www.samajalive.in
Saturday, December 6, 2025
16.1 C
Bhubaneswar

ପବିତ୍ର ମକର ସଂକ୍ରାନ୍ତି ; ଘରେ ଘରେ ମକର ଚାଉଳ ; ଶ୍ରୀଜିଉଙ୍କ ମକର ଚୈରାଅଶୀ ବେଶ

ଭୁବନେଶ୍ୱର / ପୁରୀ : ଆଜି ପବିତ୍ର ମକର ସଂକ୍ରାନ୍ତି । ଘରେ ଘରେ ପୂଜା , ମକର ଚାଉଳ ସହ ପିଠାର ଆୟୋଜନ ହେବା ସହ ରାଜ୍ୟର କିଛି ସ୍ୱତନ୍ତ୍ର ସ୍ଥାନରେ ଏହାକୁ ବିଶେଷ ଶୈଳୀରେ ପାଳନ କରାଯାଏ। ସେହିପରି ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ମକର ଚୈରାଅଶୀ ବେଶ। ମହାପ୍ରଭୁଙ୍କ ନିକଟରେ ପୂଜାର୍ଚ୍ଚନା ସହ ସ୍ୱତନ୍ତ୍ର ଭୋଗ ଲାଗି କରାଯାଏ। ଉତ୍ତର ଓ ଦକ୍ଷିଣ ଭାରତରେ ମଧ୍ୟ ବେଶ ଧୂମଧାମରେ ମକର ସଂକ୍ରାନ୍ତି ପାଳନ କରାଯାଉଛି। ଦକ୍ଷିଣ ଭାରତରେ ଏହାକୁ ପୋଙ୍ଗଲ ବୋଲି କୁହାଯାଏ। ମକର ସଂକ୍ରାନ୍ତି ଦିନ ସୂର୍ୟ୍ୟଦେବ ଧନୁ ରାଶିରୁ ମକର ରାଶିରେ ପ୍ରବେଶ କରିଥାଆନ୍ତି। ସଂକ୍ରାନ୍ତିରେ ପ୍ରଭୁସୂର୍ୟ୍ୟ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରିଥାଆନ୍ତି।
ଏହି ଦିନର ସ୍ୱତନ୍ତ୍ର ଭୋଗ……
ମକର ସଂକ୍ରାନ୍ତି ବେଳକୁ ଓଡ଼ିଶାରେ ମୁଖ୍ୟତଃ ଧାନ, ଆଖୁ ଆଦି ନୂଆଫସଲ ଅମଳ ହୋଇଥାଏ। ତେଣୁ ଆଜି ଏହି ପବିତ୍ର ଦିନରେ ଅରୁଆ ଚାଉଳ, ନୂଆଗୁଡ଼,ଛେନା, ନଡ଼ିଆ, ପାଚିଲା କଦଳୀ, ଘିଅ, କ୍ଷୀର ଆଦି ମିଶ୍ରଣ କରାଯାଇ ମକର ଚାଉଳ ପ୍ରସ୍ତୁତ କରାଯାଏ। ଏହାକୁ ମନ୍ଦିରରେ ଓ ଗୃହରେ ସମସ୍ତ ଦେବାଦେବୀଙ୍କ ନିକଟରେ ଭୋଗ ଭାବେ ଅର୍ପଣ କରାଯାଏ। ଆଜି ସମସ୍ତ ମନ୍ଦିରମାନଙ୍କରେ ଶ୍ରଦ୍ଧାଳୁଙ୍କ ବେଶ ଭିଡ଼ ଜମିବା ସହ ଘରେ ଘରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ମଧ୍ୟ କରାଯାଏ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories