www.samajalive.in
Saturday, December 6, 2025
15.1 C
Bhubaneswar

ଅପପ୍ରଚାର ଯୋଗୁଁ ବିବାହ ଭାଙ୍ଗିଲା, ଫିନାଇଲ ପିଇ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

ଗୋପାଳପୁର : ଅପପ୍ରଚାର ଯୋଗୁଁ ବିବାହ ଭାଂଗିବା ଘଟଣାରେ ମର୍ମାହତ ହୋଇ ଜଣେ ଯୁବତୀ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିବା ସହ ଏବେ ବ୍ରହ୍ମପୁର ବଡ଼ମେଡ଼ିକାଲରେ ଜୀବନ ସହ ସଂଗ୍ରାମ କରୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମର ଜୈନିକା ଯୁବତୀଙ୍କ ବିବାହ ଆସନ୍ତା ଡ଼ିସେମ୍ବର ୨ ତାରିଖରେ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଥିଲା। କିନ୍ତୁ ଏହା ମଧ୍ୟରେ ଗତ ଡିସେମ୍ବର ୨୮ ତାରିଖରେ ଗ୍ରାମର ଦୁଇ ଜଣ ଯୁବକ ଯୁବତୀର ଚରିତ୍ର ସଂହାର ପୂର୍ବକ ଲିଫେଲେଟ ପ୍ରସ୍ତୁତ କରି ଗାଁରେ ବଣ୍ଟନ କରିବା ସହ ବର ର ଗାଁରେ ମଧ୍ୟ ବଣ୍ଟନ କରିଥିଲେ। ଏହା ସହ ବର କୁ କନ୍ୟା ସମ୍ପର୍କରେ ମିଥ୍ୟା ତଥ୍ୟ ପ୍ରଦାନ ପୂର୍ବକ ଅନ୍ୟ ଯୁବକ ସହିତ ଅନୈତିକ ସମ୍ପର୍କ ଥିବା ନେଇ ମଧ୍ୟ ଫୋନ ଯୋଗେ ଖବର ଦେଇଥିଲେ। ଯାହା ଫଳରେ ବର ଘର ପକ୍ଷରୁ ବିବାହ ଭାଙ୍ଗି ଦେଇଥିଲେ। ଏହି ଘଟଣା ଜଣାପଡ଼ିବା ପରେ ପରିବାର ବର୍ଗଙ୍କ ପକ୍ଷରୁ ଗତ ୨ ତାରିଖରେ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିବା ସହ ଗ୍ରାମର ଦୁଇ ଯୁବକଙ୍କ ଏଥିରେ ସମ୍ପୃକ୍ତ ଥିବା ନେଇ ଉଲ୍ଲେଖ କରିଥିଲେ। ପୁଲିସ ପକ୍ଷରୁ ଏହା ନେଇ ୦୧/୨୧ ରେ ଏକ ମାମଲା ରୁଜୁ କରିବା ସହ ଏଥିରେ ସମ୍ପୃକ୍ତ ଥିବା ଜଣେ ଯୁବକଙ୍କୁ ଆଣି ଥାନାରେ ଅଟକ ରଖିଥିଲେ ମଧ୍ୟ ଘଟଣା ନେଇ ଅଧିକ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ଏହି ଘଟଣା ପରେ ଯୁବତୀ ଜଣଙ୍କ ଗଭୀର ଚିନ୍ତା ରହିଆସୁଥିବା ବେଳେ ପୁଲିସ ପକ୍ଷରୁ ଘଟଣାକୁ ଗୁରୁତ୍ବ ଦିଆ ନ ଯିବା ଏବଂ ଅଭିଯୁକ୍ତ ଦୁଇ ଯୁବକ ଗିରଫ ନହେବା କାରଣରୁ ଆଜି ସକାଳେ ଘରେ କେହି ନଥିବାର ସୁଯୋଗରେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ପରିବାର ବର୍ଗ ଯୁବତୀ ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରି ଚିକିତ୍ସିତ କରାଉଥିବା ଜଣାପଡିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories