www.samajalive.in
Sunday, December 14, 2025
26.1 C
Bhubaneswar

ଯୁବତୀକୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ସନ୍ଦେହ ; ପୀଡିତା ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି

ନବରଙ୍ଗପୁର : ନୂଆ ବର୍ଷ ଆରମ୍ଭରେ ଦୁଷ୍କର୍ମ ଭଳି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯିବା ପରେ ହତ୍ୟା ଉଦ୍ୟମ ହୋଇଥିବା ସନ୍ଦେହ କରାଯାଉଛି। ଗତ ୩୧ ତାରିଖ ସଂନ୍ଧ୍ୟାରେ ଜଣେ ଯୁବତୀ ଘରୁ ବାହରିଥିବାବେଳେ ରାତ୍ରରେ ଆଉ ଘରକୁ ଫେରିନଥିଲେ। ତେବେ କେତେକ ଗ୍ରାମବାସୀ ଗାଁ ନିକଟସ୍ଥ ଏକ ଭାଲିଆବାଡ ନିକଟରେ ସଂଗ୍ୟାହୀନ ଭାବେ ରକ୍ତାକ୍ତ ଅବସ୍ଥାରେ ପଡିଥିବା ଦେଖି ତାଙ୍କର ଘର ଲୋକଙ୍କୁ ଖବର ଦେଇଥିଲେ। ଘରେ ତାଙ୍କର ଜଣେ ମାତ୍ର ବିଧବା ମା’ ରହିଥିବାବେଳେ ସେ ସାହି ପଡୋଶା ଲୋକଙ୍କୁ କହି ସେଠାକୁ ଯାଇଥିଲେ। ପରେ ସଂପୃକ୍ତ ଯୁବତୀକୁ ଉଦ୍ଧାର କରି ଗତକାଲି ଅର୍ଥାତ୍ ଜାନୁୟାରୀ ୧ ତାରିଖ ୧୧ଟାରେ ୧୦୮ ଆମ୍ବୁଲାନ୍ସରେ ନବରଙ୍ଗପୁର ଜିଲା ମୁଖ୍ୟ ଡାକ୍ତରଖାନାରେ ଆଣି ଭର୍ତ୍ତି କରାଯାଇଛି। ମହିଳା ୱାର୍ଡରେ ଚିକିତ୍ସିତ ହେଉଥିବାବେଳେ ତାଙ୍କ ମୁଣ୍ଡରେ ତିନୋଟି ଷ୍ଟିଚ ପଡିଛି। ଆଜି ସୁଦ୍ଧା ଯୁବତୀଙ୍କ ସଠିକ୍ ଭାବରେ ଚେତା ଫେରିନଥିବାବେଳେ ସେ କିଛି କହି ପାରୁନାହାନ୍ତି। ତାଙ୍କୁ ତାଙ୍କ ବୃଦ୍ଧା ମା’ ଜଗି ରହିଛନ୍ତି। ତେବେ ସେ କିଛି କହିବାକୁ ରାଜି ନାହାନ୍ତି। ନବରଙ୍ଗପୁର ଥାନା ପୁଲିସ ଡାକ୍ତରଖାନାକୁ ଯାଇ ତଦନ୍ତ କରିଥିବା ଜଣାପଡିଛି।

ତେବେ ଏହି ଘଟଣାରେ ପୁଲିସ ଗ୍ରାମର ଜଣେ ମହିଳା ସମେତ ଦୁଇଜଣକୁ ଉଠାଇ ଆଣିଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି। ଘଟଣାକୁ ଗୁରୁତ୍ୱ ଦେଇ ପୁଲିସ ଅଧିକାରୀ ଓ ପ୍ରଶାସନିକ ଅଧିକାରୀ ସଂପୃକ୍ତ ଗାଁକୁ ଯାଇ ତଦନ୍ତ କରୁଥିବା ଗ୍ରାମବାସୀମାନେ କହିଛନ୍ତି। ତେବେ ଏହାର ତଦନ୍ତ ପରେ ପ୍ରକୃତ ସତ୍ୟାସତ୍ୟ ଜଣାପଡିବ। ଅପରପକ୍ଷରେ ନବରଙ୍ଗପୁର ମା’ଘର ଅଧ୍ୟକ୍ଷା କାଦମ୍ବିନୀ ତ୍ରିପାଠୀ ଡାକ୍ତରଖାନାକୁ ଯାଇ ପୀଡିତାକୁ ଭେଟିଛନ୍ତି । ତେବେ ଘଟଣା ସମ୍ବେଦନଶୀଳ ହୋଇଥିବାରୁ ଏହାର ତଦନ୍ତ କରି ପଦକ୍ଷେପ ନେବାକୁ ଦାବି କରିଛନ୍ତି। ଅନ୍ୟ ପକ୍ଷରେ ଉପଜିଲାପାଳ ଓ ପୁଲିସ ଅଧିକାରୀଙ୍କୁ ମୋବାଇଲରେ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ସୂଚନା ମିଳିପାରିନାହିଁ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories