www.samajalive.in
Saturday, December 6, 2025
14.1 C
Bhubaneswar

ବଙ୍ଗୋମୁଣ୍ଡା ବ୍ଲକରେ  ବନ୍ଦ ହେବ ୧୬ ସ୍କୁଲ ବଢୁଛି ଅସନ୍ତୋଷ, ଆନ୍ଦୋଳନ ପାଇଁ ସଜବାଜ

ବଙ୍ଗୋମୁଣ୍ଡା:ବଲାଙ୍ଗିର ଜିଲାର ଉପାନ୍ତ ଦଳିତ ଆଦିବାସୀ ବହୁଳ ବଙ୍ଗୋମୁଣ୍ଡା ବ୍ଲକ। ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଏହି ବ୍ଲକରେ ତ୍ୱାରାନ୍ୱିତ ହେଉଥିଲେ ମଧ୍ୟ ଏବେବି ଦାରିଦ୍ର୍ୟ, ନିରକ୍ଷରତା, ଦାଦନ ଶିକୁଳିରେ ବନ୍ଧା। ଏ ଅଞ୍ଚଳର ବିକାଶ ପାଇଁ ଆହୁରି ଦଶନ୍ଧି ଦଶନ୍ଧିର ଅପେକ୍ଷା। ଆଉ ଶିକ୍ଷା ବ୍ୟବସ୍ଥା ଏହି ବ୍ଲକରେ ସୁଦୃଢ ହୋଇପାରିନାହିଁ। ସରକାର ଶିକ୍ଷାକୁ ସାର୍ବଜନୀନ କରିବା ସହ ବାଧ୍ୟତାମୂଳକ ତଥା ଗୁଣାତ୍ମକ ଶିକ୍ଷା ପ୍ରଦାନର ଡିଣ୍ଡିମ ପିଟୁଥିବା ବେଳେ ବ୍ଲକର ବିଭିନ୍ନ ଉପାନ୍ତ ଦଳିତ ଆଦିବାସୀ ବହୁଳ ଅଞ୍ଚଳର ବିଦ୍ୟାଳୟ ବନ୍ଦ ହୋଇଯାଉଥିବା ନେଇ ଦାନା ବାନ୍ଧୁଛି ଅସନ୍ତୋଷ। ଆଗକୁ ବିଦ୍ୟାଳୟ ବନ୍ଦ କରା ନଯିବା ଦାବିରେ ଆନ୍ଦୋଳନ ଜୋରଦାର କରିବା ପାଇଁ ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ସଜବାଜ ହେଉଥିବା ଆଲୋଚନା ହେଉଛି।   ବ୍ଲକର ୧୬ଟି ବିଦ୍ୟାଳୟ ବନ୍ଦ ହେବାକୁ ଯାଉଥିବାରୁ ଲୋକଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

 

- Advertisement -

ମୁଣ୍ଡପଦର ପଞ୍ଚାୟତର ବେହେରାବାହାଲି ବିଦ୍ୟାଳୟ, କଁସିଲ ପଞ୍ଚାୟତର ଖଇରପଦର, ଝରିଆଲ ପଞ୍ଚାୟତର ରାଣୀପୁର, ସିନେ୍ଧକେଲା ପଞ୍ଚାୟତର ସାଲେମୁଡଗାଁ, ଅର୍ଶାତୁଲା ପଞ୍ଚାୟତର ଜୁନାପଡା, ଗନ୍ଧର୍ଲା ପଞ୍ଚାୟତର ମାଲପଡା, ଚୁଲିଫୁଙ୍କା ପଞ୍ଚାୟତର ବରକାନୀ, ମାଲପଡା, ବଙ୍ଗୋମୁଣ୍ଡା ପଞ୍ଚାୟତର ହରିଜନ ପଡା ଓ କେନ୍ଦୁବାହାଲି, ଜୁରାବନ୍ଧ ପଞ୍ଚାୟତର ପହରିଆପଡା, ଅଲଣ୍ଡା ପଞ୍ଚାୟତର ବହଲଗୁଭା, ନୂଆପଡା ଓ ଜାମଖୁଣ୍ଟା ପଞ୍ଚାୟତର ବଡପଡା, ବେଲପଡା ପଞ୍ଚାୟତର ଫୁଣ୍ଡେଲପଦର ପ୍ରାଥମିକ ବିଦ୍ୟାଳୟ ବନ୍ଦ ହେବ ବୋଲି ଜଣାପଡିଛି। ଏହି ବିଦ୍ୟାଳୟ ବନ୍ଦ କରା ନଯିବା ପାଇଁ ଅଭିଭାବକମାନେ ବ୍ଲକ ଶିକ୍ଷା ଅଧିକାରୀଙ୍କ ନିକଟକୁ ଆସି ଦାବି କରିଛନ୍ତି। ୨୦ରୁ କମ ଛାତ୍ରଛାତ୍ରୀ ଥିବା ଦର୍ଶାଇ ଏହି ବିଦ୍ୟାଳୟ ବନ୍ଦ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ବହଲଗୁଭା ଓ ନୂଆପଡା ପ୍ରାଥମିକ ବିଦ୍ୟାଳୟରେ ୪୦ କମ୍ ଛାତ୍ରଛାତ୍ରୀ ରହିଥିବା ବେଳେ ଏକ କିଲୋମିଟର ଦୂରତା ମଧ୍ୟରେ ବିଦ୍ୟାଳୟ ରହିଥିବାରୁ ଏହି ବିଦ୍ୟାଳୟଗୁଡିକ ବନ୍ଦ ହେବ ବୋଲି ଜଣାପଡିଛି। ବିଦ୍ୟାଳୟ ଗୁଡିକ ବନ୍ଦ ହୋଇଗଲେ ଅନେକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯିବା ଆଶଙ୍କା ପ୍ରକାଶ ପାଇଛି। ବିଶେଷ ଭାବେ ଏହି ବିଦ୍ୟାଳୟ ବନ୍ଦ ହେଲେ ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀ ଶିକ୍ଷାରୁ ବଞ୍ଚିତ ହେବେ। ଏହି ବିଦ୍ୟାଳୟଗୁଡିକ ବନ୍ଦ କରା ନଯିବା ପାଇଁ  ଅଭିଭାବକମାନେ ଦାବି କରି ଆସୁଛନ୍ତି। ସେହିପରି ବିଦ୍ୟାଳୟଗୁଡିକ ବନ୍ଦ କରା ନଯିବା ପାଇଁ ଅଞ୍ଚଳର ବିଭିନ୍ନ ସଂଗଠନ ଆନ୍ଦୋଳନ ଜୋରଦାର କରିବା ପାଇଁ ସଜବାଜ ହେଉଥିବା ଜଣାପଡିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories