www.samajalive.in
Sunday, December 14, 2025
23.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଚଳାଇବାରେ ପ୍ରଥମ ମହିଳା

ତ୍ରିଶୁର : ପୁଲିସ ପ୍ରଶିକ୍ଷଣ ସମାବର୍ତ୍ତନ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଚଳାଇବାରେ ପ୍ରଥମ ମହିଳା ହୋଇଛନ୍ତି କେରଳର ଟି. ଶଶୀନ୍ଦ୍ର। ଗୁରୁବାର ତ୍ରିଶୁରସ୍ଥିତ ରାମର୍ବାପୂରମ୍‍ ପୁଲିସ ଏକାଡେମୀରେ ଅନୁଷ୍ଠିତ ସମାବର୍ତ୍ତନ ଉତ୍ସବ ପରେଡ୍‍ରେ ୪୯ବର୍ଷୀୟା ଶଶୀନ୍ଦ୍ର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍‍ଙ୍କ ସରକାରୀ ଗାଡ଼ି ଚଳାଇଥିଲେ। ଉଲ୍ଲସିତ ଶଶୀନ୍ଦ୍ରଙ୍କ କହିବାନୁଯାୟୀ, ୧୯୯୦ ଦଶକରେ ମହିଳାମାନେ ଗାଡ଼ି ଚଳାଇବା ବଡ଼ କଥା ନୁହେଁ ବୋଲି ଭାବୁଥିଲେ ଏବଂ ରାଜ୍ୟରେ ଖୁବ୍‍ କମ୍‍ ସଂଖ୍ୟକ ମହିଳା ଗାଡ଼ିଚାଳକ ଥିବା ଅନୁଭବ କରିଥିଲେ। ହଠାତ୍‍ ପ୍ରେମ ବିବାହ କରିବା ପରେ ଚାକିରି ଖଣ୍ଡେ ଜରୁରୀ ହୋଇପଡ଼ିଥିଲା। ସେତେବେଳେ ସେ ଗାଡ଼ି ଚଳାଇବା ଶିକ୍ଷାକରିବା ସହ ପରବର୍ତ୍ତୀ ସମୟରେ ପୁଲିସ ବାହିନୀରେ ଯୋଗ ଦେଇଥିଲେ; କିନ୍ତୁ କେବେ ଭାବି ନଥିଲେ ଯେ କେରଳର ପ୍ରଥମ ମହିଳା ଭାବେ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଚଳାଇବେ। ଶଶୀନ୍ଦ୍ର ଗତ ୧୪ବର୍ଷ ଧରି ତ୍ରିଶୁର ପୁଲିସ ଆୟୁକ୍ତଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଛନ୍ତି। ସେ ଅନେକ ସମୟରେ ପୁଲିସ ବାହିନୀ ଗାଡ଼ି ଚଳାଇଛନ୍ତି। ପୂର୍ବରୁ ସେ ରାଜ୍ୟ ଗୃହମନ୍ତ୍ରୀ ରମେଶ ଚେନିତାଲା, ଶକ୍ତିମନ୍ତ୍ରୀ ଆର୍ଯ୍ୟାଦନ ମହମ୍ମଦଙ୍କ ଗାଡ଼ି ଚଳାଇଛନ୍ତି। ତାଙ୍କ ସ୍ୱାମୀ ଏକ ଡ୍ରାଏଇଭିଂ ସ୍କୁଲ ପରିଚାଳନା କରୁଛନ୍ତି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories