www.samajalive.in
Saturday, December 6, 2025
23.1 C
Bhubaneswar

ବର୍ଜ୍ୟବସ୍ତୁ ସମସ୍ୟାର ପ୍ରତିକାର ହେଉନାହିଁ – ଲୋକଙ୍କ ଅଭିଯୋଗ

ରେଙ୍ଗାଲି : ଶିଳ୍ପ କରିଡର ବୋଲାଉଥିବା ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ସହର ଏବଂ ଗାଁ ମଧ୍ୟରେ ଦୋଛକିରେ ରହିଯାଇଛି। ବିଜ୍ଞାପିତ ଅଞ୍ଚଳ ପରିଷଦ ହେବାକୁ ଯାଉଥିବା ରେଙ୍ଗାଲିର ବିଭିନ୍ନ ଗଳିକନ୍ଦି, ପଡା, ସାହି ବସ୍ତି,ବସ୍‌ଷ୍ଟାଣ୍ଡ, ଦୈନିକ ବଜାର ଆଦି ଅଞ୍ଚଳରେ ନିଷ୍କାସିତ ହେଉଥିବା ବର୍ଜ୍ୟବସ୍ତୁର ପରିଚାଳନାର କୌଣସି ବ୍ୟବସ୍ଥା ନାହିଁ। ଫଳରେ ବିଭିନ୍ନ ସ୍ଥାନ ମାନଙ୍କରେ କୁଢ କୁଢ ଆବର୍ଜନା ଗଦା ହୋଇ ପ୍ରଦୁଷଣ ସମସ୍ୟା ସୃଷ୍ଟି କରିବା ସହିତ ନାନା ପ୍ରକାର ରୋଗ ଜୀବାଣୁ ବାହକ ମାନଙ୍କ ର ନିରାପଦା ବାସସ୍ଥଳି ପାଲଟିଛି। ସାହି ବସ୍ତିରେ ଥିବା ଡ୍ରେନ୍ ଗୁଡିକର ସଫେଇ ହେଉ ନଥିବାରୁ  ପରିବେଶ ପ୍ରଦୁଷିତ ହେଉଛି। ୧୬ଟି ପଞ୍ଚାୟତର ସଦର ମହକୁମା ହେବା ସହିତ ଶିଳ୍ପାୟନ ପରେ ରେଙ୍ଗାଲିର ଜନସଂଖ୍ୟା ଅହେତୁକ ଭାବରେ ବୃଦ୍ଧି ପାଇଛି। ଜନ ସଂଖ୍ୟା ବୃଦ୍ଧି ପାଇବା ସହିତ ଦୋକାନ ବଜାର,ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ରେଙ୍ଗାଲିର ଅଭିବୃଦ୍ଧି ହୋଇଥିବାର ଦେଖିବାକୁ ମିଳିଛି। ଜନବସତି ବୃଦ୍ଧି ପାଇବା ଫଳରେ ବର୍ଜ୍ୟବସ୍ତୁ ନିଷ୍କାସନର ପରିମାଣ ମଧ୍ୟ ବହୁ ପରିମାଣରେ ବୃଦ୍ଧି ହୋଇଛି। ସରକାର ସ୍ୱଚ୍ଛ ଭାରତ ମିଶନର ଡେଙ୍ଗୁରା ପିଟୁଥିବା ବେଳେ ନିଷ୍କାସିତ ହେଉଥିବା ବର୍ଜ୍ୟବସ୍ତୁ ଗୁଡିକର ପରିଚାଳନା କରାଯିବା ବିଭିନ୍ନ ପଡା ମାନଙ୍କରେ ଥିବା ନାଳି, ନର୍ଦ୍ଦମା ଗୁଡିକର ସଫେଇ କରାଯାଇ ପରିବେଶ କୁ ସ୍ୱଚ୍ଛ ରଖିବା ଦିଗରେ ପଞ୍ଚାୟତ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଉ ନାହିଁ। ଏହି ପରିପ୍ରେକ୍ଷୀ ନିଷ୍କାସିତ ହେଉଥିବା ବର୍ଜ୍ୟବସ୍ତୁ ପରିଚାଳନା କରିବା ଦାୟିତ୍ୱ କାହାର ବୋଲି ସଚେତନ ନାଗରିକ ମହଲରେ ପ୍ରଶ୍ନ ହେଉଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories