www.samajalive.in
Saturday, December 6, 2025
14.1 C
Bhubaneswar

ନୂଆ ସଂସଦ ଭବନ ପ୍ରକଳ୍ପକୁ ସୁପ୍ରିମକୋର୍ଟଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍‌ ନିକଟରେ ନୂଆ ସଂସଦ ଭବନ (ସେଣ୍ଟ୍ରାଲ ଭିଷ୍ଟା) ନିର୍ମାଣ ଲାଗି କେନ୍ଦ୍ର ସରକାରଙ୍କୁ ଅନୁମତି ମିଳିଛି। ସୁପ୍ରିମକୋର୍ଟ ମଙ୍ଗଳବାର ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପକୁ ଚ୍ୟାଲେଞ୍ଜ କରି ଆଗତ ପିଟିଶନଗୁଡ଼ିକର ଶୁଣାଣି କରି ଏହି ନିଷ୍ପତ୍ତି ନେଇଛନ୍ତି। ବିଚାରପତି ଏ.ଏମ. ଖାନଭିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ୩  ସଦସ୍ୟ ବିଶିଷ୍ଟ ଖଣ୍ଡପୀଠ ୨:୧ ବହୁମତରେ ନିଷ୍ପତ୍ତି ଶୁଣାଇଛନ୍ତି। ପ୍ରକଳ୍ପ ଲାଗି ଯେଉଁ ପରିବେଶ ମଞ୍ଜୁରୀ ପ୍ରଦାନ କରାଯାଇଛି ଏବଂ ଭୂମି ଉପଯୋଗରେ ପରିବର୍ତ୍ତନ ପାଇଁ ଯେଉଁ ଅଧିସୂଚନା ଜାରି ହୋଇଛି ତାହା ବୈଧ ବୋଲି ସ୍ପଷ୍ଟ କରିଛନ୍ତି।

ବିଚାରପତି ଖାନଭିଲକର ନିଜ ତରଫରୁ ଏବଂ ବିଚାରପତି ଦିନେଶ ମାହେଶ୍ଵରୀଙ୍କ ତରଫରୁ ନିଷ୍ପତ୍ତି ଶୁଣାଇ ସମସ୍ତ ନିର୍ମାଣ ସ୍ଥଳରେ ସ୍ମଗ୍‌ ଟାୱାର ଲଗାଇବା ଏବଂ ଆଣ୍ଟି-ସ୍ମଗ ବନ୍ଧୁକ ବ୍ୟବହାର କରିବାକୁ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପର ପ୍ରସ୍ତାବକଙ୍କୁ ନିର୍ଦେଶ ଦେଇଛନ୍ତି। ଖଣ୍ଡପୀଠର ୩ୟ ବିଚାରପତି ସଞ୍ଜୀବ ଖାନ୍ନା ପ୍ରକଳ୍ପର ମଞ୍ଜୁରୀ ଉପରେ ସହମତି ଜଣାଇଥିଲେ, ତେବେ ସେ ଭୂମି ଉପଯୋଗରେ ପରିବର୍ତ୍ତନ ସମ୍ବନ୍ଧୀୟ ନିଷ୍ପତ୍ତି ଏବଂ ପରିବେଶ ମଞ୍ଜୁରୀ ପ୍ରଦାନ ଉପରେ ଅସହମତି ପ୍ରକାଶ କରିଥିଲେ।

- Advertisement -

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ଡିସେମ୍ବର ୧୦ ତାରିଖରେ ନୂଆ ସଂସଦ ଭବନର ଶିଳାନ୍ୟାସ କରିଥିଲେ। କିନ୍ତୁ ସଂସଦ ଭବନ ନିର୍ମାଣକୁ ବିରୋଧ କରି କିଛି ସଂଗଠନ ପକ୍ଷରୁ ସୁପ୍ରିମକୋର୍ଟରେ ପିଟିଶନ ଦାୟର କରାଯାଇଥିଲା। ଗତ ଶୁଣାଣି ସମୟରେ ସରକାର ଅଦାଲତଙ୍କୁ ଆଶ୍ଵାସନ ଦେଇ କହିଥିଲେ ଯେ, ଯେଉଁ ପର୍ଯ୍ୟନ୍ତ କୋର୍ଟ ନିଷ୍ପତ୍ତି ନ ଶୁଣାଇଛନ୍ତି, ସେ ଯାଏ କୌଣସି ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ନାହିଁ। ଗତବର୍ଷ ସେପ୍ଟେମ୍ବରରେ ଏହି ପ୍ରକଳ୍ପର ଘୋଷଣା କରାଯାଇଥିଲା। ନୂଆ ସଂସଦ ଭବନରେ ୯୦୦ରୁ ୧୨୦୦ ସାଂସଦ ବସିବାର କ୍ଷମତା ରହିବ। ୨୦୨୨ ଅଗଷ୍ଟ ସୁଦ୍ଧା ଏହାର ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories