www.samajalive.in
Friday, December 5, 2025
17.1 C
Bhubaneswar

ସରୁନି ଜାତୀୟ ରାଜପଥ ପ୍ରଶସ୍ତିକରଣ, କଲଭର୍ଟ ନିର୍ମାଣ ଅଧପନ୍ତରିଆ

ବୋଲଗଡ: ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥକୁ ପ୍ରସସ୍ତିକରଣ ପାଇଁ ଏକ ଠିକାସଂସ୍ଥା ଦାୟିତ୍ୱବହନ କରିଛି। କିନ୍ତୁ ଏହି ଠିକାଦାରୀ ସଂସ୍ଥା ଜାତୀୟ ରାଜପଥ ନିର୍ଦ୍ଧାରିତ ସମୟ ପରେ ପୁନର୍ବାର ୧ବର୍ଷ ଅବଧି ନେଇଥିଲା। ତଥାପି ଜାତୀୟ ରାଜପଥ ପ୍ରଶସ୍ତିକରଣ କାର୍ଯ୍ୟ ସରୁନଥିବା ଦେଖିବାକୁ ମିଳୁଛି। ଏବେ ୫୭ ନଂ ଜାତୀୟ ରାଜପଥକୁ ପ୍ରସସ୍ତିକରଣ କଛପ ଗତିରେ କାର୍ଯ୍ୟ ଚାଲୁ ରଖିଛି। ଯାହା ସାଧାରଣଜନତାଙ୍କ ଜୀବନ ସଂପୃକ୍ତ ରାଜପଥ ଉପରେ ଯିବାପାଇଁ ଦୁର୍ବିସହ ହୋଇପଡିଛି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରାଜସୁନାଖଳା ବଜାର ଦେଇ ଯାଇଥିବା ଜାତୀୟ ୫୭ନଂ ରାଜପଥ ଉପରେ। ବୋଲଗଡ ବ୍ଲକ ରାଜସୁନାଖଳା ବଜାର ଏକ ବ୍ୟବସାୟିକ କେନ୍ଦ୍ରସ୍ଥଳ ହୋଇଥିବାବେଳେ ଏହା ଉପରେ କଟକ ଜିଲା କଳାପଥର, ଧଳାପଥର, ନୟାଗଡ ଜିଲାର ନୟାଗଡ, ରଣପୁର, ଟାଙ୍ଗି, ଚାନ୍ଦପୁର, ବୋଲଗଡ ଅଞ୍ଚଳର ବ୍ୟବସାୟୀମାନେ ନିର୍ଭର କରି ଚଳିଥାନ୍ତି। ବଜାରଦେଇ ଯାଇଥିବା ଜାତୀୟ ରାଜପଥକୁ ଏଆରଏସଏସ ଠିକାସଂସ୍ଥାଟି ଦୀର୍ଘ ୬ମାସ ହେବ ଖୋଳି ପକାଇ ଦେଇଥିବା ଅଭିଯୋଗ ହୋଇଛି।

 

- Advertisement -

ଏପର୍ଯ୍ୟନ୍ତ କାର୍ଯ୍ୟରେ କୌଣସି ପ୍ରକାର ଅଗ୍ରଗତି ଆସିନଥିବା ଜଣାପଡିଛି। ସଂପୃକ୍ତ ବଜାର ମଧ୍ୟ ସ୍ଥଳରେ ଏକ କଲଭର୍ଟ ନିର୍ମାଣକରି ଅଧପନ୍ତରିଆ କାର୍ଯ୍ୟ ହୋଇଥିବାବେଳେ କୈାଣସି ସମୟରେ ଦୁର୍ଘଟଣା ଘଟିବାକୁ ଏଡାଇଦିଆଯାଇନପାରେ। ବଜାର ରାସ୍ତାଟି ସମ୍ପୁର୍ଣ୍ଣରୂପେ ଖାଲ ଖମା ତଥା ଅଣଓସାରିଆ ଥିବାରେ ଶନିବାର ଦିନ ୩ଟା ଠାରୁ ସନ୍ଧ୍ୟା ୭ଘଟିକା ପର୍ଯ୍ୟନ୍ତ ଦିର୍ଘ ୪ଘଣ୍ଟା ଧରି ଟ୍ରାଫିକ୍ ସମସ୍ୟା ଉପୁଜିଥିଲା। ଦୁଇଟି ଆମ୍ବୁଲାନ୍ସ ସହିତ କେତେକଯାତ୍ରୀବାହୀ ବସ, ଟ୍ରକ,ମୋଟରସାଇକେଲ ଜାମରେ ଫସିରହିଥିବାର ଦେଖାଯାଇଥିଲା। ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ବୋଲଗଡ ପେଲିସ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଖୋଲି ଭିଡକୁ ନିୟନ୍ତ୍ରଣ କରିଥିଲା। ଖୋର୍ଦ୍ଧାଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ଦେଇ ଏଆରଏସଏସ ଠିକାସଂସ୍ଥାର ଖାମଖିଆଲି କାର୍ଯ୍ୟନିତୀକୁ ତଦାରକ ସହିତ ସଂପ୍ରସାରଣ ରାସ୍ତାକୁ ଶିଘ୍ର ଶେଷକରିବାକୁ ସାଧାରଣରେ ଦାବୀ ହେଉଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories