www.samajalive.in
Friday, December 5, 2025
23.1 C
Bhubaneswar

କୋହଲି ବି ଭାଙ୍ଗିଥିଲେ କରୋନା ପ୍ରୋଟୋକଲ !

ନୂଆଦିଲ୍ଲୀ: ଦିନିକିଆ, ଟି-୨୦ ଏବଂ ଟେଷ୍ଟ ସିରିଜ ଲାଗି ଭାରତୀୟ ଟିମ୍‌ ଏବେ ଅଷ୍ଟ୍ରେଲିଆ ଗସ୍ତରେ ରହିଛି। ତେବେ ଏହି ସମୟରେ ଟିମ ଇଣ୍ଡିଆ ଏକାଧିକ ବିବାଦ ଘେରକୁ ଆସିଛି। ମେଲବୋର୍ଣ୍ଣର ଏକ ରେଷ୍ଟୁରାଣ୍ଟରେ ଟିମ ଇଣ୍ଡିଆ ଖେଳାଳିମାନେ କରୋନା ପ୍ରୋଟୋକଲ ଭାଙ୍ଗିବା ପରେ ୫ ଖେଳାଳିଙ୍କୁ କ୍ବାରେଣ୍ଟାଇନରେ ରହିବାକୁ ପଡ଼ିଛି। ଏହି ବିବାଦ ନ ଥମୁଣୁ ଆଉ ଏକ ବିବାଦ ସାମ୍ନାକୁ ଆସିଛି। ଏହି ବିବାଦରେ ପଡ଼ିଛନ୍ତି ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି।

କୋହଲି ବି କରୋନା ପ୍ରୋଟୋକଲ ଭାଙ୍ଗିଥିବା ଦାବି କରିଛି ଅଷ୍ଟ୍ରେଲିଆ ଗଣମାଧ୍ୟମ ଫକ୍ସ କ୍ରିକେଟ। ଫକ୍ସ କ୍ରିକେଟ ପକ୍ଷରୁ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରାଯାଇ କୁହାଯାଇଛି ଯେ, ଭାରତୀୟ ଖେଳାଳି ପୂର୍ବରୁ ମଧ୍ୟ କରୋନା ନିୟମ ଉଲ୍ଲଂଘନ କରିଛନ୍ତି। ବିରାଟ କୋହଲି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଜଣେ ବିଦେଶୀ ମହିଳା ପ୍ରଶଂସକଙ୍କ ସହିତ ଫଟୋ ଉଠାଇଥିବା ଦେଖିବାକୁ ମିଳିଛି।

- Advertisement -

ଏହି ଫଟୋଟି ଡିସେମ୍ବର ୭ ତାରିଖର ବୋଲି କୁହାଯାଇଛି। କୋହଲି ଏବଂ ପାଣ୍ଡ୍ୟା ସିଡ୍‌ନୀରେ ପିଲାଙ୍କ ପାଇଁ କିଛି ସାମଗ୍ରୀ କିଣିବା ଲାଗି ଶପିଂମଲ୍‌ ଯାଇଥିବାବେଳେ ସେଠାରେ ଏହି ଫଟୋ ଉଠାଇଥିଲେ। ଏହା କରୋନା ପ୍ରୋଟୋକଲର ଜୈବ ନିରାପତ୍ତା ବଳୟ ନିୟମ ଉଲ୍ଲଂଘନ ବୋଲି ଦର୍ଶାଯାଇଛି।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories