www.samajalive.in
Saturday, December 13, 2025
23.1 C
Bhubaneswar

ବ୍ରିଟେନ୍‌ରେ ପୁଣି ଲକ୍‌ଡାଉନ୍‌, ଘୋଷଣା କଲେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌

ଲଣ୍ଡନ୍‌: ବ୍ରିଟେନ୍‌ରେ କରୋନାର ନୂଆ ଷ୍ଟ୍ରେନ୍‌ ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ନୂଆ ଷ୍ଟ୍ରେନ୍‌କୁ ନେଇ ବ୍ରିଟେନ୍‌ ପ୍ରଶାସନର ନିଦ ହଜି ଯାଇଛି। ବ୍ରିଟେନ୍‌ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ ସାରା ଦେଶରେ ଆଜିଠାରୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଆଜିଠାରୁ ଫେବୃଆରୀ ଦ୍ବିତୀୟ ସପ୍ତାହ ପର୍ଯ୍ୟନ୍ତ ବ୍ରିଟେନ୍‌ରେ ଲକ୍‌ଡାଉନ୍‌ ଜାରି ରହିବ ବୋଲି ସେ ଘୋଷଣା କରିଛନ୍ତି।
ବ୍ରିଟେନ୍‌ରେ ଲକ୍‌ଡାଉନ୍‌ ସମୟରେ ସାରା ଦେଶର ଲୋକଙ୍କ୍ୁ ଘରେ ରହିବାକୁ ପରାମର୍ଶ ଦେଛନ୍ତି। ଜନସାଧାରଣ କେବଳ ଜରୁରୀକାଳିନ ସ୍ଥିତିରେ ଘରୁ ବାହାରି ପାରିବେ। ଏହି ଲକ୍‌ଡାଉନ୍‌ ସମୟରେ ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟରେ ଅନ୍‌ଲାଇନ୍‌ ପାଠପଢ଼ା ଚାଲିବ। କରୋନା ସଂକ୍ରମଣକୁ ରୋକିବାକୁ ଏଭଳି ପଦକ୍ଷେପ ନିଆଯାଇଥିବା ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ ପ୍ରକାଶ କରିଛନ୍ତି।


କରୋନାର ନୂଆ ଷ୍ଟ୍ରେନ୍ ୭୦ ପ୍ରତିଶତ ପର୍ଯ୍ୟନ୍ତ ଦୃତ ବେଗରେ ସଂକ୍ରମିତ ହେଉଛି । ତେଣୁ ସାମାଜିକ କାର୍ଯ୍ୟକ୍ରମ ଉପରେ କଟକଣା ସହ, ହେଟେଲ, ରେଷ୍ଟୁରାଣ୍ଟ, ବାର ଓ ପବ୍ ଭଳି ଜନଗହଳି ହେଉଥିବା ସ୍ଥାନଗୁଡିକ ଖୋଲିବା ଉପରେ ଶକ୍ତ ପ୍ରତିବନ୍ଧକ ଲଗାଯାଇଛି । ତଥାପି ଏଠାରେ କରୋନାର ସଂକ୍ରମଣର ନୂଆ ଷ୍ଟ୍ରେନ୍‌ ବ୍ୟାପିବାରେ ଲାଗିଛି । ଏଠାରେ ୭୫ ହଜାରରୁ ଅଧିକ କୋଭିଡ ମୃତ୍ୟୁ ହେଲାଣି । ଯାହା ସମଗ୍ର ୟୁରୋପରେ ଦ୍ୱିତୀୟ ସର୍ବାଧିକ । ବ୍ରିଟେନରେ ନୂଆ କୋଭିଡ ଷ୍ଟ୍ରେନର ବ୍ୟାପକ ସଂକ୍ରମଣ କାରଣରୁ କଟକଣା କଠୋର ହୋଇପାରେ। ଲଣ୍ଡନରେ କରୋନା କଟକଣାକୁ ଆହୁରି କଡାକଡି ହେବ ବୋଲି ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ପ୍ରକାଶ କରିଛନ୍ତି।

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories