www.samajalive.in
Saturday, December 6, 2025
26.1 C
Bhubaneswar

୭୦ ବର୍ଷରେ ଭାରତ-ଜର୍ମାନୀ ଦ୍ୱିପକ୍ଷୀୟ ସଂପର୍କ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜର୍ମାନୀ ଚାନ୍‍ସେଲର ଡକ୍ଟର ଆଞ୍ଜେଲା ମର୍କେଲ୍‍ ଭିଡ଼ିଓ ଟେଲି କନ୍‍ଫରେନ୍ସ ଯୋଗେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରିଛନ୍ତି। ୟୁରୋପୀୟ ଏବଂ ବିଶ୍ୱ ସ୍ତରରେ ସ୍ଥିର ଏବଂ ଦୃଢ଼ ନେତୃତ୍ୱ ପ୍ରଦାନ କରିବାରେ ଚାନ୍‍ସେଲର ମର୍କେଲଙ୍କର ପ୍ରଭାବଶାଳୀ ଭୂମିକାକୁ ଶ୍ରୀ ମୋଦୀ ପ୍ରଶଂସା କରିବା ସହ ଭାରତ-ଜର୍ମାନୀ ନୀତିଗତ ଭାଗିଦାରୀକୁ ମଜବୁତ କରିବା ଦିଗରେ ମାର୍ଗଦର୍ଶନ ପାଇଁ ମଧ୍ୟ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

କୋଭିଡ୍‍ ୧୯ ମହାମାରୀର ମୁକାବିଲା, ଦ୍ୱିପକ୍ଷୀୟ ସଂପର୍କ, ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗ ଏବଂ ବିଶେଷକରି ଭାରତ ୟୁରୋପୀୟ ସଂଘର ସଂପର୍କ ଆଦି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଉଭୟ ନେତା ବିସ୍ତୃତ ଆଲୋଚନା କରିଛନ୍ତି। କୋଭିଡ୍‍ ପ୍ରତିଷେଧକ ବିକାଶ ସମେତ ଭାରତରେ ଘଟିଥିବା ବିଭିନ୍ନ ପ୍ରଗତିମୂଳକ କାର୍ଯ୍ୟକ୍ରମ ସଂପର୍କରେ ଚାନ୍‍ସେଲର ମର୍କେଲଙ୍କୁ ଅବଗତ କରାଇବା ସହ ସମଗ୍ର ବିଶ୍ୱରେ ସୁଫଳ ପହଞ୍ଚାଇବା ଦିଗରେ କ୍ଷମତା ଅନୁଯାୟୀ ସହଯୋଗ କରିବାକୁ ଭାରତ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି।

- Advertisement -

ଜର୍ମାନୀ ଏବଂ ଅନ୍ୟାନ୍ୟ ୟୁରୋପୀୟ ରାଷ୍ଟ୍ରରେ କୋଭିଡ୍‍ ସଂକ୍ରମଣର ଦ୍ୱିତୀୟ ଧାରାକୁ ଖୁବ୍‍ଶୀଘ୍ର ନିୟନ୍ତ୍ରିତ କରାଇଥିବାରୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ଅନ୍ତର୍ଜାତୀୟ ସୌରମେଣ୍ଟରେ ଯୋଗଦେବା ପାଇଁ ଜର୍ମାନୀର ନିଷ୍ପତ୍ତିକୁ ମଧ୍ୟ ଶ୍ରୀ ମୋଦୀ ସ୍ୱାଗତ କରିଛନ୍ତି। ଚଳିତବର୍ଷ ଭାରତ-ଜର୍ମାନୀ ଦ୍ୱିପକ୍ଷୀୟ ସଂପର୍କ ୭୦ ବର୍ଷରେ ପଦାର୍ପଣ କରିଛି ଏବଂ ନୀତିଗତ ଭାଗିଦାରୀର ଚଳିତବର୍ଷ ବିଂଶତମ ବାର୍ଷିକୀ। ଏହାକୁ ଦୃଷ୍ଟିରେ ରଖି ଉଭୟ ଦେଶ ମଧ୍ୟରେ ଷଷ୍ଠ ଆନ୍ତଃସରକାରୀ ବୈଠକକୁ ଚଳିତବର୍ଷ ଆଗୁଆ କରାଇବା ଏବଂ ଭବିଷ୍ୟତ ପାଇଁ ଅନେକ ମହତ୍ତ୍ୱାକାଂକ୍ଷୀ ଯୋଜନା ପ୍ରସ୍ତୁତ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories