www.samajalive.in
Monday, December 15, 2025
16.1 C
Bhubaneswar

ପୌଷ ମାସ ରବିବାର :ଏଭଳି କରନ୍ତୁ ପ୍ରଭୁ ସୂର୍ଯ୍ୟଙ୍କ ଉପାସନା

ହିନ୍ଦୁ ପୁରାଣ ଅନୁଯାୟୀ ୯ତମ ମାସ ହେଉଛି ପୌଷ ମାସ। ଏହି ମାସରେ ସୂର୍ଯ୍ୟଙ୍କ ବିଶେଷ ପ୍ରଭାବ ରହିଥାଏ। ମାନ୍ୟତା ରହିଛି ଯେ, ଏହି ମାସରେ ସୂର୍ଯ୍ୟଙ୍କ ଉପାସନା କରିବା ଅତ୍ୟନ୍ତ ଶୁଭଫଳ ମିଳିଥାଏ।ଏହି ମାସରେ ନିୟମିତ ସୂର୍ଯ୍ୟଙ୍କ ଉପାସନା କରିବା ଦ୍ୱାରା ବ୍ୟକ୍ତିର ବର୍ଷସାରା ସ୍ୱାସ୍ଥ୍ୟ ନିରୋଗ ରହିଥାଏ।
କିପରି ସୂର୍ୟ୍ୟଙ୍କ ଉପାସନା କରିବେ
ପ୍ରତିଦିନ ପ୍ରାତଃ ସ୍ନାନ କରି ସୂର୍ଯ୍ୟଙ୍କୁ ତମ୍ବା ପାତ୍ରରେ ଜଳ ଅର୍ପଣ କରିବା ଉଚିତ। ସେହି ଜଳରେ ଲାଲ ପୁଷ୍ପ ମଧ୍ୟ ଅର୍ପଣ କରିବା ଉଚିତ। ଜଳ ଅର୍ପଣ ସମୟରେ ‘ଓଁ ଆଦିତ୍ୟାୟ ନମଃ’ ଜପ ମଧ୍ୟ କରିବା ଉଚିତ।
ଖାଦ୍ୟପେୟ ସମ୍ବନ୍ଧରେ
ଏହି ମାସରେ ଅଧିକ ନିରାମିଷ ଓ ଖୁଆ ଜାତୀୟ ଦ୍ରବ୍ୟ ଖାଇବା ଉଚିତ।
ଚିନି ବଦଳରେ ଗୁଡ଼ ଖାଆନ୍ତୁ।
ଜୁଆଣି ଓ ଅଦା ମଧ୍ୟ ଖାଇବା ଲାଭଦାୟକ ଅଟେ।
ପୌଷ ମାସ ବିଷୟରେ ମହତ୍ୱପୂର୍ଣ୍ଣ କଥା
ଏହି ମାସରେ ଶୀତବସ୍ତ୍ର ଓ ଖାଦ୍ୟ ଦାନ କରିବା ଶୁଭଫଳ ପ୍ରଦାନ କରିଥାଏ।
ଏହି ମାସରେ ଲାଲ ଓ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ ଦ୍ୱାରା ସୌଭାଗ୍ୟ ପ୍ରାପ୍ତି ହୋଇଥାଏ।
ଏହି ମାସରେ ଗୃହରେ କର୍ପୁର ଜଳାଇବା ଦ୍ୱାରା ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories