www.samajalive.in
Saturday, December 6, 2025
16.1 C
Bhubaneswar

ଗିରିଧାରୀ ଭୋଇଙ୍କ ୧୧୯ତମ ଜୟନ୍ତୀ; ୩ ବିଶିଷ୍ଟ ବ୍ୟକ୍ତିଙ୍କୁ ‘ଗିରିଧାରୀ ସ୍ମୃତି ସମ୍ମାନ’

ନର୍ଲା: କଳାହାଣ୍ଡି-ବଲାଙ୍ଗିର ଲୋକସଭା ଆସନର ପ୍ରଥମ ସାଂସଦ ଗିରିଧାରୀ ଭୋଇଙ୍କ ୧୧୯ତମ ଜୟନ୍ତୀ ମଙ୍ଗଳବାର ଚିଆଁପଦରଠାରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧ ସଂସ୍କୃତି ଗବେଷକ ମେଦିନୀଧର ଜାନୀ, ସାହିତ୍ୟିକ ତଥା ଆଦିବାସୀ ସଂସ୍କୃତି ଗବେଷକ କ୍ଷୀତିଷ ଚନ୍ଦ୍ର ମାଝି ଓ ଲୋକ ସଂସ୍କୃତି ଗବେଷକ ତଥା ଓଡ଼ିଆ ବାର୍ତ୍ତା ସଂପାଦକ ସୁନୀଲ କୁମାର ଧଙ୍ଗଡାମାଝିଙ୍କୁ ଗିରିଧାରୀ ସ୍ମୃତି ସମ୍ମାନ-୨୦୨୧ରେ ସମ୍ମାନିତ କରାଯାଇଛି।

- Advertisement -

ସ୍ୱର୍ଗତ ସାଂସଦ ଗିରିଧାରୀ ଭୋଇଙ୍କ ଜ୍ୟେଷ୍ଠ ନାତି ପ୍ରଫୁଲ୍ଲ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ଜିଲା ପରିଷଦ ଅଧ୍ୟକ୍ଷ ନମିତାରାଣୀ ସାହୁ, ମୁଖ୍ୟ ବକ୍ତା ଭାବେ କନ୍ଧ ସଂସ୍କୃତି ଗବେଷକ ମେଦିନିଧର ଜାନୀ, ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ଜୋନ୍-୨ ଜିଲା ପରିଷଦ ସଦସ୍ୟା ରୀନା ଭୋଇ, ଓଡ଼ିଆ ବାର୍ତ୍ତା ସମ୍ପାଦକ ସୁନୀଲ କୁମାର ଧଙ୍ଗଡାମାଝି, ଯୁଗଯାତ୍ରୀ ସାହିତ୍ୟ ସଂସଦ ମ.ରାମପୁରର ସଭାପତି ପଦ୍ମଲୋଚନ ମିଶ୍ର, ସମାଜସେବୀ ମନୋଜ ପଟ୍ଟନାୟକ, ଅନିରୁଦ୍ଧ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ବିଶିଷ୍ଟ କବି କୁଳମଣି ସାହୁ ମଞ୍ଚ ପରିଚାଳନା କରିଥିବାବେଳେ ଯୋଗେନ୍ଦ୍ର ଭୋଇ, ବିମଳ ଭୋଇ, କବିରାଜ ଭୋଇ ପ୍ରମୁଖ ସହଯୋଗ କରିଥିଲେ।

ସୂଚନାଯୋଗ୍ୟ, ସ୍ବର୍ଗତ ସାଂସଦ ଗିରିଧାରୀ ଭୋଇ ଜଣେ ସଂଗ୍ରାମୀ ଜନନେତା ଭାବେ ୧୯୪୭ ଗଡ଼ଜାତ ରାଜ୍ୟ ମିଶ୍ରଣ ବିରୁଦ୍ଧରେ ଲଢେଇ କରି ୮ମାସ କାରାବରଣ କରିଥିଲେ। ୧୯୫୨ରେ ଗଣତନ୍ତ୍ର ପରିଷଦର ପ୍ରାର୍ଥୀ ଭାବେ କଳାହାଣ୍ଡି-ବଲାଙ୍ଗିର ଲୋକସଭା କ୍ଷେତ୍ରର ପ୍ରଥମ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

Hot this week

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

Related Articles

Popular Categories