯୁବକଯୁବତୀ ମାନଙ୍କୁ କର୍ମନିଯୁକ୍ତିରେ ସହାୟକ ହେବା ସହ ଆଗାମୀ ୨୦୨୨ ସୁଦ୍ଧା କୃଷକମାନଙ୍କ ରୋଜଗାରକୁ ଦ୍ୱିଗୁଣିତ କରିବା ଦିଗରେ ପ୍ରଚେଷ୍ଟା କରିବାକୁ ସେ ଉପସ୍ଥିତ ବୈଜ୍ଞାନିକମାନଙ୍କୁ ପରାମର୍ଶ ଦେଇଥିଲେ ।

 ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା)କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡଙ୍ଗୀ ଆଜି ପୂର୍ବାହ୍ନ ସାଢେ ୧୦ଟାରେ ପରିଦର୍ଶନରେ ଆସିଥିଲେ । ସେଠାରେ ଚାଲୁଥିବା ବିଭିନ୍ନ ଗବେଷଣାତ୍ମକ କାର୍ଯ୍ୟକ୍ଷେତ୍ର ଯଥା ବାୟୋଫ୍ଲକ୍‍, ଜୟନ୍ତୀରୋହୀ, କାର୍ପ ୟୁନିଟ୍‍, ମାଇନର କାର୍ପ, ପୁନଃଚକ୍ରଣ ଜଳକୃଷି(ଆର୍‍ଏଏସ୍‍), ଆକ୍ୱାପନିକ୍ସ, ଶେଉଳ ମାଛ ହାଚେରୀ, ଚିଙ୍ଗୁଡି ହାଚେରୀ, ରଙ୍ଗୀନମାଛ ପ୍ରଜନନ କେନ୍ଦ୍ର, ଫିଡ୍‍ ମିଲ ଓ କୃଷି ବିଜ୍ଞାନ କେନ୍ଦ୍ରକୁ କେନ୍ଦ୍ରମନ୍ତ୍ରୀ ପରିଦର୍ଶନ କରି ବିଭିନ୍ନ ଗବେଷଣା ସଂପର୍କରେ ସମୀକ୍ଷା କରିଥିଲେ । ଏହି ଅବସରରେ ଆୟୋଜିତ ଏକ ସଭାରେ ମୁଖ୍ୟଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଶ୍ରୀଷଡଙ୍ଗୀ ଯୋଗଦେଇ ଉପସ୍ଥିତ ସିଫାର ବୈଜ୍ଞାନିକ ଓ କର୍ମଚାରୀମାନଙ୍କୁ ଉଦ୍‍ବୋଧନ ଦେଇଥିଲେ । ବିଜ୍ଞାନ ଭିତ୍ତିକ ଜଳକୃଷି ଅଭ୍ୟାସ ସମ୍ବନ୍ଧରେ କୃଷକମାନଙ୍କ ଜ୍ଞାନର ଅଭିବୃଦ୍ଧି ପାଇଁ ଓଡିଆ ଭାଷାରେ ପ୍ରସ୍ତୁତି ୧୬ଗୋଟି ପ୍ରଯୁକ୍ତି କୌଶଳର ପତ୍ରିକାକୁ ମନ୍ତ୍ରୀ ଉନ୍ମୋଚନ କରିଥିଲେ । ଏତଦ୍‍ବ୍ୟତୀତ ୩ଟି ଇ-ବୁକ୍‍ଲେଟ୍‍ ଏବଂ ଷ୍ଟ୍ରାଟେଜିକ୍‍ ଆକ୍ସନ ପ୍ଲାନ ଫର୍‍ ଇନ୍‍କ୍ରିଜିଂ ଦି ଫ୍ରେସ୍‍ୱାଟର ଆକ୍ୱାକଲ୍‍ଚର ପ୍ରଡକ୍ସନ ଇନ୍‍ ଇଣ୍ଡିଆ ଶୀର୍ଷକ ଏକ ପୁସ୍ତକକୁ ମଧ୍ୟ ସେ ଉନ୍ମୋଚନ କରିଥିଲେ । ସିଫାର ନିର୍ଦ୍ଦେଶକ ଡ଼ଃ ସରୋଜ କୁମାର ସ୍ୱାଇଁ ସ୍ୱାଗତ ଭାଷଣ ଦେବା ଅବସରରେ ସିଫାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଗବେଷଣାତ୍ମକ କାର୍ଯ୍ୟର ସଂକ୍ଷୀପ୍ତ ବିବରଣୀ ପ୍ରଦାନ କରିବା ସହ ସିଫାର ଫ୍ଲାଗ୍‍ସିପ୍‍ କାର୍ଯ୍ୟକ୍ରମ ଯଥା ଏସ୍‍ଟିସି, ଏସ୍‍ସିଏସ୍‍ପି, ଏନ୍‍ଇଏଚ୍‍, ମୋ ଗାଁ ମୋ ଗୌରବ, ସ୍ୱଚ୍ଛ ଭାରତ ଅଭିଯାନ ଆଦିର ସଫଳତା ସଂପର୍କରେ ଆଲୋକପାତ କରିଥିଲେ । ଦେଶର କୃଷକମାନଙ୍କ ପାଇଁ ଆସନ୍ତା ମାର୍ଚ୍ଚମାସ ମଧ୍ୟରେ ୨୩ଟି ଅନ୍‍ଲାଇନ ଟ୍ରେନିଂ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଥିବା  ସଂପର୍କରେ ସେ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭାରତ ସରକାରଙ୍କ ଆଭ୍ୟନ୍ତରୀଣ ମତ୍ସ୍ୟଚାଷ ବିଭାଗର ଯୁଗ୍ମ ସଚିବ ସାଗର ମେହେର, ସାମୁଦ୍ରିକ ମତ୍ସ୍ୟଚାଷ ବିଭାଗର ଯୁଗ୍ମ ସଚିବ ଡ଼ଃ ଜେ. ବାଲାଜୀ, ଜାତୀୟ ମତ୍ସ୍ୟ ଉନ୍ନୟନ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ସି. ସୁବର୍ଣ୍ଣା, ଓଡିଶା କୃଷି ବିଶ୍ୱବିଦ୍ୟାଳୟର କୁଳପତି ଡ଼ଃ ପି.କେ ଅଗ୍ରୱାଲ, ରାଜ୍ୟ ମତ୍ସ୍ୟ ଓ ପଶୁ ସଂପଦ ଉନ୍ନୟନ ବିଭାଗର କମିଶନର ଓ ସଚିବ ଆର୍‍. ରଘୁପ୍ରସାଦ ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଅପରାହ୍ନରେ ସିଫାର ବୈଜ୍ଞାନିକମାନଙ୍କୁ ନେଇ ଆୟୋଜିତ ଏକ ବୈଠକରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡଙ୍ଗୀ ଯୋଗଦେଇଥିଲେ । ସିଫାରେ ଚାଲିଥିବା ବିଭିନ୍ନ ଗବେଷଣା ସଂପର୍କରେ ସେ ବୈଜ୍ଞାନିକଙ୍କ ସହ ଆଲୋଚନା କରିଥିଲେ । ଗ୍ରାମାଞ୍ଚଳର ବେକାର ଯୁବକଯୁବତୀ ମାନଙ୍କୁ କର୍ମନିଯୁକ୍ତିରେ ସହାୟକ ହେବା ସହ ଆଗାମୀ ୨୦୨୨ ସୁଦ୍ଧା କୃଷକମାନଙ୍କ ରୋଜଗାରକୁ ଦ୍ୱିଗୁଣିତ କରିବା ଦିଗରେ ପ୍ରଚେଷ୍ଟା କରିବାକୁ ସେ ଉପସ୍ଥିତ ବୈଜ୍ଞାନିକମାନଙ୍କୁ ପରାମର୍ଶ ଦେଇଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ଏହି ଗସ୍ତ କାର୍ଯ୍ୟକ୍ରମକୁ ସିଫାର ପ୍ରଧାନ ବୈଜ୍ଞାନିକ ଡ଼ଃ ବି.ସି ମହାପାତ୍ର ପରିଚାଳନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

                         

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories