www.samajalive.in
Sunday, December 14, 2025
19.1 C
Bhubaneswar

୪ର୍ଥ ଜିଲ୍ଲା ଉନ୍ନୟନ, ସମନ୍ୱୟ ଓ ତଦାରଖ(ଦିଶା) କମିଟି ବୈଠକ

ବାଙ୍କୀ : ମଙ୍ଗଳବାର ଦିନ ୪ର୍ଥ ଜିଲ୍ଲା ସ୍ତରୀୟ ଉନ୍ନୟନ, ସମନ୍ୱୟ ଓ ତଦାରଖ(ଦିଶା) କମିଟି ବୈଠକ ବାଙ୍କୀ ବ୍ଲକ ଅନ୍ତର୍ଗତ ବୈଦେଶ୍ୱର ସ୍ଥିତ ଦିଶା ମିନି ଷ୍ଟାଡିଅମ ପରିସରରେ ଅନୁଷ୍ଠିତ ହୋଇଯାଇଛି। କଟକ ଲୋକସଭା ସାଂସଦ ଭର୍ତ୍ତୃହରୀ ମହତାବଙ୍କ ଅଧ୍ୟକ୍ଷତାରେ ଏହି କମିଟି ବୈଠକ ସଞ୍ଚାଳିତ ହୋଇଥିଲା। ବୈଠକରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ,ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ,ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ମହମଦ୍ ଅବଦଲ ଅଖତର,ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା,ସଦର ଉପଜିଲ୍ଲାପାଳ ପ୍ରତାପ ବେଉରିଆ,ଆଠଗଡ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ପ୍ରମୁଖ ମଞ୍ଚରେ ଉପସ୍ଥିତ ରହି ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସ୍ଥିତି,ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ବୈଠକରେ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦୨୦-୨୧ରେ ସହରାଞ୍ଚଳରେ ୭୭୨୪ଜଣଙ୍କୁ ଗୃହ ଯୋଗାଇ ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ବେଳେ ବର୍ତ୍ତମାନ ସୁଦ୍ଧା ୫୨୦୩ଜଣ ହିତାଧିକାରୀଙ୍କୁ ଘର ଯୋଗାଇ ଦିଆଯାଇଥିବା ଆଲୋଚନା ହୋଇଥିଲା। ଜିଲ୍ଲାରେ ସମନ୍ୱିତ ଶିଶୁ ବିକାଶ ଯୋଜନାରେ ଶିଶୁ ମାନଙ୍କର ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଉଛି। ବିଗତ ଦିନରେ ୧୦ହଜାର ୧୦ଜଣ ଶିଶୁମାନଙ୍କର ଓଜନ କମ୍ ଥିଲା ବେଳେ ବର୍ତ୍ତମାନ ତାହା ୫ହଜାର ୭୩୩ରେ ପହଞ୍ଚିଥିବା ସୂଚନା ମିଳିଛି। ଶିଶୁ ମାନଙ୍କ ପାଇଁ ପୋଷଣ ଅଭିଯାନକୁ ଗୁରୁତ୍ୱ ଦେବାପାଇଁ ସାଂସଦ ବୈଠକରେ ଗୁରୁତ୍ୱ ଦେଇଥିଲେ। ଜାତୀୟ ବାର୍ଦ୍ଧକ୍ୟ ଭତ୍ତାକୁ ଅଧିକ ଗୁରୁତ୍ୱ ଦିଆଯାଇ ସଠିକ୍ ହିତାଧିକାରୀଙ୍କୁ ଚୟନ କରି ଯୋଜନାରେ ସାମିଲ କରିବା ପାଇଁ ପରାମର୍ଶ ଦେଇଥିଲେ। ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ କୃଷକ ଉତ୍ପାଦକ ସଂଘ ଗଠନ କରାଯାଇ ନୂତନ କୃଷି ପ୍ରଣାଳୀ ଓ ସଚେତନତା ଉପରେ ଆଲୋଚନା କରାଯାଇଥିଲା। କାଳିକା ପ୍ରାଦ ଠାରୁ ବୈଦେଶ୍ୱର ପର୍ଯ୍ୟନ୍ତ ମେଗା ପାନୀୟଜଳ ପ୍ରକଳ୍ପ କରିବା ପାଇଁ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ପ୍ରସ୍ତାବ ରଖିଥିଲେ। ସେହିପରି ଦେବୀ ଦୁଆର ଠାରେ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳ ସହିତ ମହାନଦୀରେ ନୌକା ବିହାର ପାଇଁ ବ୍ୟବସ୍ଥା କରିବା ପାଇଁ ପର୍ଯ୍ୟଟନ ସ୍ଥଳୀର କାର୍ଯ୍ୟକାରୀ ପାଇଁ ସାଂସଦ ପ୍ରସ୍ତାବ ଦେଇଥିଲେ। ସେହିପରି ରଣନଦୀର ଦୁଇ ପାଶ୍ୱର୍ରେ ଥିବା ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମର ଜୀବନ ଜିବୀକା ବଢାଇବା ପାଇଁ ଜିବୀକା ମିଶନ ଜରିଆରେ କାର୍ଯ୍ୟକାରୀ ପାଇଁ ଗୁରୁତ୍ୱ ଦିଆଯାଇଛି। ଉଦ୍ୟାନ ବିଭାଗ କାର୍ଯ୍ୟର ସମୀକ୍ଷା,ଉନ୍ନତମାନର କୃଷି,ବ୍ଲକରେ ଖେଳପଡିଆ ନିର୍ମାଣ,ଗ୍ରାମାଞ୍ଚଳରେ ବ୍ୟାକିଂ ସେବା ଏବଂ ମହାନଦୀର ଉଭୟ ପାର୍ଶ୍ବରେ ଥିବା ହୁଳୁହୁଳା ଓ ଚନ୍ଦ୍ରପା ପୋଲର ସ୍ଥାୟୀ ଉଚ୍ଚା ନିର୍ମାଣ ଓ ପ୍ରଶସ୍ତି କରିବା ପାଇଁ ପ୍ରସ୍ଥାବ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ବାଙ୍କୀ ଡମପଡା ବ୍ଲକ,ଏନ.ଏ.ସି ସମେତ ଜିଲ୍ଲାର ବହୁ ବିଭାଗୀୟ ପଦାଧିକାରୀ ମାନେ ଯୋଗଦେଇଥିଲେ। ସେହିପରି ଅନୁରୂପ ଭାବରେ ଏହି କାର୍ଯ୍ୟକ୍ରମରେ ବାଙ୍କୀ ବ୍ଲକର ବିଡିଓ,ଅଧ୍ୟକ୍ଷା,ଡମପଡା ବ୍ଲକର ବିଡିଓ ଏବଂ ଅଧ୍ୟକ୍ଷା,ବିଭାଗୀୟ ନିର୍ବାହୀଯନ୍ତ୍ରୀଙ୍କ ସମେତ ବହୁ ଅଧିକାରୀ ଯୋଗ ଦେଇଥିଲେ। ବାଙ୍କୀ ଉପଜିଲ୍ଲାପାଳ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories