www.samajalive.in
Sunday, December 7, 2025
14.1 C
Bhubaneswar

ମକର ସଂକ୍ରାନ୍ତି : ସ୍ୱତନ୍ତ୍ର ମହତ୍ତ୍ୱ, କରନ୍ତୁ ଏହି କାର୍ଯ୍ୟ

ସୂର୍ଯ୍ୟ ଯେତେବେଳେ ମକର ରାଶିରେ ପ୍ରବେଶ କରନ୍ତି, ତାହାକୁ ହିଁ ମକର ସଂକ୍ରାନ୍ତି କୁହାଯାଇଥାଏ। ଏପରି ଭାବେ ଏକ ବର୍ଷ ମଧ୍ୟରେ ସର୍ବମୋଟ ୧୨ଟି ସଂକ୍ରାନ୍ତି ରହିଛି। ମାନ୍ୟତା ଅନୁଯାୟୀ ସୂର୍ୟ୍ୟ ପ୍ରତି ମାସରେ ରାଶି ପରିବର୍ତ୍ତନ କରିଥାଆନ୍ତି। ସମସ୍ତ ସଂକ୍ରାନ୍ତି ମଧ୍ୟରେ ମେଷ, କର୍କଟ, ତୁଳା, ମକର ସଂକ୍ରାନ୍ତି ପ୍ରଧାନ ବୋଲି କୁହାଯାଇଥାଏ।
ମକର ସଂକ୍ରାନ୍ତି ପୁଣ୍ୟକାଳର ମହତ୍ତ୍ୱ –
ମକର ସଂକ୍ରାନ୍ତିର ପୁଣ୍ୟକାଳରେ ସ୍ନାନ, ଦାନ, ମନ୍ତ୍ର, ଜପ ତଥା ଅନ୍ୟ ଧାର୍ମିକ କାର୍ୟ୍ୟ ପାଇଁ ବିଶେଷ ମହତ୍ତ୍ୱପୂର୍ଣ୍ଣ ଅଟେ। ସରଳ ଶବ୍ଦରେ କହିବାକୁ ଗଲେ ଏହାକୁ ଶୁଭମୁହୂର୍ତ୍ତ କୁହାଯାଏ।
ନିଜ ରାଶି ଅନୁଯାୟୀ କରନ୍ତୁ ଏହି ଦ୍ରବ୍ୟର ଦାନ….
ମେଷ – ଗୁଡ଼ ଓ ମସୁର ଡ଼ାଲି ଦାନ କରନ୍ତୁ।
ବୃଷ – ଧଳା ବସ୍ତ୍ର ଓ ଏହି ରଙ୍ଗର ମିଠା ଦାନ କରନ୍ତୁ।
ମିଥୁନ – ସବୁଜ ରଙ୍ଗର କମ୍ବଳ ଦାନ କରନ୍ତୁ।
କର୍କଟ – ଗୋଟା ବିରି ଦାନ କରନ୍ତୁ।
ସିଂହ – ଲାଲ ମସୁର ଓୁ ଶୀତବସ୍ତ୍ର ଦାନ କରନ୍ତୁ।
କନ୍ୟା – ଗୋଟା ମୁଗ ଡ଼ାଲି ଓ କମ୍ବଳ ଦାନ କରନ୍ତୁ।
ତୁଳା – ଧଳା ବସ୍ତ୍ର ଓ ଏହି ରଙ୍ଗ ମିଠା ଦାନ କରନ୍ତୁ।
ବିଛା – ସାତ ପ୍ରକାରର ଚାଉଳ ଦାନ କରନ୍ତୁ।
ଧନୁ – ବୁଟ ଡ଼ାଲି ଓ ହଳଦିଆ ରଙ୍ଗର କମ୍ବଳ ଦାନ କରନ୍ତୁ।
ମକର – ବିରି ଡ଼ାଲି ଓ କଳା ରଙ୍ଗର କମ୍ବଳ ଦାନ କରନ୍ତୁ।
କୁମ୍ଭ – କଳା କମଳ ଓ ସୋରିଷ ତେଲ ଦାନ କରନ୍ତୁ।
ମୀନ – ଚଣା ଡ଼ାଲି ଓ ହଳଦିଆ ରଙ୍ଗର କମ୍ବଳ ଦାନ କରନ୍ତୁ।
ମକର ସଂକ୍ରାନ୍ତି ହିନ୍ଦୁଧର୍ମର ଅନେକ ଗୁରୁତ୍ୱପୂର୍ଣ୍ଣ ପର୍ବରୁ ଏକ ମୁଖ୍ୟ ପର୍ବ ଅଟେ। ଶାସ୍ତ୍ର ଅନୁଯାୟୀ,ସୂର୍ୟ୍ୟ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ପ୍ରବେଶ କରିବାକୁ ସଂକ୍ରାନ୍ତି କୁହାଯାଏ। ପ୍ରତିବର୍ଷ ଜାନୁଆରୀ ମାସରେ ଏହା ପାଳନ କରାଯାଇଥାଏ।
ଏହି ମକର ସଂକ୍ରାନ୍ତିରେ ଖେଚେଡ଼ି ଖାଇବାର ଏକ ସ୍ୱତନ୍ତ୍ର ମହତ୍ତ୍ୱ ରହିଛି। ଜାଣନ୍ତୁ କ’ଣ ରହିଛି ଏହାର ମହତ୍ତ୍ୱ….
ମକର ସଂକ୍ରାନ୍ତି ଦିନ ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟଦ୍ରବ୍ୟ ପ୍ରସ୍ତୁତ କରାଯାଇଥାଏ। ମାତ୍ର ଖେଚେଡ଼ି ପ୍ରସ୍ତୁତ କରି ଏହାକୁ ଖାଇବାର ବିଶେଷ ମହତ୍ତ୍ୱ ରହିଛି। ତେଣୁ ବହୁ ସ୍ଥାନରେ ଏହାକୁ ଖେଚେଡ଼ିର ପର୍ବ ବୋଲି ମଧ୍ୟ କୁହାଯାଇଥାଏ। ଚାଉଳକୁ ଚନ୍ଦ୍ରମାଙ୍କର ଏବଂ ବିରି ଡ଼ାଲିକୁ ଶନିଙ୍କ ପ୍ରତୀକ ବୋଲି କୁହାଯାଇଥାଏ। ସବୁଜ ପନିପରିବା ବୁଧ ଗ୍ରହ ସହ ଜଡ଼ିତ। ମାନ୍ୟତା ରହିଛି ଯେ, ଖେଚେଡ଼ିର ଉତ୍ତାପ ମଙ୍ଗଳ ସୂର୍ୟ୍ୟଙ୍କ ସହ ଜଡ଼ିତ। ଏହି ଦିନରେ ନୂଆ ଚାଉଳର ଭାତ ଖାଇବା ଦ୍ୱାରା ବର୍ଷସାରା ଶରୀର ଆରୋଗ୍ୟ ରହିଥାଏ। ତେଣୁ ଏହି ଦିନରେ ଖେଚେଡ଼ି ଖାଇବା ଦ୍ୱାରା ଜାତକରେ ଗ୍ରହ ସ୍ଥିତି ଭଲ ରହିବା ସହ ଶରୀର ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories