www.samajalive.in
Sunday, December 14, 2025
19.1 C
Bhubaneswar

ପ୍ରବାସୀ ଓଡିଆଙ୍କୁ ସମସ୍ତ ପ୍ରକାର ସହାୟତା ସହ ମିଳିବ ସରକାରୀ ଯୋଜନାର ଲାଭ : ଧର୍ମେନ୍ଦ୍ର ପ୍ରଧାନ

-ପ୍ରବାସୀଙ୍କ ଦକ୍ଷତା ଅନୁଯାୟୀ ମିଳିବ କାମ
-ପ୍ରବାସୀଙ୍କ ଜୀବିକାରେ ବୃଦ୍ଧି ଘଟିବ
-ପ୍ରବାସୀଙ୍କ ଜୀବନଜୀବିକାକୁ ଉନ୍ନତ କରିବା ପାଇଁ ବଦ୍ଧପରିକର ଭାରତ ସରକାର
-ପ୍ରବାସୀଙ୍କୁ ଆତ୍ମନିର୍ଭର କରିବାରେ ବଡ଼ ଭୂମିକା ଗ୍ରହଣ କରିଛି ସୁରତ

ସୁରତ : କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଗୁଜୁରାଟର ସୁରତ ଗସ୍ତ କରି ସେଠାରେ ‘ପ୍ରବାସୀ କେନ୍ଦ୍ର’ର ଉଦ୍‍ଘାଟନ କରିବା ସହ ଏହି କେନ୍ଦ୍ର ସହରରେ କାମ କରୁଥିବା ସବୁ ପ୍ରବାସୀ ଓଡିଆଙ୍କ ସମେତ ଲକ୍ଷାଧିକ ପ୍ରବାସୀଙ୍କୁ ସବୁ ପ୍ରକାରର ସହାୟତା ପ୍ରଦାନ କରିବା ସଙ୍ଗେ ସଙ୍ଗେ ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ଉଠାଇବାରେ ମଧ୍ୟ ସହାୟକ ହେବ ବୋଲି କହିଛନ୍ତି।

- Advertisement -

ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ସରକାର ଦେଶରେ ପ୍ରବାସୀଙ୍କ ଜୀବନଜୀବିକାକୁ ଗୁରୁତ୍ୱ ଦେବା ସହ ସେମାନଙ୍କ ଉନ୍ନତି ପାଇଁ ବଦ୍ଧପରିକର। ଆଜି ଲୋକାର୍ପିତ ହୋଇଯାଇଥିବା ପ୍ରବାସୀ କେନ୍ଦ୍ର ପ୍ରବାସୀ ଶ୍ରମିକମାନଙ୍କର ଏକ ସବିଶେଷ ରୂପରେଖ ପ୍ରସ୍ତୁତ କରିବା ସହ ସେମାନଙ୍କୁ ସେମାନଙ୍କର ଦକ୍ଷତା ଅନୁଯାୟୀ ଶ୍ରେଣୀଭୁକ୍ତ କରିବ ତଥା କାମ ପ୍ରଦାନ କରିବ। ଏହା ଦ୍ୱାରା ଭାରତ ସରକାରଙ୍କ ‘ଶ୍ରମଶକ୍ତି’ ସହ ସମ୍ପୃକ୍ତ ଶିଳ୍ପ ସହିତ ସଂଯୋଗ କରିବା ଓ ପ୍ରବାସୀଙ୍କ ଜୀବିକା ବୃଦ୍ଧି ଏବଂ ସେମାନଙ୍କର ସମ୍ମାନକୁ ସୁନିଶ୍ଚିତ କରିବ। ମାଇଁ ସୁରତ ଦ୍ୱାରା ଏଭଳି ପଦକ୍ଷେପ ନିଆଯାଇଥିବା ବେଳେ ସହରର ଜୀବନଜୀବିକା କେନ୍ଦ୍ର ସହିତ ସଂଯୋଗ ଥିବା ପ୍ରବାସୀମାନେ ଅଧିକ ଉପକୃତ ହୋଇପାରିବେ।
କରୋନାର ଆହ୍ୱାନ ପ୍ରବାସୀ ଶ୍ରମିକଙ୍କ ପାଇଁ ପଦକ୍ଷେପ ନେବାର ଉଦ୍ୟମ ତଥା ସେମାନଙ୍କ ଅଧିକାରର ସୁରକ୍ଷା ପାଇଁ ଭଲ ଯୋଜନା ହେବା ଆବଶ୍ୟକତା ରହିଥିବାର ମାର୍ଗ ଦେଖାଇଛି। ସମଗ୍ର ଭାରତର ପ୍ରବାସୀଙ୍କ ଘର କୁହାଯାଉଥିବା ସୁରତ ପ୍ରବାସୀଙ୍କୁ ଆତ୍ମନିର୍ଭର କରିବାରେ ବଡ଼ ଭୂମିକା ଗ୍ରହଣ କରିଛି। ସହରୀ ଯୋଜନା, ନାଗରିକ ସୁବିଧା, ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସୁରଟ ଏକ ଆଦର୍ଶ ସହର ଭାବରେ ପରିଗଣିତ ହୋଇପାରିଛି। ଆଜି ପ୍ରତିଷ୍ଠା ହୋଇଥିବା ପ୍ରବାସୀ କେନ୍ଦ୍ର ଏ ଦିଗରେ ବୃହତ ପଦକ୍ଷେପ ଏବଂ ଆମର ପ୍ରବାସୀଙ୍କୁ ସାମାଜିକ ତଥା ଆର୍ଥିକ ସୁରକ୍ଷା ଦେବାରେ ଏକ ମଡ଼େଲ ଭାବରେ ଉଭା ହୋଇଛି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories