www.samajalive.in
Monday, December 8, 2025
16.1 C
Bhubaneswar

ଜିନ୍ଦଲର ଆଗାମୀ ଦିନର ରୋଡମ୍ୟାପ ଉପରେ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କଲେ ଜିନ୍ଦଲ ମୁଖ୍ୟ

୨୦୩୦ ସୁଦ୍ଧା ବାର୍ଷିକ ୫୦ ମିଲିୟନ ଟନ ଇସ୍ପାତ ଇତ୍ପାଦନ ଜିନ୍ଦଲର ଲକ୍ଷ୍ୟ

ନୂଆଦିଲ୍ଲୀ/ଭୁବନେଶ୍ୱର : ୨୦୩୦ ସୁଦ୍ଧା ଜିନ୍ଦଲ ଷ୍ଟିଲ୍‍ ଏଣ୍ଡ୍‍ ପାୱାର ଲିମିଟେଡ୍‍ (ଜିନ୍ଦଲ) ବାର୍ଷିକ ୫୦ ମିଲିୟନ ଟନ୍‍ ଇସ୍ପାତ ଉତ୍ପାଦନ କରିବା ଦିଗରେ ଥିବା ଯୋଜନା ଓ ରୋଡମ୍ୟାପ୍‍ ଉପରେ ଶୁକ୍ରବାର ଜିନ୍ଦଲର ମୁଖ୍ୟ ନବୀନ ଜିନ୍ଦଲ ଏକ ପ୍ରେଜେଣ୍ଟେସନ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅବଗତ କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ଆତ୍ମନିର୍ଭର ଭାରତ ଏବଂ ପୂର୍ବୋଦୟରେ ୨୦୩୦ ସୁଦ୍ଧା ବାର୍ଷିକ ୩୦୦ ମିଲିୟନ ଟନ ଇସ୍ପାତ୍‍ ଉତ୍ପାଦନ କରିବା ଦିଗରେ ଜିନ୍ଦଲର ରଣନୈତିକ ଯୋଜନା ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସନ୍ତୋଷ ବ୍ୟକ୍ତ କରିଥିଲେ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୩୦ ସୁଦ୍ଧା ଜିନ୍ଦଲ ଜାତୀୟ ଇସ୍ପାତ ଉତ୍ପାଦନ ଲକ୍ଷ୍ୟର ବାର୍ଷିକ ୫୦ ମିଲିୟନ ଟନ ଇସ୍ପାତ୍‍ ଉତ୍ପାଦନ କରିବା ପାଇଁ ଆଗକୁ ବଢ଼ୁଥିବା ବେଳେ ପରିବେଶ ସହଯୋଗୀ ସବୁଜ ଇସ୍ପାତ ଉତ୍ପାଦନ କରିବାର ଲକ୍ଷ୍ୟ ରଖିଛି। ଏହି ଅବସରରେ ଶ୍ରୀ ପ୍ରଧାନ ଜିନ୍ଦଲର ଟିମକୁ ଲୋ ଗ୍ରେଡ୍‍ ଫାଇନ ସହ ଅଧିକ ଭାଲ୍ୟୁ ଆଡ଼ିସନ, ଖଣି କ୍ଷମତା ବୃଦ୍ଧି ଓ ପୁଞ୍ଜି ତଥା ଆନୁଷଙ୍ଗିକ ଷ୍ଟିଲ୍‍ କ୍ଲଷ୍ଟରର ବିକାଶକୁ ସୁଗମ କରିବା ଉପରେ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ।
ଓଡିଶାର ଅନୁଗୁଳରେ ଜେଏସପିଏଲର ଇସ୍ପାତ କାରଖାନା କ୍ଷମତାକୁ ଚାରି ଗୁଣରୁ ଅଧିକ ବୃଦ୍ଧି କରିବା ଏବଂ ଏହାକୁ ବିଶ୍ୱର ସବୁଠୁ ବଡ ଏକକ ଇସ୍ପାତ କାରଖାନା କରିବା ଯୋଜନା ମିଶନ ପୂର୍ବୋଦୟ ସହିତ ପୂର୍ବ ଭାରତର ବିକାଶକୁ ଗତି ଦେବ ଏବଂ ବ୍ୟାପକ ଭାବରେ ଓଡିଶାର ଯୁବକମାନଙ୍କ ପାଇଁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ପ୍ରଦାନ କରିବ ବୋଲି ସେ କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories