www.samajalive.in
Saturday, December 6, 2025
26.1 C
Bhubaneswar

ଛେଚା ମସଲା ମଟନ

ଆବଶ୍ୟକ ସାମଗ୍ରୀ
ମଟନ – ୪୦୦ ଗ୍ରାମ
୨ଟି କଟା ଯାଇଥିବା ପିଆଜ
ଅଦା
ରସୁଣ
ଦହି (୧ କପ )
କଟା ଯାଇଥିବା ଟମାଟୋ
ଗୋଟା ଗୁଜୁରାତି ୫ ରୁ ୬ ଟି
ଡ଼ାଲଚିନି ୫ ରୁ ୬
ତେଜପତ୍ର ୩ରୁ ୪ ଟି
ଜାଇଫଳ ୧ ଟି
ଜାଇତ୍ରି ୧ ଟି
ଲବଙ୍ଗ ୪ରୁ ୫ ଟି
ଗୋଲମରିଚ ୪ରୁ ୫ଟି
ହଳଦୀ , ଲଙ୍କା ଗୁଣ୍ଡ , ଗୋଟା ଲଙ୍କା , ଲୁଣ , ଅଳ୍ପ ପୋସ୍ତକ , ଧନିଆ ଗୁଣ୍ଡ
ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ କୁକରରେ ତେଲ ଅଳ୍ପ ଗରମ କରନ୍ତୁ । ଏହା ପରେ ଏଥିରେ ଜାଇତ୍ରି , ଜାଇଫଳ , ଲଙ୍କା , ଗୁଜୁରାତି , ତେଜପତ୍ର , ଡ଼ାଲଚିନି , ଗୋଲମରିଚ , ଲବଙ୍ଗ , ଅଳ୍ପ ଧନିଆ ଗୁଣ୍ଡ , କଟା ପିଆଜ , ଅଦା ଛେଚା , ପୋସ୍ତକ, ରସୁଣ , ଟମାଟୋ , ହଳଦୀ , ଲଙ୍କା ଗୁଣ୍ଡ , ଲୁଣ ପକାଇ ଧୁଆ ହୋଇ ରହିଥିବା ମଟନକୁ ପକାନ୍ତୁ । ଏହା ପରେ ଦହି ୧ କପ ପକାନ୍ତୁ ଓ ୧୦ ମିନିଟ ପ୍ରେସର କୁକରରେ ବସାନ୍ତୁ । ୧୦ ମିନିଟ ଏକ ପାତ୍ରକୁ କାଢି ଦେଇ ଏହା ଉପରେ ଧନିଆ ପତ୍ର ଦେଇ ସଜାନ୍ତୁ । ପ୍ରସ୍ତୁତ ହୋଇଗଲା ଛେଚା ମସଲା ମଟନ ‌ ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories