୩୪ ଘଣ୍ଟା ପରେ ୨୭ ଫୁଟ ଗର୍ତ୍ତରୁ ଶିଶୁ ଉଦ୍ଧାର

0

ଦେୱାସ : ମଧ୍ୟପ୍ରଦେଶର ଉମରିୟା ଗ୍ରାମର ଏକ ୨୭ ଫୁଟ ଗଭୀରର ବୋରୱେଲ (ଗର୍ତ୍ତ)ରେ ଖସିପଡ଼ିଥିବା ଏକ ୪ ବର୍ଷର ଶିଶୁକୁ ଦୀର୍ଘ ୩୪ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ରବିବାର ରାତି ପ୍ରାୟ ସାଢେ ୧୦ ଟା ବେଳେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସେନାର ଯବାନ ଏବଂ ରାଜ୍ୟର ୨୦୦ କର୍ମଚାରୀଙ୍କ ସହଯୋଗରେ ଶିଶୁଟିକୁ ଉଦ୍ଧାର କରାଯାଇଥିଲା । ପ୍ରକାଶ ଯେ ଶନିବାର ଦିନ ପ୍ରାୟ ୧୧ ଟା ବେଳେ ଉମରିୟା ଗ୍ରାମର ରୋଶନ ନାମକ ଏକ ୪ ବର୍ଷର ଶିଶୁ ଏକ ଖୋଲା ବୋରେୱେଲ ମଧ୍ୟକୁ ଖସିପଡିଥିଲା । ୪୦ ଫୁଟ୍‌ ଗଭୀରର ବୋରୱେଲର ୨୭ ଫୁଟ୍‌ ତଳେ ଶିଶୁଟି ଫସିଯାଇଥିଲା । ସେନା ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଦଳ ବୋରୱେଲରୁ ୮ ଫୁଟ ଦୂରରେ ଏକ ଗର୍ତ୍ତ କରିଥିଲେ । ଏହି ଗର୍ତ୍ତରୁ ବୋରୱେଲ ଗର୍ତ୍ତକୁ ଏକ ସୁଢଙ୍ଗ କରାଯାଇଥିଲା । ସେନା ଯବାନ ସୁଢଙ୍ଗ ଯୋଗେ ବୋରୱେଲରେ ପହଞ୍ଚି ଶିଶୁକୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ଶିଶୁକୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାର ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରାଯାଇ ଆବଶ୍ୟକ ଚିକିତ୍ସା ପ୍ରଦାନ କରାଯାଉଥିବା ସୂଚନା ମିଳିଛି ।

Leave A Reply