www.samajalive.in
Saturday, December 6, 2025
26.1 C
Bhubaneswar

ଆସନ୍ତାକାଲି ସକାଳ ୧୦ରୁ ରାଜ୍ୟରେ କୋଭିଡ ଡ୍ରାଏ ରନ

ଆସନ୍ତାକାଲି ସକାଳ ୧୦ଟାରୁ ରାଜ୍ୟରେ କୋଭିଡ ଟୀକାକରଣ ଲାଗି ପ୍ରାକ ଅଭ୍ୟାସ କାର୍ଯ୍ୟକ୍ରମ ହେବ। ପୂର୍ବାହ୍ନ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଏହି ଡ୍ରାଏ ରନ କରାଯିବ। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ସୂଚନା ଅନୁଯାୟୀ, ରାଜ୍ୟର ସବୁ ଜିଲ୍ଲା ଓ ମୁନିସିପାଲିଟି ଅଂଚଳରେ ଏହି କାର୍ଯ୍ୟକ୍ରମ ହେବ। ବଡ ଘରୋଇ ମେଡିକାଲ, ମେଡିକାଲ କଲେଜ, ଉପଖଣ୍ଡ ଚିକିତ୍ସାଳୟ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ଡ୍ରାଏ ରନ କରାଯିବ। ଏ ନେଇ ସମସ୍ତ ଜିଲ୍ଲାପାଳ, ପୌର କତୃପକ୍ଷ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି।

ଏ ସମ୍ପର୍କରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି, ପ୍ରତି ଜିଲ୍ଲାର ୩ଟି କେନ୍ଦ୍ରରେ ଡ୍ରାଏ ରନ ହେବ। ଆଜି ଏ ନେଇ ହୋଇଥିବା ସ୍ୱାସ୍ଥ୍ୟ ବିଭାଗର ବୈଠକରେ କୋଭିଡ ଟିକାର ବିଭିନ୍ନ ପାର୍ଶ୍ୱ ପ୍ରତିକ୍ରିୟା ସମ୍ପର୍କରେ ଆଲୋଚନା କରାଯାଇଛି। ପାର୍ଶ୍ୱ ପ୍ରତିକ୍ରିୟା ପାଇଁ ସ୍ୱତନ୍ତ୍ର ଭାବେ ଏଇଏଫଆଇ ରଖିବାକୁ ନିର୍ଦ୍ଦେଶ ଦିଆ ଯାଇଥିବା ଜଣାପଡିଛି। ସେ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟ ଅଭ୍ୟାସ କାର୍ଯ୍ୟକ୍ରମ ସବୁ ଜିଲ୍ଲାରେ ହୋଇସାରିଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories