www.samajalive.in
Saturday, December 6, 2025
26.1 C
Bhubaneswar

ଏସ୍‌ବିଆଇ ଏଟିଏମ୍‌ ଲୁଟ୍‌ ମାଷ୍ଟର ମାଇଣ୍ଡ୍‌ ଗିରଫ

ଢେଙ୍କାନାଳ: ଏସ୍‌ବିଆଇ ଏଟିଏମ୍‌ରୁ ୨୬ଲକ୍ଷ ଟଙ୍କା ଲୁଟ୍‌ ଘଟଣାରେ ମାଷ୍ଟର ମାଇଣ୍ଡ୍ ବାଲେଶ୍ବରର ଅଜୟ ମହାନ୍ତି ବାହାର ରାଜ୍ୟରୁ ଗିରଫ କରାଯାଇଛି। ଅଜୟଙ୍କ ନିକଟରୁ ନଗଦ ୪ଲକ୍ଷ ୨୫ହଜାର ଟଙ୍କା ସମେତ ୨ଟି ଦାମୀ ମୋବାଇଲ୍‌ ଏବଂ ୨୫ହଜାର ଟଙ୍କାର ଚେକ୍‌ ଜବତ ହୋଇଛି। ଏହି ଘଟଣାରେ ଫେରାର୍‌ ଆଉ ଜଣଙ୍କୁ ଖୋଜିବାକୁ ପୁଲିସର ସ୍ବତନ୍ତ୍ର ଟିମ୍‌ ଗଠିତ ହୋଇଛି ବୋଲି ଢେଙ୍କାନାଳ ସଦର ଏସ୍‌ଡିପିଓ ଶ୍ରୀହର୍ଷ ମିଶ୍ର ସୂଚନା ଦେଇଛନ୍ତି। ପୂର୍ବରୁ ଏଟିଏମ୍‌ ଲୁଟ୍‌ ଘଟଣାରେ ୪ଜଣଙ୍କୁ ପୁଲିସ ଗିରଫ କରିଥିଲା।

ସୂଚନା ଅନୁଯାୟୀ ଡିସେମ୍ବର ୧୪ରେ ମୋଟଙ୍ଗା ନିମବାହାଳି ଏସ୍‌ବିଆଇରୁ ଲୁଟ୍‌ ହୋଇଥିଲା। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଏଟିଏମ୍‌ ଭାଙ୍ଗି ୨୫ଲକ୍ଷ ୨୬ହଜାର ଟଙ୍କା ଲୁଟ୍‌ କରିଥିଲେ ଦୁର୍ବୁତ୍ତ। ଢେଙ୍କାନାଳ ଜିଲାର ନିମବାହାଳି ଛକରେ ଥିବା ଏସ୍‌ବିଆଇ ଏଟିଏମ୍‌ ଭାଙ୍ଗି ଦୁର୍ବୁତ୍ତମାନେ ୨୫ଲକ୍ଷ ୨୬ହଜାର ଟଙ୍କା ଲୁଟ୍‌ କରିଥିବା ଅଭିଯୋଗ ହୋଇଥିଲା। ଗ୍ୟାସ୍‌ କଟରରେ କାଟି ଦୁର୍ବୁତ୍ତ ଟଙ୍କା ଲୁଟି ନେଇଥିବା ସୂଚନା ମିଳିଥିଲା।
ବିଳମ୍ବିତ ରାତି ପ୍ରାୟ ଗୋଟାଏ ସମୟରେ ମୋଟଙ୍ଗା ଥାନା ଅନ୍ତର୍ଗତ ୫୫ ନଂ ଜାତୀୟ ରାଜପଥ କଡ଼ରେ ଥିବା ନିମବାହାଳି ଷ୍ଟେଟ ବ୍ୟାଙ୍କ ଏ ଟି ମ୍ ରୁ ଦୃବତ୍ତ ମାନେ ଏ ଟି ମ୍ କୁ ଗ୍ୟାସ୍‌ କଟର୍‌ ସାହାଯ୍ୟରେ କାଟି ଟଙ୍କା ନେଇ ଫେରାର୍‌ ହୋଇଯିବାରେ ସକ୍ଷମ ହୋଇଥିଲେ। ମୋଟଙ୍ଗା ଥାନା ନିକଟ ଏବଂ ରାଜପଥ କଡ଼ ବଜାର ମଧ୍ୟରେ ଥିବା ଏସ୍‌ବିଆଇ ଏଟିମ୍‌ରୁ ଲୁଟ କରି ଦୁର୍ବୃତ୍ତମାନେ ନେଇ ପଳାଇବା ମୋଟଙ୍ଗା ପୁଲିସକୁ ଖୋଲା ଚାଲେଞ୍ଜ ଦେଇଥିଲେ। ୫୫ ନଂ ଜାତୀୟ ରାଜପଥରେ ପୋଲିସ ପାଟ୍ରୋଲଙ୍ଗି ଥିବା ବେଳେ ଏହି ଲୁଟ ପୁଲିସର ନିଦ ହଜାଇ ଦେଇଥିଲା।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories