www.samajalive.in
Sunday, December 14, 2025
26.1 C
Bhubaneswar

ଓଡ଼ିଶା ଓ ମାଡ୍ରାସ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ପଦୋନ୍ନତିକୁ କେନ୍ଦ୍ରର ସବୁଜ ସଂକେତ

ନୂଆଦିଲ୍ଲୀ : ବାରମ୍ବାର କଲେଜିୟମ୍‍ ସୁପାରିସ୍‍ ସତ୍ତ୍ବେ ଉତ୍ତରାଖଣ୍ଡ ମୁଖ୍ୟ ବିଚାରପତି କେ. ଏମ୍‍. ଯୋଶେଫଙ୍କ ପଦୋନ୍ନତି ପୁଣି ଝୁଲିବା ଆଶଙ୍କା ସୃଷ୍ଟି ହୋଇଛି। ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ବିନୀତ ସରଣ ଏବଂ ମାଡ୍ରାସ୍‍ ହାଇକୋର୍ଟ ମୁଖ୍ୟ ବିଚାରପତି ଇନ୍ଦିରା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ଦେବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି। ଇତିମଧ୍ୟରେ ଆଇନ ମନ୍ତ୍ରଣାଳୟ ପକ୍ଷରୁ ତତ୍‍ସମ୍ବନ୍ଧୀୟ ଫାଇଲକୁ ଚୂଡାନ୍ତ ମଞ୍ଜୁରୀ ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଯାଇଥିବା ସରକାରୀ ସୂତ୍ରରୁ ଜଣାପଡିଛି; କିନ୍ତୁ ଉତ୍ତରାଖଣ୍ଡ ମୁଖ୍ୟ ବିଚାରପତି କେ. ଏମ୍‍. ଯୋଶେଫଙ୍କ ପଦୋନ୍ନତି ସମ୍ବନ୍ଧୀୟ ଫାଇଲକୁ କେନ୍ଦ୍ର ସରକାର ଗୁରୁତ୍ୱ ଦେଇନାହାନ୍ତି। ଫଳରେ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ନେଇ ନ୍ୟାୟମୂର୍ତ୍ତି ଯୋଶେଫ୍‍ଙ୍କ ଭାଗ୍ୟ ପୁନଃ ଝୁଲିବାର ଆଶଙ୍କା ଦେଖାଦେଇଛି ବୋଲି ପ୍ରମୁଖ ଗଣମାଧ୍ୟମ ‘ହିନ୍ଦୁସ୍ତାନ ଟାଇମ୍ସ’ ପ୍ରକାଶ କରିଛି। ଆଇନମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏହି ପରିପ୍ରେକ୍ଷୀରେ କୌଣସି ସୂଚନା ଦେବାକୁ ମନା କରି ଦେଇଛନ୍ତି। ସୁପ୍ରିମକୋର୍ଟ କଲେଜିୟମ୍‍ ଜୁଲାଇ ୧୬ରେ ପଦୋନ୍ନତି ନିମନ୍ତେ ୨ ଜଣ ନ୍ୟାୟମୂର୍ତ୍ତିଙ୍କ ନାମ ସୁପାରିସ କରିବା ସହ ଯୋଶେଫ୍‍ଙ୍କ ପାଇଁ ପୁନଃ କେନ୍ଦ୍ର ନିକଟକୁ ପଠାଇଥିଲେ।
ମିଳିଥିବା ସୂଚନା ଅନୁସାରେ ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟର ୫ଜଣିଆ ପୀଠ ପଦୋନ୍ନତି ନିମନ୍ତେ ଯୋଶେଫଙ୍କ ନାମ ଜାନୁଆରୀରେ ପ୍ରଥମେ ସୁପାରିସ କରିଥିଲେ; କିନ୍ତୁ କେତେକ କାରଣ ଦର୍ଶାଇ ଏହି ନିଷ୍ପତ୍ତି ଉପରେ ପୁନର୍ବିଚାର ନିମନ୍ତେ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କୁ ଆଇନ ମନ୍ତ୍ରୀ ପ୍ରସାଦ ଚିଠି ଲେଖିଥିଲେ। ଆଇନ ମନ୍ତ୍ରୀଙ୍କ ସମସ୍ତ ଯୁକ୍ତି ତର୍ଜମା ପରେ ଜୁଲାଇ ୧୬ରେ କଲେଜିୟମ ଯୋଶେଫ୍‍ଙ୍କ ନାମ ପୁନଃ ସୁପାରିସ କରିଥିଲେ। ସୁପ୍ରିମକୋର୍ଟ ବିଚାରପତି ନିଯୁକ୍ତି ନେଇ କୌଣସି ନିର୍ଦିଷ୍ଟ ସମୟସୀମା ନ ଥିବା ବେଳେ କେନ୍ଦ୍ର ତରବରିଆ ଭାବେ ଅନ୍ୟ ଦୁଇ ମୁଖ୍ୟ ବିଚାରପତିଙ୍କ ଫାଇଲ ମଞ୍ଜୁରୀ ପାଇଁ ପଠାଇଥିବା କୁହାଯାଉଛି। ଯୋଶେଫ୍‍ଙ୍କ ପଦୋନ୍ନତି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ସଂସଦରେ ବିରୋଧର ସମ୍ମୁଖୀନ ହେବାକୁ ପଡିଛି। କଲେଜିୟମ ପକ୍ଷରୁ ଯୋଶେଫ୍‍ଙ୍କ ନାମ ପୁନଃ ସୁପାରିସ କରାଯାଇଥିବାବେଳେ କେନ୍ଦ୍ର ତାହାକୁ ନାପସନ୍ଦ କରିବା ଉପରେ କଂଗ୍ରେସ ସାଂସଦ ମଲିକାର୍ଜୁନ ଖଡ୍‍ଗେ ଲୋକସଭାରେ ପ୍ରଶ୍ନ ଉଠାଇଛନ୍ତି। ଏହାର ଜାବାବ୍‍ରେ ଆଇନମନ୍ତ୍ରୀ ଗୃହରେ ସରକାରଙ୍କ ପଦକ୍ଷେପକୁ ସମର୍ଥନ କରିଛନ୍ତି।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories