www.samajalive.in
Tuesday, December 9, 2025
15.1 C
Bhubaneswar

ହୁଗୁଳି ପଡିଛି ବିଜୁଳି ବ୍ୟବସ୍ଥା ; କାନ୍ଥ ଏବଂ ଗଛ ଭରସାରେ ବିଜୁଳି ଖୁଣ୍ଟ

ରେଙ୍ଗାଲି : ବିଦ୍ୟୁତ୍ ଶୁଳ୍କ ଆଦାୟରେ ପ୍ରାଥମିକତା ଦେଉଥିବା ୱେସ୍କୋ କମ୍ପାନୀ ବିପର୍ଯ୍ୟସ୍ତ ତଥା ବିପଦ ଜନକ ଅବସ୍ଥାରେ ଥିବା ଭିତ୍ତିଭୂମି ସଜାଡିବା ଦିଗରେ ଆଦୌ ଦୃଷ୍ଟି ଦେଉ ନ ଥିବାର ଜଣାପଡୁଛି। ରେଙ୍ଗାଲିରେ ଏହାର ଏକାଧିକ ଦୃଷ୍ଟାନ୍ତ ଦେଖିବାକୁ ମିଳୁଛି। ରେଙ୍ଗାଲି ଷ୍ଟେସନବସ୍ତି ପ୍ରାଥମିକ ବିଦ୍ୟାଳୟ କାନ୍ଥକୁ ଲାଗି ଜୀବନ୍ତ ତାର ଖଞ୍ଜା ଯାଇ ପୋତା ଯାଇଥିବା ବିଦ୍ୟୁତ୍ ଖୁଣ୍ଟ କାହିଁ କେତେ ଦିନ ହେଲା ବଙ୍କା ହୋଇ ସ୍କୁଲ କାନ୍ଥରେ ଆଉଜି ହୋଇଛି । ବଙ୍କା ବିଦ୍ୟୁତ୍ ଖୁଣ୍ଟ ସ୍କୁଲ କାନ୍ଥ ଓ ପାଖରେ ଥିବା ଏକ ଗଛର ଶାଖା ଡାଳ ଭରସାରେ ଅଟକି ରହିଛି। ଠିକ୍ ସେହିପରି ରେଙ୍ଗାଲି ଲେଭଲ୍ କ୍ରସିଂ ପାର୍ଶ୍ବରେ ବସାଯାଇ ଥିବା ଟ୍ରାନ୍ସଫର୍ମର ର ଚତୁଃପାର୍ଶ୍ବରେ ଅନବାନା ଗଛ ବୁଦା ଅରମା ଜଙ୍ଗଳ ଢାଙ୍କି ଦେଇଥିବାର ଦୃଷ୍ଟି ଗୋଚର ହେଉଛି। କୌଣସି ଅଘଟଣ ଘଟିବା ପୂର୍ବରୁ ବିଭାଗୀୟ କର୍ତ୍ତୃପକ୍ଷ ଏସବୁ ଅବ୍ୟବସ୍ଥାର ପ୍ରତିକାର କରିବାକୁ ଦାବି ହେଉଛି।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories