www.samajalive.in
Sunday, December 7, 2025
23.1 C
Bhubaneswar

ପଂଚାୟତ ଦୋକାନ ଘର ବଂଟନରେ ଅନିୟମିତତା ଅଭିଯୋଗ

ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣାକଟକ ପଂଚାୟତ ପକ୍ଷରୁ ଦୋକାନ ଗୃହ ବଂଟନରେ ଅନିମିତତା ହୋଇଥିବା ଆବେଦନକାରୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ସର୍ତ୍ତାବଳୀ ଅନୁଯାୟୀ କାଗଜପତ୍ର ଯାଂଚ କରାଯାଇ ଦୋକାନ ଘର ବଂଟନ କରାଯିବାକୁ ଆବେଦନକାରୀ ସୁରେନ କୁମାର ସାହୁ,ମନିଜ କୁମାର ସାହୁ,ଗଦାଧର ବାରିକ,ସୁଦାମ ଅମାତ,ସୁକାନ୍ତ ବାରିକ,ଅଶୋକ କୁମାର ସାହୁ ହରଭଙ୍ଗା ବି.ଡି.ଓଙ୍କ ଦୃଷ୍ଟିଆକର୍ଷଣ କରିଥିବା ଜଣାପଡିଛି। ଆବେଦନକାରୀଙ୍କ ଅଭିଯୋଗ ମୁତାବକ ପୁରୁଣାକଟକ ପଂଚାୟତ ପକ୍ଷରୁ ୬ଟି ନୂତନ ଦୋକାନ ଗୃହ ଭଡା ସୂତ୍ରରେ ବଂଟନ ପାଇଁ ଗତ ୧୯ ଡିସେମ୍ବରରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିପାଇଁ ପଂଚାୟତ ବିଜ୍ଞାପନରେ ୧୨ଟି ସର୍ତ୍ତାବଳୀ ରହିଥିଲା। ସର୍ତ୍ତାବଳୀରେ ଆବେଦନକାରୀ ସେହି ପଂଚାୟତର ବାସିନ୍ଦା ହୋଇଥିବେ ବିଧାନସଭା ନିର୍ବାଚନ ଭୋଟର ତାଲିକରେ ତାଙ୍କ ନାମ ରହିଥିବା ଦରକାର। ଜଣେ ବ୍ୟକ୍ତି ଗୋଟିଏ ଗୃହରୁ ଅଧିକ ଗୃହ ପାଇଁ ଆବେଦନ କରିପାରିବେ ନାହିଁ। ଗୋଟିଏ ଗୃହ ପାଇଁ ଅମାନତ ରାଶି ୫୦ହଜାର ଟଙ୍କା ଷ୍ଟେଟ ବ୍ୟାଙ୍କ ଡ୍ରାଫ୍ଟ ଭାବେ ପ୍ରଦାନ କରିବେ। ଦୋକାନ ଗୃହ ପାଇବା ବ୍ୟକ୍ତି ୩ବର୍ଷରୁ ପୂର୍ବରୁ ଦୋକାନ ଘର ଛାଡିପାରିବେ ନାହିଁ।ଘର ଭଡା ବାବଦକୁ ମାସିକ ୨ହଜାର ଟଙ୍କା ପ୍ରଥମ ସପ୍ତାହରେ ପୌଠ କରିବେ। ବିଜୁଳି ବିଲ ନିଜେ ବହନ କରିବେ ଏବଂ ଦୋକାନ ଗୃହରେ ମାଦକ ଦ୍ରବ୍ୟ ଓ ବିସ୍ଫୋରକ ସାମଗ୍ରୀ ବିକ୍ରୀ କରିପାରିବେ ନାହିଁ। ଅଧିକ ବ୍ୟକ୍ତି ଆବେଦନ କଲେ ଲଟେରୀ ମାଧ୍ୟମରେ ବିଜେତାଙ୍କ ନାମ ଘୋଷଣା କରାଯିବ ଏବଂ ଗତ ୨୯ ତାରିଖ ଦିନ ଅପରାହ୍ନ ୧.୩୦ରେ ଆବେଦନପତ୍ର ଯାଂଚ ସହ ବିଜେତାଙ୍କ ନାମ ଘୋଷଣା ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା। ଆବେଦନକାରୀ ବ୍ୟାଙ୍କ ଡ୍ରାଫ୍ଟ ସହ ନିଜ ନାମ ଓ ଠିକଣା ଲଫାପା ଉପରି ଭାଗରେ ଲେଖି ଆବେଦନ କରିବାକୁ ସର୍ତ୍ତାବଳି ଜାରି କରାଯାଇଥିଲା। ଦୋକାନ ଗୃହ ପାଇଁ ୩୮ଜଣ ଆବେଦନ କରିଥିଲେ। ଅଧିକ ଆବେଦନକାରୀ ହେବାରୁ ଗୃହ ବଂଟନ ଲଟେରୀ ମଧ୍ୟରେ କରାଯିବାକୁ ଜି.ପି.ଇ.ଓ କହିଥିଲେ। ଲଟେରୀ ପୂର୍ବରୁ ଆବେଦନପତ୍ର ଯାଂଚ କରାଯାଇନଥିଲା। ଲଟେରୀ ପରେ ଆବେଦନପତ୍ର ଯାଂଚ ପରେ ତିନୋଟି ଡ୍ରାଫ୍ଟ ଗୋଟିଏ ବ୍ୟକ୍ତିଙ୍କ ନାମରେ ଥିବା ଜଣାପଡିବା ପରେ ଆବେଦନକାରୀଙ୍କ ପକ୍ଷରୁ ହଟ୍ଟଗୋଳ ଆରମ୍ଭ ହୋଇଥିଲା। ଏହାକୁ ପୁନଃ ବିଚାର କରାଯିବା ସହିତ ସର୍ତ୍ତାବଳି ଅନୁସାରେ ଆବେଦନପତ୍ର ଯାଂଚ କରାଯାଇ ଲଟେରୀ କରାଯିବାକୁ ସେମାନେ ବି.ଡି.ଓଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଏସଂର୍ପକରେ ହରଭଙ୍ଗା ବି.ଡି.ଓ ନୀଳକଣ୍ଠ ବେହେରାଙ୍କୁ ପଚାରିବାରୁ ସେମାନଙ୍କ ଅଭିଯୋଗ ଉପରେ ପୁର୍ନବିଚାର କରାଯାଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories