www.samajalive.in
Sunday, December 14, 2025
14.1 C
Bhubaneswar

ଆଉ ଏକ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା : ପାଇକମାଳ ଥାନାରେ ଅଭିଯୋଗ କଲେ ବାପା

ପାଇକମାଳ: ବରଗଡ଼ ଜିଲା ପାଇକମାଲ ଥାନା ଅନ୍ତର୍ଗତ ଭୁବନେଶ୍ୱରପୁର ପଞ୍ଚାୟତର ଯୋଗେନ୍ଦ୍ରନାଥପୁର ଗ୍ରାମରେ ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏ ନେଇ ନାବାଳିକାର ପିତା  ପାଇକମାଲ ଥାନାରେ ଅଭିଯୋଗ କରିଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ ମୃତ ନାବାଳିକାର ପିତା ଓ ଅନ୍ୟମାନେ  ନିଜ ଜମିକୁ ଇଟା ଗଢିବା ପାଇଁ ରବିବାର ସକାଳେ ଯାଇଥିଲେ । ଅପରାହ୍ଣ ପ୍ରାୟ ୩ଟାରେ ସେ ତାଙ୍କର  ପୁଅ ଓ ଝିଅକୁ ଘରକୁ ପଠାଇ ଦେଇଥିଲେ । ପତ୍ନୀଙ୍କ ସହ ସନ୍ଧ୍ୟା ୬ଟାରେ ଘରକୁ ଫେରି ପୁଅ ଏକା ଥିବା ଦେଖି ଝିଅକୁ ଖୋଜାଖୋଜି କରିଥିଲେ । ନପାଇବାରୁ ପାଇକମାଳ ଥାନାକୁ ଫୋନରେ କହିବା ପରେ ପୋଲିସ୍ ଖୋଜାଖୋଜି କରି ବିଫଳ ହୋଇଥିଲା। ସୋମବାର ରାଜେନ୍ଦ୍ର ପାଇକମାଳ ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ ।ଏପଟେ ଯୋଗେନ୍ଦ୍ରନାଥପୁର ଗ୍ରମର କେତେଜଣ ଗ୍ରାମବାସୀ ନିକଟସ୍ଥ ଜଙ୍ଗଲରୁ ଜଣେ ନାବାଳିକାର କ୍ଷତାକ୍ତ ମୃତଦେହ ଦେଖିବାକୁ ପାଇ ଥାନାକୁ ଖବର ଦେଇଥିଲେ । ଆଇଆଇସି ବିଶ୍ବଜିତ୍ ମନବୋଧ ତଦନ୍ତ ଆାରମ୍ଭ କରିଥିଲେ । ପରୋପରେ ଡିଆଇଜି ନରସିଂଙ୍ଗ ଭୋଳ, ଏସପି ପଦ୍ମିନୀ ସାହୁ, ଏସଡିପିଓ ପ୍ରଦୀପ ସାହୁ ଓ ବଲାଙ୍ଗିରରୁ ଅନୁସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଦଳ ପହଞ୍ଚି ସରଜମିନ ତଦନ୍ତ କରିଥିଲେ । ଏନେଇ ଏସପି ପଦ୍ମିନୀ ସାହୁଙ୍କୁ ପଚାରିବାରୁ ତଦନ୍ତ ଚାଲିଛି, ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସବୁ ଘଟଣା ଜଣା ପଡିବ ବୋଲି ସେ କହିଥିଲେ । ଉଲ୍ଲେଖଯୋଗ୍ୟ ଯେ ଦୁଇବର୍ଷ ତଳେ ରଥିପୁର ଗ୍ରାମର ଜଣେ ବ୍ୟକ୍ତି ତାଙ୍କ ଘରେ ପଶି ତାଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମକରି ଧରା ପଡିଥିଲା । ଗ୍ରାମରେ ଏକ ସଭା କରାଯାଇ ସମାଧାନ କରାଯାଇଥିଲା । ଉକ୍ତ ଯୁବକ ଏହି କାଣ୍ଡ ଭିଆଇଥିବା ମୃତ ନାବାଳିକାର ବାପା ସନ୍ଦେହ କରୁଛନ୍ତି ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories