www.samajalive.in
Monday, December 8, 2025
27.1 C
Bhubaneswar

ପାଖେଇ ଆସୁଛି ମକର ସଂକ୍ରାନ୍ତି : ସଜେଇ ହେଉଛି ଯୁଗଳକିଶୋର ଗାଁ

କେନ୍ଦୁଝର : ପାଖେଇ ଆସୁଛି ମକର ସଂକ୍ରାନ୍ତି। ଏଥିଲାଗି ଗାଁଠୁ ସହର ଉତ୍ସବମୂଖର ହୋଇଉଠିଛି । ଆଦିବାସୀବହୁଳ କେନ୍ଦୁଝର ଜିଲ୍ଲାର ମକର ହେଉଛି ଗଣପର୍ବ  । ଆଦିବାସୀମାନେ ଏହାକୁ ୭ଦିନ ଧରି ପାଳନ କରିଥାନ୍ତି । ଆଦିବାସୀମାନେ ଘରଦ୍ୱାର ଲିପାପୋଛା କରିବା ସହ ବିଭିନ୍ନ ରଙ୍ଗରେ ଘରକୁ ସଜାଇଥାନ୍ତି । ମକର ପିଠା ଖାଇବା ସହ, ନାଚଗୀତ, ଖେଳକୁଦ କରି ସଭିଏଁ ମକର ପର୍ବର ଆନନ୍ଦ ଉଠାଇଥାନ୍ତି  ।  ଘସିପୁରା ବ୍ଲକ ଅନ୍ତର୍ଗତ ଯୁଗଳକିଶୋରପୁର ଗାଁ ମକର ପାଇଁ ଏବେ ଚଳଚଞ୍ଚଳ ହୋଇଉଠିଛି।

କିଏ ଘରଦ୍ବାର ଲିପା ପୋଛା କରୁଛି ତ ଆଉ କିଏ ବିଭିନ୍ନ ରଙ୍ଗ ଦେଇ ଘରକୁ ଆକର୍ଷଣୀୟ ଢଙ୍ଗରେ ସଜାଇବାରେ ବ୍ୟସ୍ତ  ରହିଛି। ବର୍ଷକରେ ଥରେ ମକର ପର୍ବ ପାଳନ ପାଇଁ ଲୋକଙ୍କର ଏହି ସାଜସଜ୍ଜା  । ମକର ସଂକ୍ରାନ୍ତି ଏଠାରେ ୭ଦିନ ଧରି ବେଶ୍ ଧୁମଧାମ୍ ରେ ପାଳିତ ହୋଇଥାଏ   ଘର ରଙ୍ଗଦେବା ପାଇଁ ଜଙ୍ଗଲରୁ ଲୋକେ ଲାଲ୍, ଧଳା, ହଳଦିଆ ମାଟି ସଂଗ୍ରହ କରିଥାନ୍ତି ।

- Advertisement -

ସେହି ମାଟିକୁ ପାଣିରେ ଭିଜାଇ ଘରକୁ ବିଭିନ୍ନ ପାରମ୍ପରିକ ଢଙ୍ଗରେ ସଜାଇଥାନ୍ତି । ଏଥିପାଇଁ ଆଦିବାସୀମାନେ କୌଣସି ରାସାୟନିକ ପଦାର୍ଥ ବ୍ୟବହାର କରନ୍ତି ନାହିଁ । ଏହି ପର୍ବ ପାଳନ ପାଇଁ ଘରକୁ କୁଣିଆ ଆସିବା ମଧ୍ୟ ଆରମ୍ଭ କରିଦେଲେଣି । ଏହି ଅବସରରେ ଗାଁ ଗାଁରେ ନାଚଗୀତ ଓ ଅନ୍ୟାନ୍ୟ ଖେଳକୁଦ ଅନୁଷ୍ଠିତ ହୋଇଥାଏ ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories