www.samajalive.in
Sunday, December 7, 2025
16.1 C
Bhubaneswar

ନକଲି ଚେକରେ ୨.୮୭କୋଟି ଠକିନେଲେ ଠିକାଦାର, ଅଭିଯୁକ୍ତଙ୍କୁ ଗିରଫ କଲା ଅର୍ଥନୈତିକ ଅପରାଧ ଶାଖା

ଭୁବନେଶ୍ବର: ଏକ ନକଲି ଚେକ୍‌ ମାଧ୍ୟମରେ ୨.୮୭କୋଟି ଟଙ୍କା ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣେ ଠିକାଦାର ଓ ତାଙ୍କ ନାଁ ହେଲା  ବି.ମୂର୍ତ୍ତି ପିଲାଇ । ସେ ସୁନ୍ଦରଗଡ଼ ଜିଲାର ବାସିନ୍ଦା । ବ୍ୟାଙ୍କ ପରିଚାଳକଙ୍କ ଅଭିଯୋଗ କ୍ରମେ ଅର୍ଥନୈତିକ ଅପରାଧଶାଖା ପିଲାଇଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଗୁରୁବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ ବି.ମୂର୍ତ୍ତି ପିଲାଇ ତାଙ୍କ କ୍ୟାସ୍‌ କ୍ରେଡିଟ୍‌ ଆକାଉଣ୍ଟରେ ୨୦୨୦ ନଭେମ୍ବର ୩ ତାରିଖରେ ବ୍ୟାଙ୍କ ଅଫ ଇଣ୍ଡିଆ ରାଉରକେଲା ଶାଖାରେ ୨.୮୭ କୋଟି ମୂଲ୍ୟର ଏକ ଚେକ ଜମା କରିଥିଲେ। ଉକ୍ତ ଚେକଟି କର୍ଣ୍ଣାଟକ ଷ୍ଟେଟ୍‌ କୋ-ଅପରେଟିଭ୍‌ ମାର୍କେଟିଂ ଫେଡେରେସନ୍‌ ଲିମିଟେଡ୍‌ ପକ୍ଷରୁ ଜାରି କରାଯାଇଥିଲା। ଏହି ଚେକ୍‌ ପ୍ରତିବଦଳରେ ଅଭିଯୁକ୍ତ ବି.ମୂର୍ତ୍ତି ପିଲାଇ  ୨.୬ କୋଟି ଟଙ୍କା ନିଜ ବ୍ୟାଙ୍କ ଆକାଉଣ୍ଟକୁ ନେଇଥିଲେ। ୨୦ ତାରିଖରେ ବେଙ୍ଗାଲୁର ବ୍ୟାଙ୍କ ଅଫ ଇଣ୍ଡିଆ ଏଲସିବି ବ୍ରାଞ୍ଚ ପକ୍ଷରୁ ଉକ୍ତ ଚେକର ବୈଧତା ଯାଞ୍ଚ କରାଯାଇଥିଲା। ପରେ ଏହା ଏକ ନକଲି  ବୋଲି ଜଣାପଡିଥିଲା ଏବଂ ପ୍ରକୃତ ଚେକ୍ (ନଂ ୩୮୩୦୫୪) କର୍ଣ୍ଣାଟକ ଷ୍ଟେଟ କୋ-ଅପରେଟିଭ ବ୍ୟାଙ୍କ ନିକଟରେ ଥିବା ରାଉରକେଲା ଶାଖାକୁ ଅବଗତ କରାଯାଇଥିଲା। ଏହାକୁ ନେଇ ବ୍ୟାଙ୍କର ମୁଖ୍ୟ ପରିଚାଳକ ଅଭିଯୋଗ ଦାଖଲ କରିଥିଲେ। ବି.ମୂର୍ତ୍ତିଙ୍କ ଆକାଉଣ୍ଟକୁ ଆସିଥିବା ଟଙ୍କାରୁ ନିଜ କମ୍ପାନୀ ନାମରେ ଥିବା ଆକାଉଣ୍ଟକୁ ୨.୬ କୋଟି ଟଙ୍କା ଟ୍ରାନ୍ସଫର କରିଥିଲେ। ପାଖାପାଖି ୨୩ ଲକ୍ଷ ଟଙ୍କା ତାଙ୍କର ସମ୍ପର୍କୀୟଙ୍କ ଆକାଉଣ୍ଟକୁ ପଠାଇବା ସହ ଋଣ ବାବଦ ଟଙ୍କା ଶୁଝିଥିଲେ। ଏହାଛଡା ୫ଲକ୍ଷ ଟଙ୍କା ନଗଦ ଉଠାଇ ଖର୍ଚ୍ଚ କରିଥିବା ଜଣାପଡିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories