www.samajalive.in
Saturday, December 13, 2025
23.1 C
Bhubaneswar

ବାର୍ଡ-ଫ୍ଲୁ ରୋକିବା ପାଇଁ ଜରୁରୀକାଳୀନ ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ରର ନିର୍ଦେଶ

ନୂଆଦିଲ୍ଲୀ : ବାର୍ଡ-ଫ୍ଲୁ ବା ପକ୍ଷୀ ଜ୍ୱର ବ୍ୟାପିବାକୁ ରୋକିବାପାଇଁ ଜରୁରୀକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ କହିଛନ୍ତି। ହିମାଚଳ ପ୍ରଦେଶ, ରାଜସ୍ଥାନ, କେରଳ ଓ ଆଉ କିଛି
ରାଜ୍ୟରେ ବହୁ ସଂଖ୍ୟାରେ ପକ୍ଷୀମାନଙ୍କର ମୃତ୍ୟୁ ଘଟିବାରୁ କେନ୍ଦ୍ରରୁ ଏଭଳି ପରାମର୍ଶ ଜାରି କରାଯାଇଛି। କେନ୍ଦ୍ର ସରକାର ଏଥିପାଇଁ ଏକ କଂଟ୍ରୋଲ​ ରୁମ୍ ପ୍ରତିଷ୍ଠା କରାଯାଇଛି।

ପକ୍ଷୀ ଜ୍ୱର ମାନବ ଶରୀର ଓ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ଶରୀରକୁ ପ୍ରବେଶ କରିବାର ସମ୍ଭାବନା ଉପରେ ମଧ୍ୟ ସରକାର ସତର୍କତା ଜାରି କରିଛନ୍ତି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ମୁଖ୍ୟ ସଚିବମାନଙ୍କ ପାଖକୁ ବିଜ୍ଞପ୍ତି ଜାରି କରି ପରିବେଶ ମନ୍ତ୍ରଣାଳୟ ପକ୍ଷୀମାନଙ୍କ ଶରୀରରେ ରୋଗ ସମ୍ବନ୍ଧୀୟ ଲକ୍ଷଣ ଉପରେ ତୀକ୍ଷ୍‍ଣ ନଜର ରଖିବାକୁ କହିଛି। ଏହାଛଡ଼ା ମନ୍ତ୍ରଣାଳୟ ICARର ଭୋପାଳସ୍ଥିତ ଜାତୀୟ ପ୍ରାଣୀ ରୋଗ ପ୍ରତିଷ୍ଠାନର ରିପୋର୍ଟକୁ ଉଲ୍ଲେଖ କରି କହିଛି, ମୃତ ପକ୍ଷୀମାନଙ୍କର ନମୁନାରେ H5N1 ଭୂତାଣୁ ଥିବାର ଜଣାପଡ଼ିଛି।

Hot this week

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

Related Articles

Popular Categories