www.samajalive.in
Saturday, December 6, 2025
23.1 C
Bhubaneswar

ଭାଗୀରଥୀପୁରରେ ଧାନମଣ୍ଡି ଉଦ୍‍ଘାଟିତ

ଆଠଗଡ : ଆଠଗଡ ବ୍ଲକର ଇଚ୍ଛାପୁର ପଞ୍ଚାୟତ ଅନ୍ତର୍ଗତ ଭାଗୀରଥୀପୁର ସେବା ସମବାୟ ସମିତି ପକ୍ଷରୁ ବୁଧବାର ଖରିଫ ଧାନ କ୍ରୟ ପାଇଁ ଏକ ଧାନମଣ୍ଡି ଉଦ୍‍ଘାଟିତ ହୋଇଯାଇଛି। ସମିତିର ସଂପାଦକ ଅନିଲ କୁମାର ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦ୍‍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଆଠଗଡ ବ୍ଲକ କୃଷି ସୂଚନା ପରାମର୍ଶକେନ୍ଦ୍ର (ଆତ୍ମା)ର ଅଧ୍ୟକ୍ଷ ରବିନ୍ଦ୍ରନାଥ ରାଉତ ଯୋଗଦେଇ ମଣ୍ଡି ଉଦ୍‍ଘାଟନ କରିଥିଲେ। ଏଥିରେ ଉଦ୍‍ବୋଧନ ଦେଇ ଶ୍ରୀ ରାଉତ ଚାଷୀମାନେ ହେଉଛନ୍ତି ଆମର ଅନ୍ନଦାତା, ତେଣୁ ବଳକା ଧାନ ବିକ୍ରୟ ପାଇଁ ମଣ୍ଡିକୁ ଆସୁଥିବା ଚାଷୀ ଭାଇଭଉଣୀଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ସହିତ ସେମାନଙ୍କ ଧାନ ବିକ୍ରୟରେ ସମସ୍ତ ସହଯୋଗ କରିବା ପାଇଁ ସମତି କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ରାଜ୍ୟସରକାର ଖରିଫ୍‍ ଧାନକ୍ରୟକୁ ବ୍ୟବସ୍ଥିତ ଏବଂ ସ୍ୱଚ୍ଛ କରିବା ଲାଗି ସମସ୍ତ ପ୍ରକାର ପଦକ୍ଷେପ ନେଇଛନ୍ତି ଏବଂ ଚାଷୀଙ୍କୁ ସେମାନଙ୍କର ଧାନ ବିକ୍ରୟ ବାବଦ ସର୍ବନିମ୍ନ ସହାୟକ ମୂଲ୍ୟ ଯଥାଶୀଘ୍ର ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରିବା ପାଇଁ ପଦକ୍ଷେପ ନେବା ଲାଗି ସେ ସମବାୟ ସମିତି କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ଭାଗୀରଥୀପୁର ମଣ୍ଡିରେ ପ୍ରତି ବୁଧବାର ଚାଷୀଙ୍କଠାରୁ ଧାନକ୍ରୟ କରାଯିବ ବୋଲି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବ୍ଲକ ସମବାୟ ସମ୍ପ୍ରସାରଣ ଅଧିକାରୀ ହାଡିବନ୍ଧୁ ରଣା ସୂଚନା ଦେଇଥିଲେ। ପ୍ରଥମ ଦିନରେ ଆଜି ୧୭ଜଣ ଚାଷୀଙ୍କ ଠାରୁ ୪୮୦କ୍ୟୁଣ୍ଟାଲ ଧାନ କ୍ରୟ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜେନାପଦା ଓ ଇଚ୍ଛାପୁର ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଧାନକ୍ରୟ କମିଟିର ସଭ୍ୟ/ସଭ୍ୟାଙ୍କ ସମେତ ବହୁ ଚାଷୀ ଯୋଗଦେଇଥିଲେ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories