www.samajalive.in
Saturday, December 6, 2025
15.1 C
Bhubaneswar

ହାର ମାନିଲେ ଟ୍ରମ୍ପ, ବାଇଡେନ ରାଷ୍ଟ୍ରପତି ଘୋଷିତ

ୱାଶିଂଟନ: ଶେଷରେ ହାର୍‌ ମାନିଛନ୍ତି ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସେ କ୍ଷମତା ହସ୍ତାନ୍ତର ପାଇଁ ପ୍ରସ୍ତୁତ ହୋଇଛନ୍ତି। ଆମେରିକା ସିନେଟ ପକ୍ଷରୁ ନବନିର୍ବାଚିତ ରାଷ୍ଟ୍ରପତି ବାଇଡେନ ଏବଂ ଉପରାଷ୍ଟ୍ରପତି କମଲା ହ୍ୟାରିସଙ୍କ ବିଜୟ ଉପରେ ମୋହର ଲଗାଯିବା ସହିତ ଉଭୟଙ୍କୁ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଭାବେ ଘୋଷଣା କରାଯାଇଛି। ଆସନ୍ତା ୨୦ ତାରିଖରେ ବାଇଡେନ ଦେଶର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ।

ସିନେଟର ମୋହର ପରେ ପ୍ରଥମ ଥର ଲାଗି ଟ୍ରମ୍ପ ନିଜର ପରାଜୟକୁ ସ୍ବୀକାର କରି କହିଛନ୍ତି, ଜାନୁୟାରୀ ୨୦ରେ ଜୋ ବାଇଡେନଙ୍କୁ କ୍ଷମତାର ବ୍ୟବସ୍ଥିତ ହସ୍ତାନ୍ତରଣ କରାଯିବ। ଏହା ପୂର୍ବରୁ ଟ୍ରମ୍ପ ନିର୍ବାଚନରେ ଘୋଟାଲା ହୋଇଥିବା ଅଭିଯୋଗ କରି ଫଳାଫଳ ବଦଳାଇବାକୁ ଉଦ୍ୟମ ଚଳାଇ ଆସିଥିଲେ।

- Advertisement -

ଗୁରୁବାର ସକାଳେ କଂଗ୍ରେସର ମିଳିତ ଅଧିବେଶନରେ ନିର୍ବାଚନ ପ୍ରକ୍ରିୟାକୁ ଯାଞ୍ଚ କରାଯାଇଥିଲା। ବୁଧବାର ବିଳମ୍ବିତ ରାତିରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକ କଂଗ୍ରେସ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବା ପରେ ମିଳିତ ଅଧିବେଶନ ଆରମ୍ଭ ହୋଇଥିଲା। କ୍ୟାପିଟାଲ ହିଲରେ ଘଟିଥିବା ହିଂସାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ଏବଂ ଏହି ଅଞ୍ଚଳରେ ଜରୁରିକାଳୀନ ପରିସ୍ଥିତି ଘୋଷଣା କରାଯିବା ପରେ ସିନେଟରେ ବାଇଡେନଙ୍କ ବିଜୟ ଉପରେ ମୋହର ଲଗାଯାଇଛି।

ସୂଚନାଯୋଗ୍ୟ, ରାଷ୍ଟ୍ରପତି ନିର୍ବାଚନରେ ବାଇଡେନ ପ୍ରାୟ ୮ କୋଟି ଭୋଟ ସହିତ ୩୦୬ଟି ଇଲେକ୍ଟୋରାଲ ଭୋଟ ହାସଲ କରିବାରେ ସଫଳ ହୋଇଥିଲେ। ଗୁରୁବାର ସଂସଦରେ ଦୁଇ ଘଣ୍ଟା ଧରି ଚାଲିଥିବା ଯାଞ୍ଚ ପ୍ରକ୍ରିୟାକୁ ସାଂସଦମାନେ ପାର୍ଟି ଲାଇନରୁ ଦୂରେଇ ଯାଇ ସମର୍ଥନ କରିଥିଲେ। ଏପରିକି ଦୁଇଟି ରାଜ୍ୟ ଆରିଜୋନା ଏବଂ ପେନସିଲଭାନିଆରେ ନିର୍ବାଚନ ସମ୍ବନ୍ଧୀୟ ଅଭିଯୋଗଗୁଡ଼ିକୁ ବି ପ୍ରତ୍ୟାଖ୍ୟାନ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories