www.samajalive.in
Saturday, December 6, 2025
16.1 C
Bhubaneswar

ଦିନ ଦ୍ବିପ୍ରହରରେ ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍ ଅଭିଯୋଗ

ରେଙ୍ଗାଲିକେମ୍ପ : ବରଗଡ଼ଜିଲ୍ଳା ଅତାବିରା ଥାନା ଅଞ୍ଚଳରେ ଚୋରି, ଡକାୟତି ଲୁଟପାଟ୍‌ ଭଳି ଘଟଣା ନିତିଦିନିଆ ହୋଇ ଗଲାଣି। ଅତାବିରା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଏକ ଲୁଟ ଘଟଣା ସାମ୍ନାକୁ ଆସିଛି। ଆଜି ଦିନ ଦ୍ବିପ୍ରହରରେ ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି। ଗୋଡ଼ଭଗା ସମବାୟ ବ୍ୟାଙ୍କକୁ ପାହାଡ଼ ଶ୍ରୀଗିଡା ରେଙ୍ଗାଲି ଗ୍ରାମର ଜଣେ ଚାଷୀ ନିମଲ ପୁଡ୍ଡୀ ପଟ୍ଟାବି ଚାଷ କାମ ପାଇଁ ଆବଶ୍ୟକ ୧ଲକ୍ଷ ୨୫ହଜାର ଟଙ୍କା ବ୍ୟାଙ୍କରୁ ଉଠାଇ ବାହାରେ ଛିଡ଼ା ହୋଇଥିଲେ। ସେହି ସମୟରେ ଏକ ବାଇକରେ ଲୁଟେରାମାନେ ତାଙ୍କ ହାତରୁ ଟଙ୍କା ଛଡାଇ ଚମ୍ପଟ ମାରିଥିଲେ। ଏନେଇ ଚାଷୀ ଜଣକ କୌଣସି ଉପାୟ ନପାଇ ଗୋଡ଼ଭଗା ଫାଣ୍ଡିରେ ଏକ ଅଭିଯୋଗ କରିଥିବା ଜଣାପଡିଛି।

ଚାଷୀମାନେ ହାଡ଼ଭଙ୍ଗା ପରିଶ୍ରମ କରି ଫସଲ ଉତ୍ପାଦନ କରି ବିକ୍ରୟ ଟଙ୍କା ବି ହାତରେ ଧରିପାରୁ ନାହାନ୍ତି। ଏବେ ରବି ଫସଲ ଆରମ୍ଭ ହେବାକୁ ଯାଉଛି। ପୁଣି ଚାଷୀ କୁ ଫସଲ ପାଇଁ ଅର୍ଥ ଦରକାର ହେଲେ ହାତରେ ଧରିଥିବା ଟଙ୍କା ବି ଲୁଟ୍ ହୋଇ ଚାଲିଯାଉଛି ଯାହା ଫଳରେ ଚାଷୀ ମାନେ ଭୟଭୀତ ହେଉଛନ୍ତି ବ୍ୟାଙ୍କ ରୁ ଟଙ୍କା ଉଠାଇବା ପାଇଁ। ତେବେ ଦିନ ଦ୍ବିପ୍ରହରେ ୧୧ଟା ୨୫ ମିନିଟ ସମୟରେ ଗହଳି ସ୍ଥାନରେ ଚାଷୀଙ୍କ ହାତରୁ ଟଙ୍କା ଲୁଟ ଘଟଣା ଚାଷୀ ତଥା ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ପ୍ରକାଶ ଥାଉକି, ପ୍ରଶାସନିକ ଅଧିକାରୀ ମାନଙ୍କ ନିଷ୍କ୍ରିୟତା ଯୋଗୁଁ ଏପରି ଘଟଣା ଦିନକୁ ଦିନ ବୃଦ୍ଧି ପାଇ ଚୋର, ଡକାୟତ, ଲୁଟେରାମାନେ ତାଙ୍କର ସକ୍ରିୟତା ଜାହିର କରି ଦିନ ଦ୍ବପ୍ରହରରେ ଲୁଟିଥିବା ସାଧାରଣରେ ଚର୍ଚ୍ଚା ହେବା ସହ ପ୍ରଶାସନ ପାଇଁ ଖୋଲା ଚେଲେଞ୍ଜ ସୃଷ୍ଟି କରିଛି। ଏନେଇ ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories