www.samajalive.in
Sunday, December 7, 2025
18.1 C
Bhubaneswar

ମଧୁପୁରଗଡ଼ ପଂଚୟତର ବିକାଶ ପାଇଁ ଭିତିଭୂମିର ଅନୁଧ୍ୟାନ କଲେ ଜିଲାପାଳ

ଗଡ଼ମଧୁପୁର : ଯାଜପୁର ଜିଲା ଧର୍ମଶାଳା ବ୍ଲକ ମଧୁପୁରଗଡ ଗ୍ରାମପଂଚାୟତର ସାମଗ୍ରିକ ବିକାଶ ପାଇଁ ଜିଲାପ୍ରଶାସନ ଏବେ ଅଣ୍ଟା ଭିଡିଥିବା ଦେଖାଯାଇଛି। ଏହି ପଂଚାୟତର ଭିତିଭୂମିର ଅନୁଧ୍ୟାନ ପଇଁ ଆଜି ସକାଳ ୧୧ଟା ସମୟରେ ଜିଲାପାଳ ଆସି ପଂଚାୟତରେ ପହଞ୍ଚି ପ୍ରଥମେ ମଧୁପୁରଗଡର ୫୦୦ଏକରରୁ ଅଧିକ ଅନାବାଦି କିସମ ଜଳପାଟକୁ ପରିଦର୍ଶନ କରି ଏହାର ସମ୍ପୂର୍ଣ୍ଣ ବିବରଣୀ ଦେବାକୁ ସ୍ଥାନୀୟ ତହସିଲଦାରଙ୍କୁ କହିଥିଲେ। ଫଳରେ ଏହି ପାଟକୁ ନେଇ କିଛି ଏକ ବଡ ଯୋଜନା କରାଯାଉଥିବା ସ୍ଥାନୀୟ ଅଂଚଳରେ ଏବେ ଆଲୋଚନା ହେଉଛି। ଏହି ପାଟରେ ବର୍ଷାଦିନେ ବ୍ରାହ୍ମଣୀର ବନ୍ୟାଜଳ ପନ୍ତୁରୀଠାରେ ଥିବା ସୁଇସଗେଟ ମଧ୍ୟଦେଇ ପ୍ରବେଶ କରିବା ଫଳରେ ଏହା ବନ୍ୟା ପ୍ଲାବିତ ହେଉଛି। ତେବେ ଏଠାରେ ଏକ ବଡ ଆକାରର ଜଳାଶୟ କିମ୍ବା ଅନେକ ଗୁଡିଏ ଜଳାଶୟ କରାଯାଉଥିବାର ଯୋଜନା ଚାଲିଥିବା ଶୁଣାଯାଉଛି। ସେହିପରି ଭାବରେ ମଧୁପୁରଗଡ ମୌଜାରେ ଥିବା ସୁନାମୁହିଁ ପଞ୍ଚେଶ୍ୱରୀ ଠାକୁରାଣୀଙ୍କ ପିଠ ମଧ୍ୟବର୍ତ୍ତୀ ଗଡ ପାହାଡ ମୋଉଦେଇ ପାହାଡର ପାଦଦେଶରେ ଥିବା ଜଙ୍ଗଲ ଅନାବାଦି କିସମ ଜମିକୁ ଦେଖିବା ପରେ ସେଠାରେ ୨୦ଏକର ଜମିର ଟ୍ରେସ କରିବା ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ସେଠାରେ ଏହି ପରିମାଣର ଜାଗା ଯୋଗାଡ କରି ଏକ ବଡଧରଣର ଶିକ୍ଷାନୁଷ୍ଠାନ ପରିକଳ୍ପନା ତାଙ୍କ ମନରେ ଚାଲୁଥିବାର ଶୁଣିବାକୁ ମିଳୁଛି। ଖୁବ ନିକଟରେ ମଧୁପୁରଗଡ ଭାୟା ବେଣାପାଟ ରାସ୍ତା କାର୍ଯ୍ୟ  ଅରମ୍ଭ ହୋଇଯାଇଥିବାରୁ ଏହି ସ୍ଥାନ ଏବେ ମଧୁପୁରଗଡର ବିକାଶ ପାଇଁ ଉପଯୁକ୍ତ ସ୍ଥାନ ହୋଇଛି। ଆଉ ଅଳ୍ପ କେଇ ଦିନ ପରେ ଏହି ରାସ୍ତା ସମ୍ପୁର୍ଣ୍ଣ ହେଲେ ମଧୁପୁରଗଡରୁ ଧର୍ମଶାଳା ବ୍ଲକ ତହସିଲ କାର୍ଯ୍ୟାଳୟ ମାତ୍ର ୨୦ ମିନିଟର ରାସ୍ତା ହୋଇଯିବ। ଏଠାରେ ଏତେ ପରିମାଣର ଜମିରେ କଣ କରାଯିବ ବୋଲି ଜିଲାପାଳ କୌଣସି ଉତ୍ତର ରଖି ନଥିଲେ ମଧ୍ୟ ତହସିଲଦାର ସଠିକ ଭାବରେ କଣ ହେବ କହି ପାରିନଥିଲେ। ତେବେ ପାଟରେ ଜଳାଶୟ ମୋଉଦେଇ ପାଦ ଦେଶରେ ଶିକ୍ଷାନୁଷ୍ଠାନ ହୋଇପାରେ ବୋଲି କହିଥିଲେ। ଆଜିର ଏହି ଗ୍ରସ୍ତ ସମୟରେ ଧର୍ମଶାଳାର ବିଧାୟକ ପ୍ରଣବ ବଳବନ୍ତରାୟ, ସମିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ, ସ୍ଥାନୀୟ ତହସିଲଦାର ପ୍ରଶାନ୍ତ କୁମାର ସାମନ୍ତରାୟ, ରାଜସ୍ୱ ନିରିକ୍ଷକ ବିରବର ମହାରଣା, ମାନସ ରଂଜନ ବେଜ, ଜିଲାପାଳଙ୍କ ସହିତ ବିଚାର ବିମର୍ଶ କରୁଥିବାର ଦେଖାଯାଇଥିଲା। ଜିଲାପରିଷଦ ସଦସ୍ୟାଙ୍କ ପ୍ରତିନିଧି ପ୍ରହଲ୍ଲାଦ ଲେଙ୍କା, ପଂଚାୟତ ସଭାପତି ଜଗଦୀଶ ଜେନାମଣୀ ପ୍ରମୁଖ ସେଠାରେ ଉପସ୍ଥିତ ରହିଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories